କଟକରେ ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ


ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଆଜି କଟକ ନାଗରିକଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଡ଼ିଜାଇନ କରାଯାଇଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ମୂଖ୍ୟତଃ ସେମାନଙ୍କୁ ସେମାନଙ୍କର ଦୀର୍ଘ ଏବଂ ଖୁସି ଜୀବନ ଯାପନ ନିମନ୍ତେ ଆର୍ଥିକ ପ୍ରସ୍ତୁତି ଉପରେ ଶିକ୍ଷିତ କରାଇବ ।
୨୦୧୫ରୁ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ ପରଠାରୁ, ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସ ଦେଶରେ ଟାୟାର ୨ ଏବଂ ଟାୟାର ୩ ସହର ମାନଙ୍କରେ ଲୋକମାନଙ୍କ ସହିତ ଜଡ଼ିତ ହୋଇ ରହିଆସିଛି । ଏଥି ସହିତ ଏହା ଲୋକମାନଙ୍କୁ ଇନସ୍ୟୁରାନ୍ସର ଗୁରୁତ୍ୱ ଏବଂ ଭବିଷ୍ୟତ ପାଇଁ ସଠିକ୍ ଆର୍ଥିକ ଯୋଜନା କରିବା ନିମନ୍ତେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିସିଆସୁଛି ।
ସ୍ୱତନ୍ତ୍ରଭାବେ ଡ଼ିଜାଇନ କରାଯାଇଥିବା ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ କଥୋପକଥନ ଅଧ୍ୟାୟରେ ଅଡ଼ିଓ ଭିଜୁଆଲ ଏବଂ ପେପର ପେନସିଲ ୍କାର୍ଯ୍ୟକଳାପ ଅନ୍ତର୍ଭୂକ୍ତ । ଏଥିରେ ଦର୍ଶକମାନେ ମଣିଷ ଜୀବନର ମୂଲ୍ୟ ବିଷୟରେ ଅବଗତ ହୋଇପାରିବେ, ଯାହାକି ସେମାନଙ୍କୁ ଭବିଷ୍ୟତର ଆର୍ଥିକ ଆବଶ୍ୟକତା ଏବଂ ଏହାର ଗୁରୁତ୍ୱକୁ ନିଶ୍ଚିନ୍ତ କରାଇଥାଏ । ଏହି ପଦକ୍ଷେପ ଦ୍ୱାରା, ଏକ୍ସାଇଡ଼ ଲାଇଫ ଇନସ୍ୟୁରାନର ମୂଖ୍ୟ ଲକ୍ଷ୍ୟ ହେଉଛି ଭାରତୀୟଙ୍କୁ ଆର୍ଥିକ ସ୍ୱାଧୀନତା ପ୍ରଦାନ କରିବା ଏବଂ ସେମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ।
ଏହି ଅବସରରେ, ମୋହିତ ଗୋଏଲ, ନିର୍ଦ୍ଦେଶକ – ମାର୍କେଟିଙ୍ଗ ଏବଂ ଡାଇରେକ୍ଟ ଚ୍ୟାନେଲ ଏକ୍ସାଇଡ ଼ଲାଇଫ ଇନସ୍ୟୁରାନ୍ସ, କହିଛନ୍ତି ଯେ, “ଏକ୍ସାଇଡ଼ ଲାଇଫ ଇନସ୍ୟୁରାନ୍ସରେ ଆମେ ବିଶ୍ୱାସକରୁଛୁ ଯେ, ପ୍ରତ୍ୟେକ ବ୍ୟକ୍ତି ଆର୍ଥିକ ସ୍ତରରେ ମଜବୁତରହିବା ନିହାତି ଆବଶ୍ୟକ । ‘ଷ୍ଟାର୍ଟିଙ୍ଗ ୟର୍ଲି’, ‘ପାୱାର କମ୍ପାଉଣ୍ଡିଙ୍ଗ’, ‘ଆଡିକ୍ୱୁଏଟ ଲାଇଫ ଇନସ୍ୟୁରାନ୍ସ ’ଗୁଡିକ ହେଉଛି ଏଭଳି ଏକ ଧାରଣା, ଯାହାକି ପ୍ରତ୍ୟେକ ଭାରତୀୟଙ୍କୁ ବୁଝାଇବା କଥା । ଭାରତରେ ମୁଖ୍ୟତଃ ଟାୟାର ୨ ଏବଂ ଟାୟାର ୩ ସହର ମାନଙ୍କରେ ଆର୍ଥିକ ସ୍ତରରେ ଅଜ୍ଞ ଥିବା ବ୍ୟକ୍ତିଙ୍କୁ ଉତ୍ସାହିତ କରାଯାଉଛିକି, ନିଜର ଦୀର୍ଘ ଏବଂ ସୁଖମୟ ଜୀବନରେ ଆର୍ଥିକ ସ୍ତରରେ ଯୋଜନା ପ୍ରସ୍ତୁତ କରିବା ପାଇଁ ଏହା କିପରି ଆପଣଙ୍କୁ ସାହାଯ୍ୟ କରୁଛି ।”


Share It

Comments are closed.