ମା’କାଳୀଙ୍କୁ ପୂଜା କରି ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବି : ପବନ କୁମାର


ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପାଇଁ ସମସ୍ତ ପ୍ରକ୍ରିୟା ଅନ୍ତମ ପର୍ଯ୍ୟାୟରେ ଥିବାବେଳେ ଉତ୍ତର ପ୍ରଦେଶର ମୀରଟରେ ଥିବା ଘାତକ ପବନ କୁମାର ଏହି ୪ଜଣଙ୍କୁ ହିଁ ପାଶୀ ଖୁଣ୍ଟରେ ଝୁଲାଇବେ । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପୂର୍ବରୁ ସେ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବେ ବୋଲି ସେ କହିଛନ୍ତି ।
ତେବେ ପବନଙ୍କ ଦାଦା ପୂର୍ବରୁ ଏହି କାର୍ଯ୍ୟରେ ନିୟୋଜିତ ଥିବାବେଳେ ତାଙ୍କ ପରେ ସେ ଏହି ପନ୍ଥାକୁ ଆପଣାଇଥିଲେ । ପବନଙ୍କ ଦାଦାଙ୍କ ନାମ କାଳୁ ଥିବାବେଳେ ସେ ଇନ୍ଧିରା ଗାନ୍ଧୀଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହରା ସିଂହଙ୍କୁ ଫାଶୀ ଦେଇଥିଲେ । କେବଳ ଇନ୍ଧିରା ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଫାଶୀ ଦେବା ପାଇଁ କାଳୁଙ୍କୁ ସ୍ୱତନ୍ତ୍ର ଭାବେ ମେରଠ ଡକାଯାଇଥିଲା । କେବଳ ପବନଙ୍କ ଦାଦା ନୁହନ୍ତି ଏହା ସହ ତାଙ୍କ ବାପା ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ ଥିଲେ ।
ପବନଙ୍କ କହିବା ଅନୁଯାୟୀ, ସେ ଅପରାଧି ଫାଶୀ ଦେବା ଶୈଳୀ ତାଙ୍କ ବାପା ଏବଂ ଦାଦାଙ୍କ ଠାରୁ ଶିଖିଛନ୍ତି । ରଶିରେ ଗଣ୍ଠି ପକାଇବା, ବେକ ଚାରିପଟେ ସହଜରେ ରଶି ବାନ୍ଧିବା ଏବଂ ଦଉଡି ବାନ୍ଧିବା ଭଳି ଆଦି ସମସ୍ତ ଶୈଳୀ ସେ ବିଧିବଧ ଭାବେ ନିଜ ବାପା ଏବଂ ଦାଦାଙ୍କ ଠାରୁ ଶିଖିଛନ୍ତି ।
ପ୍ରକାଶ ଥାଉକି, ନିର୍ଭୟା ଦୁଷ୍କର୍ମା ମାମଲାରେ ଏହି ୪ ଦୋଷୀଙ୍କୁ ଆସନ୍ତା କିଛି ଦନ ମଧ୍ୟରେ ଫାଶୀ ଦେବାର ଯୋଜନା ଥିବାବେଳେ ଏଥିପାଇଁ ସମସ୍ତ ପ୍ରକ୍ରିୟା ଅନ୍ତିମ ପର୍ଯ୍ୟରେ ଆସି ପହଞ୍ଚିଛି ବୋଲି ଶୁଣିବାକୁ ମିଳିଛି ।


Share It

Comments are closed.