Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • ଖବର
  • ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ
  • ଖବର

ଭୁବନେଶ୍ୱର ସ୍ଥିତ ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ‘ଅଙ୍କୁରମ’ ପାଳିତ

November 9, 2024 (Last updated: November 9, 2024) 1 minute read
Image.2

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଅତ୍ୟଧିକ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ‘ଅଙ୍କୁରମ୍‌’ ଯାହାର ଅର୍ଥ ହେଉଛି ବଡ୍ ବା ଅଙ୍କୁର, ଯେଉଁଠାରେ ଜ୍ଞାନ ଅଙ୍କୁରିତ ହୋଇଥାଏ ଏବଂ ମାନବଜାତିର ହୃଦୟରେ ଜ୍ଞାନର ଆଲୋକ ବିକଶିତ ହୋଇଥାଏ । ଏହି ଅବସରରେ ବିଦ୍ୟାଳୟ ନିଜର ଉତ୍କର୍ଷତାର କାହାଣୀକୁ ପ୍ରସାରିତ କରିଛି । ଛାତ୍ରଛାତ୍ରୀମାନଙ୍କୁ ବାସ୍ତବ ଦୁନିଆର ଆହ୍ୱାନର ମୁକାବିଲା କରିବାର ଦକ୍ଷତା ସହିତ ସଜ୍ଜିତ କରିବା ଏବଂ ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ଜୀବନବ୍ୟାପୀ ଶିକ୍ଷଣ ଅଭିଜ୍ଞତା ଥିବା ବିଶ୍ୱନାଗରିକମାନଙ୍କ ମଧ୍ୟରେ ପରିଣତ କରିବା କାର୍ଯ୍ୟରେ ଅନୁଷ୍ଠାନର ଉତ୍କୃଷ୍ଟ ଯୋଗଦାନ ରହିଛି । ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ଆରମ୍ଭ ହୋଇଥିଲା ଯେଉଁମାନଙ୍କ ମଧ୍ୟରେ ଡଃ କେ. ଶ୍ରୀନିବାସନ, ଆଂଚଳିକ ଅଧିକାରୀ/ଯୁଗ୍ମ ସଚିବ, ସେଂଟର ଅଫ୍ ଏକ୍ସିଲେନ୍ସ, ସିବିଏସ୍‌ଇ, ଭୁବନେଶ୍ୱର, ସ୍କୁଲର ପ୍ରନ୍ସିପାଲ ଓ ମେଂଟର ପୋଲି ପଟ୍ଟନାୟକ, ଭାଇସ୍ ପ୍ରିନ୍ସିପାଲ ଆଶା ଟିଆର୍‌, ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ, ଏକାଡେମିକ୍ ସୁପର୍‌ଭାଇଜର ଅମ୍ରିତା ଚୌଧୁରୀ ଓ ଏକପର୍ଣ୍ଣା ଚାଟାର୍ଜୀ, ହେଡ୍‌ମିଷ୍ଟ୍ରେସ ସନ୍ତୋଷୀ ମହାପାତ୍ର ପ୍ରମୁଖ ସାମିଲ ଥିଲେ । ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ ଏବଂ ଅର୍କେଷ୍ଟ୍ରା ଦ୍ୱାରା ଚମତ୍କାର ପ୍ରଦର୍ଶନ ସହିତ ଦର୍ଶକମାନଙ୍କୁ ସ୍ୱାଗତ କରାଯାଇଥିଲା ଯାହା ଉତ୍ସବରେ ଏକ ଜୀବନ୍ତ ସ୍ପର୍ଶ ଯୋଗ କରିଥିଲା । ଯୁବ ପ୍ରଦର୍ଶନକାରୀମାନେ ଦର୍ଶକମାନଙ୍କୁ ନିଜର ଚତୁର, ମନୋହର କଳା ପ୍ରଦର୍ଶନ ସହ ବିମୋହିତ କରିଥିଲେ । ଏହା ଏସ୍‌ଡିଜି ସହ ସମାନ୍ତରାଳ ଭାବେ ଗୌରବମୟ କାର୍ଯ୍ୟର ମିଶ୍ରଣ ମାଧ୍ୟମରେ ଏକ ନୂତନ ଓ ଉଦୀୟମାନ ଭାରତର ପ୍ରତୀକାତ୍ମକ ପ୍ରଦର୍ଶନ ଥିଲା । ଏହା ପରେ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା ଯାହା ବିଗତ ବର୍ଷଗୁଡିକରେ ସ୍କୁଲର ସ୍ମରଣୀୟ କାର୍ଯ୍ୟକ୍ରମ ଓ ସଫଳତାଗୁଡିକର ଏକ ଝଲକ ଦେଖାଇଥିଲା । ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନ ଏଭଳି ସାଂସ୍କୃତିକ ମହୋତ୍ସବର ମହତ୍ୱକୁ ହାଇଲାଇଟ୍ କରିଥିଲେ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ ‘ଅଙ୍କୁରମ୍‌’ର ମହତ୍ୱକୁ ଧାରଣ କରିବା କ୍ଷେତ୍ରରେ ସେମାନଙ୍କର ଚମତ୍କାର ପ୍ରୟାସ ପାଇଁ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହା ସ୍କୁଲର ଚାରି କାନ୍ଥ ବାହାରେ ସେମାନଙ୍କର ସୃଜନଶୀଳତାକୁ ନୂଆ ରୂପ ଦେବା ପାଇଁ ଏକ ମାଧ୍ୟମ । ଏହି ଶୁଭ ଅବସରରେ ସ୍କୁଲର ବାର୍ଷିକ ପତ୍ରିକା ‘ପ୍ରକୃତି’ର ଉନ୍ମୋଚନ କରାଯାଇଥିଲା । ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ସ୍କୁଲର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିଥିଲେ । ନିଜ ଅଭିଭାଷଣରେ ପ୍ରିନ୍ସିପାଲ କହିଥିଲେ, “ଏହା କେବଳ ପୁରସ୍କାର ପ୍ରାପ୍ତ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସ୍କୁଲର ସମସ୍ତ ଶିକ୍ଷକମାନଙ୍କ ପାଇଁ ଏକ ଗର୍ବର ମୁହୂର୍ତ ଅଟେ ଯିଏକି ଉତ୍କର୍ଷତାର ବିରାସତକୁ ଆଗକୁ ବଢାଇବା ଦିଗରେ ଏହି ଗୌରବ ଆଣିବା ଲାଗି ସେମାନଙ୍କ ସହ ପ୍ରତ୍ୟେକ ପର୍ଯ୍ୟାୟରେ ମିଳିତ ଭାବେ କାର୍ଯ୍ୟ କରିଛନ୍ତି । ସେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ପ୍ରଶଂସା କରିଥିଲେ ଏବଂ ଗୁରୁତ୍ୱ ଦେଇଥିଲେ ଯେ, ଏଭଳି ବିଶାଳ ସଫଳତା ସ୍କୁଲ ପାଇଁ କାର୍ଯ୍ୟ କରୁଥିବା ଟିମ୍‌ର ପ୍ରତ୍ୟେକ ସଦସ୍ୟଙ୍କ ମିଳିତ ଓ ଏକତ୍ରିତ ପ୍ରୟାସର ଫଳ ।

ସ୍କୁଲର ନିର୍ଦ୍ଦେଶକ ଶ୍ରୀ ଶ୍ରୀଜିତ ପଟ୍ଟନାୟକ ସମସ୍ତ ଆଚିଭର୍ ଓ ଅଂଶଗ୍ରହଣକାରୀଙ୍କ ଚମତ୍କାର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଯାହା ‘ଅଙ୍କୁରମ୍‌’ର ମହତ୍ୱକୁ କ୍ୟାପ୍‌ଚର କରିଥିଲା । ପରିଚାଳନା ନିର୍ଦ୍ଦେଶକ ମିନତୀ ସାବତ ମଧ୍ୟ ସଫଳ ଛାତ୍ରଛାତ୍ରୀଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ନିଜର ଭବିଷ୍ୟତର ଉଦ୍ୟମଗୁଡିକରେ ସଫଳ ହେବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏହି ଚମତ୍କାର ସନ୍ଧ୍ୟାରେ ସମ୍ମାନିତ ପ୍ରିନ୍ସିପାଲ ତଥା ମେଂଟର ପୋଲି ପଟ୍ଟନାୟକ ମୁଖ୍ୟ ଅତିଥି ଡଃ କେ. ଶ୍ରୀନିବାସନଙ୍କୁ ସମ୍ବର୍ନ୍ଧନା ଦେଇଥିଲେ । ଅନ୍ୟ ଆମନ୍ତ୍ରିତ ଅତିଥି ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ କାଉନ୍ସିଲ ଅଫ୍ ସାଇଂଟିଫିକ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ-ଇନ୍‌ଷ୍ଟିଚ୍ୟୁଟ ଅଫ୍ ମିନେରାଲ୍‌ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜିର ନିର୍ଦ୍ଦେଶକ ଡଃ ରାମାନୁଜ ନାରାୟଣ, ସ୍କୁଲ୍ ଅଫ୍ ସଷ୍ଟେନେବିଲିଟିର ଡିନ୍ ଡଃ ସୁତପା ପତି, ସ୍କୁଲ ଅଫ୍ ସଷ୍ଟେନେବିଲିଟିରେ ଇନ୍‌ଚାର୍ଜ ଅଫ୍ ସ୍କୁଲ କନେକ୍ଟ ଡଃ ତନ୍ମୟ ଖୁଂଟିଆ, ମିଟିଓରୋଲୋଜିକାଲ ସେଂଟର, ବିବିଏସ୍‌ଆର୍‌ର ନିର୍ଦ୍ଦେଶକ ଡଃ ମନୋରମା ମହାନ୍ତି, ନନ୍ଦନକାନନ ଜୁଲୋଜିକାଲ ପାର୍କର ଉପ ନିର୍ଦ୍ଦେଶକ, ଆଇଏଫ୍‌ଏସ୍‌, ଡଃ ଏନ୍ ସନଥ କୁମାର, ସ୍କୁଲର ପୂର୍ବତନ ଭାଇସ୍ ପ୍ରିନ୍ସିପାଲ (ପଲି ପଟ୍ଟନାୟକଙ୍କ ମା’) ଦୂର୍ଗା ନାୟକ, ମିସ୍ ଅନି ଦାସ, ଏମ୍‌ପିଏସ୍ ଖଣ୍ଡଗିରିର ପୂର୍ବତନ ଭାଇସ୍ ପ୍ରିନ୍ସିପାଲ ଅନିତା ଆଚାର୍ଯ୍ୟ, ଏମ୍‌ପିଏସ୍‌, ପାହାଳର ପ୍ରିନ୍ସିପାଲ ଚିତ୍ରା ଅଜୟ, ଏମ୍‌ପିଏସ୍‌, ଖଣ୍ଡଗିରିର ପ୍ରିନ୍ସିପାଲ ସୁପ୍ରିତ ରାଜପାଲ, ଏମ୍‌ପିଏସ୍‌, ପୁରୀର ପ୍ରିନ୍ସିପାଲ ସଗୁଫ୍‌ତା ପର୍‌ବିନ, ଏମ୍‌ପିଏସ୍‌, ପୁରୀର ପ୍ରି ପ୍ରାଇମେରୀ ହେଡ୍ ମମତା ମିଶ୍ର, ଏମ୍‌ପିଏସ୍‌, କଟକର କୋଅର୍ଡିନେଟର ରାଜଦୀପ କୌର, ନନ୍ଦନକାନନ, ଭୁବନେଶ୍ୱରର ଶିକ୍ଷା ଅଧିକାରୀ ମିଲନ ପଣ୍ଡା, ନନ୍ଦନକାଳନ,ଭୁବନେଶ୍ୱରର ସହକାରୀ ଶିକ୍ଷା ଅଧିକାରୀ ରୁପ୍‌ସାନା ପ୍ରଧାନ, ସୈନିକ ସ୍କୁଲର ପ୍ରିନ୍ସିପାଲ ଏବଂ ସହୋଦୟ ସ୍କୁଲ୍‌ସ କମ୍ପେ୍ଲକ୍ସ, ବିବିଏସ୍‌ଆର୍‌ର ଅଧ୍ୟକ୍ଷ କଲୋନେଲ ବଲୁ ଭାରତ, କିଟ୍ ଇଂଟରନ୍ୟାଶନାଲ ସ୍କୁଲର ପ୍ରିନ୍ସିପାଲ ଓ ସହୋଦୟ ସ୍କୁଲ୍‌ସ କମ୍ପେ୍ଲକ୍ସ, ବିବିଏସ୍‌ଆର୍‌ର ସଚିବ ଡଃ ସଞ୍ଜୟ ସୁଆର, ଓଡିଏମ୍ ପବ୍ଲିକ ସ୍କୁଲର ପ୍ରିନ୍ସିପାଲ ଏବଂ ସହୋଦୟ ସ୍କୁଲ୍‌ସ କମ୍ପେ୍ଲକ୍ସର ଉପାଧ୍ୟକ୍ଷ ଡଃ ସତ୍ୟବ୍ରତ ମୀନକେତନ, ବିଜେଇଏମ୍‌-୧ର ପ୍ରିନ୍ସିପାଲ ସନ୍ଧ୍ୟା ଜେନା, ଡିଏଭି, ୟୁନିଟ୍‌-୮ର ପ୍ରିନ୍ସିପାଲ ଇପ୍‌ସିତା ଦାସ ଆଦି ସାମିଲ ଥିଲେ । କାର୍ଯ୍ୟକ୍ରମରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସଫଳ ଛାତ୍ରଛାତ୍ରୀ ଏବଂ ୨୦୨୪-୨୫ ସେଶନ ପାଇଁ ୧୦୦% ଉପସ୍ଥିତି ଥିବା ଛାତ୍ରଛାତ୍ରୀଙ୍କୁ ଆୱାର୍ଡ, ଟ୍ରଫି , ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସ୍କୁଲର ଲିଟେରାରୀ ସେକ୍ରେଟାରୀ ଅପରାଜିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ‘ଅଙ୍କୁରମ୍‌’ ସମାରୋହ ସମାପ୍ତ ହୋଇଥିଲା ।

About the Author

View All Posts

Post navigation

Previous: ଏନ୍‌ପିସିଆଇ ପକ୍ଷରୁ ୟୁପିଆଇ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ
Next: ୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍‌ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay