ଜାତୀୟ ଡିଜିଟାଲ ମାର୍କେଟିଙ୍ଗ ଶିକ୍ଷାନୁଷ୍ଠାନ ଏଆଇଡିଏମ୍ ଏବେ ଓଡ଼ିଶାରେ


ଡିଜିଟାଲ୍ ମାର୍କେଟର ଓ ଷ୍ଟ୍ରାଟେଜିଷ୍ଟ୍ ଆଶାୟୀଙ୍କ ପାଇଁ ଭାରତର ଅଗ୍ରଣୀ ତାଲିମ ପ୍ରତିଷ୍ଠାନ, ଆଡଭାନ୍ସଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମାର୍କେଟିଂ (ଏଆଇଡିଏମ୍) ପକ୍ଷରୁ ଭୁବନେଶ୍ୱରରେ ଏହାର କାର୍ଯ୍ୟ ଆରମ୍ଭ ଏବଂ ଓଡ଼ିଶାରେ ସମ୍ପ୍ରସାରଣ ବିଷୟରେ ଘୋଷଣା କରାଯାଇଛି । ଏଆଇଡିଏମର କେନ୍ଦ୍ରଗୁଡ଼ିକ ରାଜ୍ୟର ପ୍ରମୁଖ ସହର ଯଥା ଭୁବନେଶ୍ୱର, ପୁରୀ, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ଏବଂ ବାଲେଶ୍ୱରରେ ଖୋଲାଯିବ । ଏଆଇଡିଏମ୍ ତରଫରୁ ସବୁ ପ୍ରକାର ଶିଳ୍ପ କ୍ଷେତ୍ର ଯଥା କନ୍ସଲ୍ଟିଂ, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ମାନୁଫାକ୍ଚରିଂ, ସରକାରୀ, ପ୍ରତିରକ୍ଷା ଏବଂ ଆଇଟିର ବର୍ଦ୍ଧିତ ଚାହିଦାକୁ ଦକ୍ଷ ଡିଜିଟାଲ୍ ମାର୍କେଟିଂ ପେସାଦାର ପ୍ରଦାନ କରି ପୂରଣ କରିବାକୁ ଲକ୍ଷ୍ୟ ରଖିଛି । ଏହି ଅବସରରେ ଚନ୍ଦ୍ର ଶେଖର ବେହେରା, ଏ ପି ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆଡଭାନ୍ସଡ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମାର୍କେଟିଂ (ଏଆଇଡିଏମ୍) ପକ୍ଷରୁ ସ୍ୱଳ୍ପ ମିଆଦୀ ଏବଂ ଦୀର୍ଘମିଆଦୀ କାର୍ଯ୍ୟକ୍ରମଗୁଡ଼ିକୁ ଛାତ୍ରଛାତ୍ରୀ, ଉଦ୍ୟୋଗୀ, କର୍ମଜୀବୀ ପେସାଦାର, ଗୃହିଣୀ, କର୍ମଜୀବୀ ମହିଳା ଏବଂ ବୟସ୍କମାନଙ୍କୁ ପ୍ରଦାନ କରାଯାଉଛି । ଆନ୍ତର୍ଜାତିକ ଶିଳ୍ପ ଅଭିଜ୍ଞତା ଥିବା ପେସାଦାରଙ୍କ ଦ୍ୱାରା ପାଠ୍ୟ ଉପକରଣଗୁଡ଼ିକୁ ବିକଶିତ ଏବଂ ପ୍ରସ୍ତୁତ କରାଯାଇଛି । ପାଠ୍ୟକ୍ରମଗୁଡ଼ିକୁ ସ୍ୱଳ୍ପିମଆଦୀ, ମଧ୍ୟମିଆଦୀ ଏବଂ ଦୀର୍ଘମିଆଦୀରେ ପରିଣତ କରାଯାଉଛି ଏବଂ ସେଗୁଡ଼ିକର ଅବଧି ଏକ ମାସରୁ ଛଅ ମାସ ପର୍ଯ୍ୟନ୍ତ ହୋଇଥିବା ବେଳେ କିଛି ପାଠ୍ୟକ୍ରମରେ ଇଟର୍ନସିପ୍ ମଧ୍ୟ ରହିଛି ଏବଂ ୧୦୦% ନିଯୁକ୍ତି ପ୍ରତିଶ୍ରୁତି ଦିଆଯାଉଛି । ଏହି ସବୁ ପାଠ୍ୟକ୍ରମର ବିଷୟକୁ ସହଜେ ବୁଝି ହେଉଛି ଏବଂ ପ୍ରତିଟି ମଡ୍ୟୁଲ୍କୁ ଶିଳ୍ପରେ ହେଉଥିବା ବିକାଶ ଅନୁସାରେ ଉନ୍ନତ କରାଯାଉଛି । ପାଠ୍ୟକ୍ରମଗୁଡ଼ିକୁ ଆମ ପିଲାମାନଙ୍କୁ ଆମ ଶ୍ରେଣୀ ଗୃହରେ ପ୍ରଦାନ କରାଯାଉଛି ଯାହା ଛାତ୍ରଛାତ୍ରୀମାନଙ୍କୁ ଅସଲି, ସତେଜ ଏବଂ ଭରସାଯୋଗ୍ୟ ଜ୍ଞାନ ଏବଂ ଅନୁଭୂତି ପ୍ରଦାନ କରୁଛି ।
ଶ୍ରୀଯୁକ୍ତ ସୁବ୍ରତା ଚକ୍ରବର୍ତୀ, ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ, ଆଡଭାନ୍ସଡ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମାର୍କେଟିଂ (ଏଆଇଡିଏମ୍) କହିଛନ୍ତି, “ଆମେ ବହୁତ ଆନନ୍ଦିତ ଏବଂ ଆମର ପୂର୍ଣ୍ଣ ବିଶ୍ୱାସ ଏବଂ ଭରସା ରହିଛି ଯେ ଭୁବନେଶ୍ୱରରେ ଆଡଭାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଡିଜିଟାଲ୍ ମାର୍କେଟିଂ ସ୍ଥାପନ କରିବାର ଆମର ଏହି ଅଭିଯାନ ଛାତ୍ରଛାତ୍ରୀ ଏବଂ ପେସାଦାରମାନଙ୍କ ଆବଶ୍ୟକତା ପୂରଣ କରିବ ଯେଉଁମାନେ ବିଶ୍ୱ ସ୍ତରର ସୁଯୋଗ ଟେବୁଲ୍ରେ ବସିବାକୁ ଚାହୁଛନ୍ତି ଏବଂ ସେଠାରେ ଆଗରୁ ପହଂଚିଥିବା ଲୋକମାନଙ୍କୁ ଠାରୁ ଆଗକୁ ବଢ଼ିବାକୁ ଚାହୁଁଛନ୍ତି । ଆମର କାର୍ଯ୍ୟକ୍ରମଗୁଡ଼ିକ ଉଭୟ ଭାରତୀୟ ଏବଂ ବିଶ୍ୱ ସ୍ତରୀୟ ପଦ୍ଧତିର ମିଶ୍ରଣ ଏବଂ ସେଗୁଡ଼ିକୁ ବିଶ୍ୱ ସ୍ତରୀୟ ଷ୍ଟେଟ୍ ଅଫ୍ ଆର୍ଟ ଗୁଣତବାର ଲକ୍ଷ୍ୟକୁ ନେଇ ଛାତ୍ରଛାତ୍ରୀଙ୍କ ପାଇଁ ଅତି ଯତ୍ନ ସହକାରେ ପ୍ରସ୍ତୁତ କରାଯାଇଛି ।’’


Share It

Comments are closed.