ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆପ’ ପାଇଁ କାମ କରିବେ ପ୍ରଶାନ୍ତ


ଆମ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଟ୍ୱିଟ କରି ଦିଲ୍ଲୀ ନିର୍ବାଚନ ସଂପର୍କରେ ଏକ ବଡ ଘୋଷଣା କରିଛନ୍ତି । କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି ଯେ, “ପ୍ରଶାନ୍ତି କିଶୋରଙ୍କ କମ୍ପାନୀ ‘ଇଣ୍ଡିଆନପ୍ୟାକ’ ଦିଲ୍ଲୀ ବିଧାନସଭା ନିର୍ବାଚନରେ ‘ଆମ ଆଦମୀ ପାର୍ଟି’ ପାଇଁ କାମ କରିବ । ”

ପ୍ରକାଶ ଥାଉକି, ବିହାରରେ ଆଜି ପ୍ରଶାନ୍ତ କିଶୋର ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବାର ଅଛି । କାରଣ ନାଗରିକତା ସଂଶୋଧନ ଆଇନକୁ ଜେଡିୟୁ ସମର୍ଥନ ଦେଉଥିବାବେଳେ ଅନ୍ୟପଟେ ଦଳର ନିଷ୍ପତି ସହ ପ୍ରଶାନ୍ତ କିଶୋର ଏକମତ ନୁହନ୍ତି । ସେଥିପାଇଁ ତାଙ୍କୁ ଦଳ ଭିତରେ ବିରୋଧ କରାଯାଉଛି ।
ଏହା ପୂର୍ବରୁ ପ୍ରଶାନ୍ତ ଟ୍ୱିଟ କରି ଲେଖିଥିଲେ ଯେ, ଅଣ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ସଂସଦରେ ଏହି ବିଧେୟକ ପାରିତ ହୋଇ ସାରିଛି । ଏବେ ଏହି ଆଇନକୁ ନ୍ୟାୟପାଳିକା ସହିତ ୧୬ ଜଣ ବିଜେପି ମୁଖ୍ୟମନ୍ତ୍ରୀ ବଞ୍ଚାଇ ପାରିବେ ବୋଲି କହି ନୀତିଶଙ୍କୁ ଟାର୍ଗେଟ କରିଛନ୍ତି ।


Share It

Comments are closed.