ଜାତୀୟ ସବ-ଜୁନିଅର ବ୍ୟାଡମିଣ୍ଟନରେ ସର୍ବପ୍ରଥମ ମେଡାଲ ଲକ୍ଷ୍ୟରେ ଓଡ଼ିଶା


ଚଳିତ ବର୍ଷ ଡିସେମ୍ବର ୧୭ରୁ ୨୨ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଠାରେ ୧୫ ବର୍ଷରୁ କମ୍ ଏବଂ ୧୭ ବର୍ଷରୁ କମ୍ ବାଳକ ଏବଂ ବାଳିକା ଉପକନିଷ୍ଠ ବ୍ୟାଡମିଣ୍ଟନ ପ୍ରତିଯୋଗୀତାର ୩୩ତମ ସଂସ୍କରଣର ଆୟୋଜନ ହେବାକୁ ଯାଉଛି । ଏହି ଆୟୋଜନ ସହ ପ୍ରଥମ ଉପକନିଷ୍ଠ ଜାତୀୟ ମେଡାଲ ପାଇଁ ଓଡ଼ିଶାର ଦୀର୍ଘ ସମୟର ପ୍ରତିକ୍ଷାର ଅନ୍ତ ହୋଇପାରେ । ଓଡ଼ିଶା ଷ୍ଟେଟ ବ୍ୟାଡମିଣ୍ଟନ ଆସୋସିଏସନ(ଓଏସବିଏ), ଯାହାକି ଏହି ବୃହତ୍ ପ୍ରତିଯୋଗୀତା ପାଇଁ ଏକ ୨୩ଜଣିଆ ଦଳ ଗଠନ କରିବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହା ସହ ଓଡ଼ିଶାର ଆୟୁଷ ପଟନାୟକ ଏବଂ ଶ୍ୱେତାପର୍ଣ୍ଣା ପଣ୍ଡାଙ୍କ ଉପରେ ନଜର ରଖିଛି । ଉଭୟ ନିଜନିଜର ଡବଲ୍ସ ଏବଂ ସିଙ୍ଗଲ୍ସର ମୁଖ୍ୟ ପର୍ଯ୍ୟାୟରେ ସିଧାସଳଖ ପ୍ରବେଶ କରିଛନ୍ତି ।

ବାରିପଦାର ଆୟୁଷ ବର୍ତ୍ତମାନ ୧୭ବର୍ଷରୁ କମ ଡବଲ୍ସରେ ୫୪୨ ପଏଣ୍ଟ ସହ ବ୍ୟାଡମିଣ୍ଟନ ଆସୋସିଏସନ ଇଣ୍ଡିଆ(ବିଆଇଏ)ର‌୍ୟାକିଙ୍ଗରେ ପ୍ରଥମ ଏବଂ ୫୭୬ ପଏଣ୍ଟ ସହ ସିଙ୍ଗଲ୍ସରେ ଷଷ୍ଠ ସ୍ଥାନରେ ରହିଛନ୍ତି । କଟକର ଶ୍ୱେତାପର୍ଣ୍ଣା ଏହି ବିଏଆଇ ର‌୍ୟାକିଙ୍ଗରେ ୧୫ ବର୍ଷରୁ କମ ମିକ୍ସ୍ଡ ଡବଲ୍ସରେ ୩୧୦ ପଏଣ୍ଟ ସହ ବର୍ତ୍ତମାନ ଆଗରେ ରହିଛନ୍ତି । ଏହି ଦୁଇଜଣଙ୍କ ବ୍ୟତୀତ ଓଡ଼ିଶା ଦଳରେ ବାଳକ ବର୍ଗରେ ପାର୍ଥ ସାରଥୀ ମିଶ୍ର, ଅଜୟ ମାଝି, ସିଦ୍ଧାର୍ଥ ରାଜେଶ ପାଟିଲ ଓ ତହସିଫ ଖାନ ଏବଂ ବାଳିକା ବର୍ଗରେ ହର୍ଷିତା ରାଉତ ଏବଂ ଶ୍ରୁତି ସ୍ୱାଇଁ ପ୍ରମୁଖ ରହିଛନ୍ତି ।

ଓଡ଼ିଶା ଯୁବଗୋଷ୍ଠୀଙ୍କ ପାଇଁ ଏକ ଉତ୍ସାହୀ ଦର୍ଶକ ଏବଂ ନିଜ ଜନ୍ମଭୂମିରେ ଖେଳିବା ମେଡାଲ ହାସଲ କରିବା ଦିଗରେ ଏକ ସମ୍ପୃକ୍ତ ସୁବିଧା ସାବ୍ୟସ୍ତ ହେବ ବୋଲି ପୂର୍ବରୁ ରାଜ୍ୟସ୍ତରୀୟ ବିଜେତା ବିଭାସ ପରିଡ଼ା କହିଛନ୍ତି । ଓଏସବିଏ ପ୍ରତିନିଧି ନିଲୀନ କୁମାରଙ୍କ ମତରେ ଓଡ଼ିଶାରେ ବ୍ୟାଡମିଣ୍ଟନର ପ୍ରୋତ୍ସାହନ ଏବଂ ବିକାଶ ଦିଗରେ ଏହି ଉପକନିଷ୍ଠ ପ୍ରତିଯୋଗୀତା ଏକ ପ୍ରମୁଖ ଭୁମିକା ଗ୍ରହଣ କରିବ ।


Share It

Comments are closed.