ରଣବୀରଙ୍କ ସଫଳତା ଦେଖି ଭାବୁକ ହେଲେ ଦୀପିକା


ରବିବାର ମୁମ୍ବାଇରେ ଷ୍ଟାରସ୍କ୍ରିନ ଆୱାର୍ଡ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବଲିଉଡର ନବବିବାହିତ ଆଇଡଲ କପୁଲ ରଣବୀର ସିଂହ ଏବଂ ଦୀପିକା ପାଦୁକନ ମଧ୍ୟ ଯୋଗ ଦେଇଥିଲେ । ଉଭୟ ଏହି କାର୍ଯ୍ୟକ୍ରମରେ ପରସ୍ପରକୁ ମ୍ୟାଚିଙ୍ଗ କଲାଭଳି ବେଶ ପୋଷାକ ପରିଧାନ କରିଥିଲେ । ମୁମ୍ବାଇରେ ଆୟୋଜିତ ହେଉଥିବା ଏହି ଷ୍ଟାରସ୍କ୍ରିନ ଆୱାର୍ଡରେ ରଣବୀରଙ୍କୁ ଫିଲ୍ମ ପଦ୍ମାବତ ପାଇଁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ୱାମୀ ରଣବୀରଙ୍କର ଏହି ସଫଳତାକୁ ଦେଖି ଦୀପିକା ଭାବୁକ ହୋଇଯାଇଥିଲେ ।
ରଣବୀର ନିଜ ଇନଷ୍ଟାରେ ଏକ ଷ୍ଟୋରି ସେୟାର କରିଥିଲେ, ଯେଉଁଥିରେ ଦୀପିକାଙ୍କ ଆଖିରେ ଲୁହ ଥିଲା ଏବଂ କ୍ୟାପସନରେ ଲେଖାଥିଲା ‘ପ୍ରାଉଡ ୱାଇଫ’ ।
ପ୍ରକାଶ ଥାଉକି, ରଣବୀର ଷ୍ଟେଜରେ ଏକ ଆବେଗପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ଯାହାକୁ ଶୁଣି ଦୀପିକା କାନ୍ଦି ପକେଇଥିଲେ । ରଣବୀର କହିଥିଲେ ଯେ, ‘ଫିଲ୍ମରେ ତ ମୋତେ ରାଣୀ ମିଳିଲା ନାହିଁ କିନ୍ତୁ ପ୍ରକୃତ ଜୀବନରେ ମୋତେ ରାଣୀ ମିଳିଯାଇଛି । ସେ ଏହା ମଧ୍ୟ କହିଲେ ଯେ, ବେବି ଆଇ ଲଭ ୟୁ । ବିଗତ ୬ ବର୍ଷ ଭିତରେ ମୁଁ ଜାହା ବି କିଛି ହାସଲ କରିଛି ସବୁ ତୁମ ପାଇଁ, ସେଥିପାଇଁ ତୁମକୁ ଅଶେଷ ଅଶେଷ ଧନ୍ୟବାଦ । ’
ଏହା ପରେ ଦୀପିକା ସ୍ୱାମୀ ରଣବୀରଙ୍କର ଏହି କଥା ଶୁଣି ବହୁତ ଭାବୁକ ହୋଇପଡିଥିଲେ । ରଣବୀର ଦୀପିକାଙ୍କ ସମତେ ତାଙ୍କ ବାପା, ମା’ ଏବଂ ଭଉଣୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।


Share It

Comments are closed.