ଡିସେମ୍ବର ଶେଷ ସୁଧା ନିର୍ଭୟା ଦୋଷୀଙ୍କୁ ମିଳିପାରେ ଫାଶୀ


ନିର୍ଭୟା ଦୋଷୀଙ୍କ ରାଜକ୍ଷମା ବାତିଲ ହୋଇ ଯିବା ପରେ ବର୍ତ୍ତମାନ ତାଙ୍କ ଫାଶୀର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦୋଷୀ ବର୍ତ୍ତମାନ ତିହାର ଜେଲରେ ବନ୍ଦୀ ଥିବାବେଳେ ଅନ୍ୟପଟେ ତାଙ୍କ ଫାଶୀକୁ ନେଇ କୌଣସି ତାରିଖ ମଧ୍ୟ ଘୋଷଣା ହୋଇ ନାହିଁ । ମିଳିଥିବା ସୂଚନା ମୁତାବକ, ଦୋଷୀଙ୍କୁ ୨୦୧୯ ଡିସେମ୍ବର ମଧ୍ୟରେ ଫାଶୀ ଦିଆଯିବାର ଯୋଜନା ରହିଛି । ଦୋଷୀଙ୍କ ସେହି ଦିନ ଫାଶୀ ଦିଆଯାଇ ପାରେ ଯେଉଁଦିନ ସେମାନେ ଏହି ଘୃଣ୍ୟ କାଣ୍ଡ ଘଟାଇ ନିର୍ଭୟାର ହତ୍ୟା କରିଥିଲେ ।
ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ, ୧୬ ଡିସେମ୍ବର ସକାଳ ୫ଟା ବେଳେ ଦୋଷୀଙ୍କୁ ଫାଶୀ ଦିଆଯାଇ ପାରେ । ସବୁଠାରୁ ମୁଖ୍ୟ କଥା ଏହା ଯେ, ଜେଲ ପକ୍ଷରୁ ଏହି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନଥିବାବେଳେ ଫାଶୀର ତାରିଖ ସଂପୂର୍ଣ୍ଣ ସୁନିଶ୍ଚିତ ବୋଲି ଜଣାପଡିଛି । ଏହା ସହ ତିହାର ଜେଲରେ ଘାତକର ମଧ୍ୟ ଅଭାବ ରହିଛି ।
ନିର୍ଭୟା କାଣ୍ଡର ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଘାତକ ମିଳୁନଥିବାବେଳେ ଅନ୍ୟ ଜେଲମାନଙ୍କର ଅନୁଭବୀ ଘାତକକୁ ତିହାର ଜେଲ ଆଣିବା ପାଇଁ ବର୍ତ୍ତମାନ ଦେଲ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ।


Share It

Comments are closed.