ବିଜୁ ଯୁବ ଜନତା ଦଳ ଉପ-ସଭାପତି ଋପେ ନିଯୁକ୍ତି ପାଇଲେ ‘ମିହିର’


ଗଣତନ୍ତ୍ରର ପବିତ୍ର ପର୍ବ ‘ନିର୍ବାଚନ ୨୦୧୯’ର ପ୍ରଥମ ପର୍ଯ୍ୟାୟ ମତଦାନ ସରି ଯାଇଥିବାବେଳେ ରାଜ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣିଥରେ ବିରୋଧୀଙ୍କ ପାଇଁ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି । ନବୀନ, ସାଧାରଣ ନିର୍ବାଚନକୁ ଆଖିଆଗରେ ରଖି ରାଜ୍ୟରେ ଛାତ୍ର ଏବଂ ଯୁବ ଜନତା ଦଳକୁ ଆହୁରୀ ଅଧିକ ସକ୍ରିୟ କରିବା ପାଇଁ ଏଥିରେ ସଂପ୍ରସାରଣ କରିଛନ୍ତି ।
ନିକଟ କିଛି ଦିନ ତଳେ କଟକରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ମିହିର ପରିଡାଙ୍କୁ ଦଳର ସୁପ୍ରିମୋ ନବୀନ ପଚ୍ଚନାୟକ ଯୁବ ଜନତା ଦଳର ରାଜ୍ୟ ଉପ-ସଭାପତି ରୂପେ ନିଯୁକ୍ତି ଦେଇଛନ୍ତି ।

ପ୍ରକାଶ ଥାଉକି, ପୂର୍ବରୁ ‘ମିହିର’ ଛାତ୍ର କଂଗ୍ରେସର ଜଣେ ଦକ୍ଷ ନେତା ରୂପେ ପରିଚତ ଥିଲେ । କିନ୍ତୁ ବର୍ତ୍ତମାନ ସେ ବିଜେଡିରେ ଦେବା ପରେ ଦଳର ଛାତ୍ର ଏବଂ ଯୁବ ସଂଗଠନ ଆହୁରୀ ଅଧିକ ମଜବୁତ ହେବ ବୋଲି ଦଳର ବରିଷ୍ଠ ନେତା ମତବ୍ୟକ୍ତ କରିଛନ୍ତି ।
ଏହି ଅବସରରେ ମିହିର କହିଛନ୍ତି ଯେ, “ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକଙ୍କ ଆଦର୍ଶ ଏବଂ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛନ୍ତି ।”


Share It

Comments are closed.