ରାଜସ୍ଥାନରେ ନୂଆ ସରକାର, ଗେହଲୋଟ ମୁଖ୍ୟମନ୍ତ୍ରୀ, ପାଇଲଟ ଉପମୁଖ୍ୟମନ୍ତ୍ରୀ


ବିଧାନସଭା ନିର୍ବାଚନରେ ବିଜୟ ହାସଲ କରିବାପରେ ଆଜି ଆଶୋକ ଗେହଲୋଟ ତୃତୀୟ ଥର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଗେହଲୋଟଙ୍କ ସମେତ ତାଙ୍କ ସହଯୋଗୀ ସଚିନ ପାଇଲଟ ମଧ୍ୟ ଉପ-ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଏହି ଏøତିହାସିକ ମୂହୁର୍ତ୍ତରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମେତ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ବିରୋଧୀ ଦଳର ଅନେକ ବିରିଷ୍ଠ ନେତା ମଧ୍ୟ ଯୋଗ ଦେଇଥିଲେ ।
ଆଜି ୧୧ ଟା ବେଳେ ଅଶୋକ ତୃତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ଶପଥ ପାଠ ଗ୍ରହଣ କରାଇଛନ୍ତି । ଅଶୋକଙ୍କ ପରେ ସଚିନ ଉପ-ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରିଥିଲେ । ଆଜି ଶପଥ ପାଠ କରିବା ସମୟରେ ସଚିନ ତାଙ୍କ ପିତା ତଥା ପୂର୍ବତ୍ତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ରାଜେଶ ପାଇଲଟଙ୍କ ଚିର ପରିଚିତ ଆନ୍ଦାଜରେ ନଜର ଆସିଥିଲେ ।
ଏହି ଶପଥ ଗ୍ରହଣ ସମାରୋହରେ ବିଜେପି ବିରୋଧୀ ଦଳ ମାନଙ୍କର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଜାମ୍ମୁ କାଶ୍ମୀର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଏନସିପି ନେତା ଶରଦ ପାୱାର, ଆରଜେଡି ନେତା ତେଜସ୍ୱ ଯାଦବ, ହିମକ ସୋରେନ, ଜନତା ଦଳ ସେକୁଲାର ମୁଖ୍ୟ ଏଚ.ଡି ଦେବ ଗୌଡା ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ ସାମିଲ ଥିଲେ ।
ଏମାନଙ୍କ ସମେତ ରାଜସ୍ଥାନ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ସାମିଲ ଥିଲେ । ଏହି ଶପଥ ଗ୍ରହଣ ସାମାରୋହରେ ବସୁନ୍ଧରା, ଅଶୋକ ଏବଂ ସଚିନଙ୍କ ପୂର୍ବରୁ ଆସି ପହଞ୍ଚିଥିଲେ ।


Share It

Comments are closed.