ଆରପାରିରେ ଓଡିଆ ଫିଲ୍ମ ଜଗତର ଅଭିନେତ୍ରୀ ନିକିତା


ଓଡିଆ ଫିଲ୍ମ ଜଗତର ଟେଲି ଅଭିନେତ୍ରୀ ନିକିତାଙ୍କର ଆଜି ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଲିଥିବା ସୂଚନା ମୁତାବକ ସେ ଛାତରୁ ପଡି ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲେର ଭର୍ତ୍ତି କରାଯାଇଥିଲା । ଛାତରୁ ପଡି ତାଙ୍କ ମୁଣ୍ଡରେ ଗୁରୁତର ଆହାତ ଲାଗିଥିଲା । ଆଜି ହସ୍ପିଟାଲରେ ସେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ତାଙ୍କ ମୃତ୍ୟୁ ଘଟିଛି । ନିକଟରେ କିଛି ଦିନ ତଳେ ଆଲବମ ହିରୋଇନ ସିମରନଙ୍କ ମୃତ୍ୟୁକୁ ନେଇ ଓଲିଉଡରେ ଦୁଖର ଛାୟା ଖେଳି ଯାଇଥିବାବେଳେ ଏବେ ନିକିତାଙ୍କର ସନ୍ଦେହଜନକ ମୃତ୍ୟୁ ସମସ୍ତଙ୍କ ଆଶ୍ଚର୍ଯ୍ୟଚକିତ କରିଦେଇଛି ।
ନିକିତା ଓଡିଆ ଟେଲି ପରଦାର ଜଣେ ଚର୍ଚ୍ଚିତ ଅଭିନେତ୍ରୀ ହୋଇଥିବାବେଳେ ସେ କଟକସ୍ଥିତ ବାସଭବନରେ ରହୁଥିଲେ ।
ସେ ଓଡିଆ ଫିଲ୍ମ ଜଗତକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯେଉଁଥିରେ ରହିଛି ‘ତୁ ମୋ ଆଖିର ତାରା’, ‘ମିତ ବସିଛି ମୁଁ ଭୂତ ସାଥୀରେ’, ‘ଗୁଣ୍ଡା’ ଇତ୍ୟାଦି । ତାଙ୍କୁ ଏହା ସମେତ “ଏସିପି ନିକିତା”ରେ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଲିଥିଲା ।


Share It

Comments are closed.