କ୍ୟାନସରରେ ପୀଡିତ ଥିଲେ ଆୟୁଷମାନ ଖୁରାନଙ୍କର ପତ୍ନୀ


କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡିତ ଥିବାର ସୂଚନା ପ୍ରଦାନ କରିଥିବାବେଳେ ବର୍ତ୍ତମାନ ବଲିଉଡ ଅଭିନେତା ଆୟୁଷମାନ ଖୁରାନଙ୍କର ପତ୍ନୀ “ତାହିରା କଶ୍ୟପ” ଇନଷ୍ଟାଗ୍ରାମରେ ନିଜର ଏହି ରୋଗ ସଂପର୍କରେ ସୂଚନା ଦେବା ସହ ଏକ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ତାହିରା ଦେଇଥିବା ସୂଚନା ମୁତାବକ ସେ ବର୍ତ୍ତମାନ ବ୍ରେଷ୍ଟ କ୍ୟାନସରେ ପୀଡିତ ଥିବାବେଳେ ବର୍ତ୍ତମାନ ପ୍ରାଥମିକ ଷ୍ଟେଜରେ ଅଛନ୍ତି ।
ତାହିରାଙ୍କର ଏହି ପୋଷ୍ଟ ପରେ ତାଙ୍କ ପ୍ରସଂଶକ ମାନେ ତାଙ୍କ ପାଇଁ ଆରୋଗ୍ୟ କାମନା କରିବା ସହ ସମବେଦନା ମଧ୍ୟ ଜଣାଇଛନ୍ତି । ଏହା ନେଇ ଆୟୁଷମାନ ତାଙ୍କର ସମସ୍ତ ପ୍ରଶଂସକଙ୍କ ପକ୍ଷରୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ମଧ୍ୟ ଜ୍ଞାପନ କରିଛନ୍ତି ।
ଆୟୁଷମାନ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ, “ଆମ ପାଇଁ ଏହି ସାତ ଦିନ ବହୁତ କଷ୍ଟକର ଥିଲା ଏବଂ ଆମେ ଏହାକୁ ଏକ ଚ୍ୟାଲେଞ୍ଜ ଭାବି ଖୁସିରେ ଆପଣାଇ ନେବା ସହ ତା ବିରୋଧରେ ଲଢେଇ ମଧ୍ୟ କରିଥିଲୁ । ବର୍ତ୍ତମାନ ମୁଁ ମୋର ଯୋଦ୍ଧା ରାଜକୁମାରୀ ଉପରେ ବହୁତ ଖୁସି କାରଣ ସେ ବର୍ତ୍ତମାନ ହସ୍ପିଟାଲ ଡିସଚାର୍ଜ ହୋଇଯାଇଛି । ଏବେ ମୋତେ ଶାନ୍ତି ମିଳିଲା । ମୁଁ ଏହି ବିଷୟରେ କେବେ ବି କଳ୍ପନା କରିନଥିଲି, କିନ୍ତୁ ଏବେ ତାହିରା ସମ୍ପୂର୍ଣ୍ଣ ଠିକ ଅଛନ୍ତି । ”
ଆୟୁଷମାନ ଖୁରାନଙ୍କର ପତ୍ନୀ ତାହିରା ଜଣେ ବିଶିଷ୍ଟ ଲେଖିକା ଅଟନ୍ତି । ଉଭୟ ପରସ୍ପରକୁ ଲଭ ମ୍ୟାରେଜ କରିଥିଲେ ।


Share It

Comments are closed.