ଚା’ ବିକାଳୀଙ୍କ ଝିଅ ପାଇଲେ ୩.୮ କୋଟିର ସ୍କଲାରସିପ


କଷ୍ଟ କଲେ କୃଷ୍ଣ ମିଳେ ଏହି କଥାକୁ ବାସ୍ତବ ବୋଲି ପ୍ରମାଣ କରିଛନ୍ତି ବଲୁନ୍ଦସେର ସହରର ଏକ ଚାହା ଦୋକାନୀଙ୍କ ଝିଅ । ଏହି ପ୍ରତିଯୋଗିତାମୂଳକ ସଂସାରରେ ପ୍ରତ୍ୟେକ ସଫଳ ପ୍ରତିଯୋଗିଙ୍କ କାହାଣୀରେ କିଛି ପ୍ରୋତ୍ସାହନ ପ୍ରଦାନକାରୀ କାହାଣୀ ରହିଛି । ସେହିପରି ସମସ୍ତଙ୍କ ପାଖରେ ପ୍ରଶଂସାର ପାତ୍ର ହେବା ସହିତ ନିଜ ପରିବାରକୁ ଗର୍ବିତ କରିପାରିଛନ୍ତି ସୁଦେଷ୍ଣା ଭାଟି ।
ନିଜର ସଫଳତା ପଥରେ ଯିବା ସମୟରେ ସୁଦେଷ୍ଣାଙ୍କ ବହୁ କଷ୍ଟ ଏବଂ ଅସୁବିଧାର ସମ୍ମୁଖିନ ହୋଇଥିଲେ ମଧ୍ୟ ସେ ଆମେରିକାର ମାସ୍କଟର ବାବାସନ କଲେଜରେ ୩.୮କୋଟିର ସ୍କଲାରସିପ ପାଇଛନ୍ତି । ସୁଦେଷ୍ଣା ତାଙ୍କ ପରିବାରରେ ପାଠ ପଢିଥିବାର ଏବଂ ବିଦେଶ ଯାତ୍ରା କରୁଥିବାର ପ୍ରଥମ ସଦସ୍ୟ । ଦିନ ରାତି କଠିନ ପରିଶ୍ରମ କରି ସେ ସିବିଏସଇ ବୋର୍ଡ ପରୀକ୍ଷାରେ ୯୮ ପ୍ରତିଶତ ନମ୍ବର ରଖିବା ସହିତ ତାଙ୍କ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅର୍ଜନ କରିପାରିଛନ୍ତି । ସେ ଶିବ ନାଦର ଫାଉଣ୍ଡେସନର ଅବଦାନ ବିଦ୍ୟାଜ୍ଞାନ ସ୍କୁଲର ଏକ ବିଦ୍ୟାର୍ଥୀ ଯାହାକି ଗ୍ରାମାଞ୍ଚଳର କୃତି ବିଦ୍ୟାର୍ଥୀଙ୍କୁ ଶିକ୍ଷା ପ୍ରଦାନ କରୁଛି ।
ତାଙ୍କର ଏହି ସଫଳତା ପାଇଁ ସେ ପ୍ରତିବର୍ଷ ୭୦,୪୨୮ ଆମେରିକୀୟ ଡଲାର (୩.୮କୋଟି) ସ୍କଲାରସିପ ସହିତ ଆମେରିକାର ବାବାସନ କଲେଜ ୪ ବର୍ଷର ଅଣ୍ଡରଗ୍ରାଜୁଏଟ କୋର୍ସରେ ପଢିବାର ସୁଯୋଗ ପାଇବେ । ଏହି ଅବସରରେ ସୁଦେଷ୍ଣା କହିଛନ୍ତି ଯେ, ମୁଁ ଖୁବ ଖୁସି କି ମୋର ଆମେରିକାରେ ପଢିବାର ସ୍ୱପ୍ନକୁ ପୂରଣ କରିପାରିଛି । ମୁଁ ଏହା ଜାଣିପାରିଛି କି କଠିନ ପରିଶ୍ରମ ଦ୍ୱାରା ସମସ୍ତ ପ୍ରକାରର ସଫଳତା ପାଇବା ସହିତ ଭବିଷ୍ୟତରେ ସଫଳତା ପାଇଁ ପ୍ରୋତ୍ସାହନ ମିଳିଥାଏ ।
ମୁଁ ଖୁବ ଉତ୍ସାହିତ କି ମୋର ସ୍କୁଲ ଏବଂ ପରିବାରକୁ ଏପରି ଖୁସି ପ୍ରଦାନ କରିପାରିଛି । ମୁଁ ମୋର କଠିନ ପରିଶ୍ରମ ଫଳରେ ସ୍ୱପ୍ନ ପୂରଣ କରିବା ସହିତ ଭବିଷ୍ୟକୁ ଉଜ୍ଜ୍ୱଳମୟ କରିପାରିବି ବୋଲି ମୋର ବିଶ୍ୱାସ ରହିଛି ।


Share It

Comments are closed.