ଦିନିକିଆ ଦଳରୁ ବାଦ ପଡିପାରନ୍ତି ଧାୱାନ


ଭାରତୀୟ ଦଳର ଓପନର ଶିଖର ଧାୱାନ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରୁ ବାଦ ପଡିଥିବାବେଳେ ବର୍ତ୍ତମାନ ଦିନିକିଆ ଖେଳାଯିବାକୁ ଥିବା ଦିନିକିଆ ସିରିଜରୁ ମଧ୍ୟ ବାଦ ପଡିପାରନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ସମୟରେ ଧାୱାନଙ୍କୁ ଆଘାତ ଲାଗିଥିବାବେଳେ ତାଙ୍କୁ ସେଥିପାଇଁ ଟି-୨୦ ସିରିଜରୁ ବାଦ ହେବାକୁ ପଡିଥିଲା ।
ଧାୱାନଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଦଳରେ ସ୍ଥାନ ଦିଆଯାଇଥିବାବେଳେ ଅନ୍ୟପଟେ ସଞ୍ଜୁ ମଧ୍ୟ ମ୍ୟାଚ ଖେଳିବାରୁ ବଞ୍ଚିତ ହୋଇଥିଲେ ।
ପ୍ରକାଶ ଥାଉକି, ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ ୧୫ ଡିସେମ୍ବରରୁ ଖେଳାଯିବାକୁ ଅଛି । ଧାୱାନଙ୍କ ଆଣ୍ଠୁ ତଳେ ଗଭୀର ଆଘାତ ଲାଗିଥିବା ହେତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଫିଟ ହୋଇପାରି ନାହାନ୍ତି । ବର୍ତ୍ତମାନ ଧାୱାନ ବଦଳରେ ତିନି ଜଣ ଖେଳାଳୀ ଅଛନ୍ତି ଯିଏକି ତାଙ୍କ ବଦଳରେ ଦଳରେ ସ୍ଥାନ ପାଇପାରିବେ । ସେହି ଖେଳାଳୀମାନେ ହେଲେ ସୁଭମ ଗିଲ, ମୟଙ୍କ ଅଗ୍ରୱାଲ ଏବଂ ସଞ୍ଜୁ ସାମସନ ।


Share It

Comments are closed.