ଭୁବନେଶ୍ୱରରେ ଆୟୋଜିତ ହେବ “ଇଣ୍ଡିଆନ୍ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଭୁବନେଶ୍ୱର ୨୦୧୮’


ଇଣ୍ଡିଆନ୍ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଭୁବନେଶ୍ୱର (ଆଇଡିଏଫ୍ଏସ୍ବି) ୨୦୧୮କୁ ଭୁବନେଶ୍ୱରର ଓଡ଼ିଶା ଗବେଷଣା କେନ୍ଦ୍ର ଠାରେ ସେପ୍ଟେମ୍ବର ୨୮-୩୦ ପର୍ଯ୍ୟନ୍ତ ଆୟୋଜନ କରାଯିବ । ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫଏସବି) ପକ୍ଷରୁ ବିକଳ୍ପ, ଇଣ୍ଡିଆନ୍ ଫାଉଣ୍ଡେସନ୍ ଅଫ୍ ଆର୍ଟସ୍ (ଆଇଏଫ୍ଏ) ଓ କେରଳ ଚଳଚ୍ଚିତ୍ର ଏକାଡେମି ସହ ମିଳିତ ଭାବେ ଏହି ଫିଲ୍ମ ଉତ୍ସବକୁ ଆୟୋଜନ କରୁଅଛି ।
ଏହି ସିନେମା ଉତ୍ସବରେ ବିଶିଷ୍ଟ ସିନେମା ନିର୍ମାତା କୌଶିକ ମୁଖାର୍ଜୀ ଓ ଜାତୀୟ ପୁରସ୍କାରପ୍ରାପ୍ତ ସିନେମା ନିର୍ମାତା କମଳ ସ୍ୱରୂପ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ତିନିଦିନିଆ ଉତ୍ସବରେ ଭାରତର ଆକର୍ଷଣୀୟ ବୃତଚିତ୍ରକୁ ପ୍ରଦର୍ଶନ କରାଯିବ ଯେଉଁଥିରେ ରହିଛି ସାରା ବିଶ୍ୱର ଦର୍ଶକଙ୍କ ପାଇଁ ମନକୁ ଛୂୁଇଁବା ଭଳି କାହାଣୀ ।
ଆଇଡିଏଫ୍ଏଫ୍ବିରେ କଟକ ଓ ଭୁବନେଶ୍ୱରର ଦର୍ଶକମାନେ ସେହି ସବୁ ଭୁଲି ହୋଇଯାଇଥିବା ଓ ପ୍ରଶଂସା ପାଇବାରୁ ବଂଚିତ ହୋଇଥିବା ସିନେମାଗୁଡ଼ିକୁ ଦେଖିବାର ସୁଯୋଗ ପାଇବେ ଯାହା କେବେ ବି ବଡ଼ ଗଣମାଧ୍ୟମର ଦୃଷ୍ଟିକୁ ଆସିନଥିଲା । ଆଇଡିଏଫ୍ଏଫ୍ବିର ଏହା ଦ୍ୱିତୀୟ ସଂସ୍କରଣ । ପୂର୍ବ ସଂସ୍କରଣ ବେଶ ସଫଳ ହୋଇଥିବା ବେଳେ ଏଥର ବିବିଧ ବୃତଚିତ୍ର ଆଦିକୁ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସିନେମା ଉତ୍ସବର ଉଦ୍ଘାଟନୀ ସିନେମା ଭାବେ ସନ୍ତୋଷ ଗୌରଙ୍କ “ଶ୍ୟାମାମଣୀ ଦେବୀ-ଶାସ୍ତ୍ରୀୟ ଓଡ଼ିଶା ଗାୟିକା’କୁ ପ୍ରଦର୍ଶନ କରାଯିବ । ଏହା ପରେ ସେ ଦର୍ଶକଙ୍କ ସହିତ ଭାବ ବିନିମୟ କରିବେ । ଏହି ଉତ୍ସବରେ ସାମିଲ ହୋଇଥିବା ପ୍ରାୟ ସବୁ ସିନେମା ପ୍ରଥମ ଥର ପାଇଁ ଓଡ଼ିଶାରେ ପ୍ରଦର୍ଶିତ ହେବ । ଯେଉଁ ହାତଗଣତି ସିନେମାଗୁଡ଼ିକ ଏଠାରେ ପ୍ରଦର୍ଶନ କରାଯିବ ସେଗୁଡ଼ିକ ହେଉଛି: ନବରୁନ୍, ରଙ୍ଗଭୂମି, ବ୍ରେଥଡ୍ ଅପନ୍ ପେପର୍, ରାଶିକନ୍ ରେ, ୱାଲ୍ ଷ୍ଟୋରିଜ୍, କିତେ ମିଲ୍ ବେ ମାହି, ପାଲା, ପଏଟସ୍ ଅଫ୍ ଦି ପାଷ୍ଟ୍, ଏମ୍ସି କାଶ୍, ଗାଲି, ଆଇ ଡ୍ୟାନ୍ସ, ଦି ଅଦର ସଙ୍ଗ, ୱେଲକମ୍ ଭାଲେଟାଂଇନ ୨୦୧୭, ମେମୋରିଜ୍ ଅଫ୍ ଟ୍ରାନ୍ସ, ଓରୁ, ଚାଏକାଦାରକାରାନ୍ତେ, ମନ କି ବାଥ୍, ଦି ଟ୍ରାଇବାଲ୍ ସ୍କୁପ୍, ନମା ଗୌରୀ, ମଡ୍, ଟେଲସ୍ ଫ୍ରମ୍ ଚାଇଲ୍ଡହୁଡ୍, ଡାଉନ୍ ଦି ରାବିଟ୍ ହୋଲ୍, ଖୋ କି ପା ଲୁ ଓ ଆଉଟ୍ ଅଫ୍ ଥିନ୍ ଏୟାର ।
ସିନେମା ପ୍ରଦର୍ଶନ ବ୍ୟତୀତ ଏଠାରେ ସିନେମା ଜୁଇଜ୍, ସଙ୍ଗୀତ କାର୍ଯ୍ୟକ୍ରମ ଓ ଲେଖା ପ୍ରତିଯୋଗିତା, କବିତା ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାହିତ୍ୟ ପଠନ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ସିନେମା କ୍ରିଟିକ୍, ନିର୍ଦେଶକ ଓ ଅଭିନେତାଙ୍କୁ ନେଇ ବିଭିନ୍ନ ଆଲୋଚନା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ।


Share It

Comments are closed.