୨ୟ ତ୍ରୈମାସିକରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ୬୭୪ କୋଟି ଟଙ୍କାର ରାଜସ୍ୱ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ନିଜର ମଜବୁତ ଅଭିବୃଦ୍ଧି ଯାତ୍ରାକୁ ବଜାୟ ରଖି ଏହାର ୨୦୨୪-୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକ ପାଇଁ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ବ୍ୟାଙ୍କର ତ୍ରୈମାସିକ ରାଜସ୍ୱ ବାର୍ଷିକ ଆଧାରରେ ୫୮% ବୃଦ୍ଧି ହୋଇ ୬୭୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ଗତ ତ୍ରୈମାସିକ ତୁଳନାରେ ୧୦% ଅଧିକ । ଏହି ତ୍ରୈମାସିକରେ ବ୍ୟାଙ୍କର ଶୁଦ୍ଧ ଲାଭ ବାର୍ଷିକ ଆଧାରରେ ୪୫% ବୃଦ୍ଧି ହୋଇ ୧୧.୨ କୋଟି ଟଙ୍କା ରହିଛି । ୨୦୨୫ ଆର୍ଥିକ ବର୍ଷର ୨ୟ ତ୍ରୈମାସିକରେ ବ୍ୟାଙ୍କର ଏବିଟଡା ୮୭% ବୃଦ୍ଧି ହୋଇ ୭୬.୧ କୋଟି ଟଙ୍କାରେ ପହଂଚିଛି । ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ମନ୍ଥ୍ଲି ଟ୍ରାଞ୍ଜାକ୍ଟିଙ୍ଗ ୟୁଜର (ଏମ୍ଠିୟୁ) ସଂଖ୍ୟା ବାର୍ଷିକ ଆଧାରରେ ୭୬% ବୃଦ୍ଧି ହୋଇ ୧୦୨ ମିଲିୟନ ରହିଛି । ଏହାଛଡା ଆନୁଆଲାଇଜ୍ଡ ମର୍ଚ୍ଚାଣ୍ଡାଇଜ୍ ଭାଲ୍ୟୁ (ଜିଏମ୍ଭି) ୪୦ ବିଲିୟନ ଡଲାର ଅତିକ୍ରମ କରିଛି ଯାହାକି ବ୍ୟାଙ୍କର ଡିଜିଟାଲ ସେଭିଙ୍ଗ୍ସ ଆକାଉଂଟ ଓ ଅନ୍ୟାନ୍ୟ ଉତ୍ପାଦଗୁଡିକର ବର୍ଦ୍ଧିତ ଗ୍ରହଣୀୟତାକୁ ପ୍ରତିଫଳନ କରୁଛି । ଏହି ଅବଧିରେ ବ୍ୟାଙ୍କର କଷ୍ଟମର ବାଲାନ୍ସ ବାର୍ଷିକ ୪୩% ବୃଦ୍ଧି ହୋଇ ୨୯୫୦ କୋଟି ଟଙ୍କାରେ ପହଂଚିଛି ।
ଏସମ୍ପର୍କରେ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କର ଏମ୍ଡି ଓ ସିଇଓ ଅନୁବ୍ରତ ବିଶ୍ୱାସ କହିଛନ୍ତି, “ଏହି ଫଳାଫଳ ଡିଜିଟାଲ ବ୍ୟାଙ୍କିଂ କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ଭାବରେ ଆମର ସ୍ଥିତିକୁ ଦର୍ଶାଉଛି । ଆମର ଡିଜିଟାଲ ସମାଧାନ ଏବଂ ସୁରକ୍ଷା ବୈଶିଷ୍ଟ୍ୟଗୁଡିକର ଦ୍ରୁତ ଗ୍ରହଣୀୟତା ଏକ ସୁରକ୍ଷିତ ଦ୍ୱିତୀୟ ଆକାଉଂଟ ପାଇଁ ଆମକୁ ଭାରତର ପ୍ରଥମ ପସନ୍ଦରେ ପରିଣତ କରିଛି । ଏହି ଅଭିବୃଦ୍ଧି ପେମେଂଟ୍ସ ବ୍ୟାଙ୍କ ମଡେଲର ଶକ୍ତିକୁ ପ୍ରମାଣିତ କରୁଛି, ଯେବେକି ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଜନସଂଖ୍ୟାର ବିକଶିତ ଡିଜିଟାଲ ଆବଶ୍ୟକତାକୁ ପୂରଣ କରିବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଦର୍ଶନ କରୁଛି ।
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ୩ଟି ପ୍ରମୁଖ ଗ୍ରାହକ ସେଗ୍ମେଂଟ୍ ଯଥା ଅର୍ବାନ ଡିଜିଟାଲ, ଅଣ୍ଡର୍ବ୍ୟାଙ୍କ୍ଡ ଏବଂ ଇଣ୍ଡଷ୍ଟ୍ରୀଜ୍ ଆଣ୍ଡ ଇନ୍ଷ୍ଟିଚ୍ୟୁଶନର ଆବଶ୍ୟକତାକୁ ପୂରଣ କରୁଛି । ଏହା ଏକ ବିସ୍ତୃତ ଶୃଙ୍ଖଳାର ଡିଜିଟାଲ ବ୍ୟାଙ୍କିଙ୍ଗ୍ ସମାଧାନ ସମେତ ବୀମା, ଋଣ ଓ ନିବେଶ ସେବା ଭଳି ବିଭିନ୍ନ ଉତ୍ପାଦ ପ୍ରଦାନ କରୁଛି । ଏହି ବ୍ୟାଙ୍କ ବାର୍ଷିକ ୮ ବିଲିୟନରୁ ଅଧିକ ଟ୍ରାଞ୍ଜାକ୍ସନର ପ୍ରକ୍ରିୟାକରଣ କରୁଛି ଏବଂ ଏହା ଭାରତର ଅଗ୍ରଣୀ ମୋବାଇଲ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାତାଙ୍କ ମଧ୍ୟରେ ୫ମ ସ୍ଥାନରେ ରହିଛି । ୫ ଲକ୍ଷରୁ ଅଧିକ ପଡୋଶୀ ବ୍ୟାଙ୍କିଙ୍ଗ୍ ପଏଂଟ୍ ସହିତ ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ନିଜର ସେବାକୁ ଗ୍ରାମାଂଚଳ ଭାରତର ସବୁଠାରୁ ଦୁର୍ଗମ ଅଂଚଳଗୁଡିକୁ ମଧ୍ୟ ବିସ୍ତାର କରିଛି । ଦେଶର ସବୁଠାରୁ ବଡ ମାଇକ୍ରୋ-କ୍ୟାଶ କମ୍ପାନୀ ଭାବେ ବ୍ୟାଙ୍କ ବର୍ତମାନ ୪୦୦୦ରୁ ଅଧିକ କର୍ପୋରେଟ୍ ଗ୍ରାହକଙ୍କ ସହ ସହଭାଗିତା ମାଧ୍ୟମରେ ପ୍ରତି ମାସରେ କ୍ୟାଶ୍ ଟ୍ରାଞ୍ଜାକ୍ସନ କ୍ଷେତ୍ରରେ ୮୦୦୦ କୋଟି ଟଙ୍କାର ଡିଜିଟାଲୀକରଣ କରୁଛି ।
Comments are closed.