ନାଗରିକତା ସଂଶୋଧନ ବିଲକୁ ନେଇ ପୂର୍ବ ଭାରତରେ ତୀବ୍ର ବିରୋଧ


ଲୋକସଭାରେ ନାଗରିକତା ସଂଶୋଧନ ବିଲ ପାସ ହେବା ପରେ ଆସାମରେ ଏହାର ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିବାର ଦେଖିବାକୁ ମିଳିଛି । ଆସାମରେ ଅଲ ଆସାମ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଡିବ୍ରୁଗଡରେ ଏହି ବିଲ ବିରୋଧରେ ବିକ୍ଷୋଭକାରୀମାନେ ଧାରଣା ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା । ଏହା ଦ୍ୱାରା ସେଠାରେ ବିକ୍ଷୋଭକାରୀମାନେ ରାସ୍ତା ରାସ୍ତାରେ ଟାୟର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ପ୍ରକାଶ ଥାଉକି, ନାଗରିକତା ସଂଶୋଧନ ବିଲ ରାତି ୧୨ଟାରେ ଲୋକସଭାରେ ପାସ ହୋଇଥିଲା । ଏହି ବିଲକୁ ନେଇ ଲୋକସଭାରେ ବଡ ହଙ୍ଗାମା ହେବା ପରେ ମଧ୍ୟରାତ୍ରିରେ ଏହା ପାସ ହୋଇଛି । ବିଲ ସପକ୍ଷରେ ୩୧୧ ଖଣ୍ଡ ଭୋଟ ପଡିଥିବାବେଳେ ବିରୋଧରେ ୮୦ ଖଣ୍ଡ ଭୋଟ ହୋଇଥିଲା । ଆଜି ଏହି ବିଲକୁ ରାଜ୍ୟସଭାରେ ପାସ କରାଯିବ ।


Share It

Comments are closed.