ଦୁର୍ଘଟଣାଗ୍ରସ୍ତ ହେଲା ଭାରତୀୟ ସେନାର ‘ମିଗ୨୯କେ’ବିମାନ


ଶନିବାର ଦିନ ଗୋଆରେ ଭାରତୀୟ ନୌସେନାର ‘ମିଗ୨୯କେ’ବିମାନ ଟେକ ଅଫ ନେବାର କିଛି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଉପସ୍ଥିତ ଥିବା ଦୁଇ ପାଇଲଟ ନିଜକୁ ବଞ୍ଚାଇ ତା’ମଧ୍ୟରୁ ସୁରକ୍ଷିତ ଭାବେ ବାହାରି ଆସିଥିବାବେଳେ ଦୁହେଁ ସେଥିରେ ପ୍ରଶିକ୍ଷଣ ନେଉଥିବାର ଖବର ଶୁଣିବାକୁ ମିଳିଛି । ଯେଉଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ପ୍ରଶିକ୍ଷଣ ବିମାନ ଅଟେ ।

ଏହି ଘଟଣାକୁ ନେଇ ନୌସେନାର ମୁଖପାତ୍ର କମାଣ୍ଡର ବିବେକ ମାଧୱାଲ କହିଛନ୍ତି ଯେ, ଏହି ବିମାନଟିର ଇଞ୍ଜିନଟିରେ ନିଆଁ ଲାଗିଯିବା ହେତୁ ଏହା ଦୁର୍ଘଟଣାଗ୍ରସ୍ତ ଘଟିଛି । କିନ୍ତୁ ଏହା ମଧ୍ୟରୁ ପାଇଲଟ କ୍ୟାପଟେନ ଏମ.ସିୟୋଖଣ୍ଡ ଏବଂ ଲେଫଟନାଣ୍ଟ କମାଣ୍ଡର ଦୀପକ ଯାଦବ ସୁରକ୍ଷିତ ଭାବେ ବାହାରି ଆସିଛନ୍ତି । ନୌସେନାର ଏହି ପ୍ରଶିକ୍ଷଣ ବିମାନଟିର ଗୋଟିଏ ପାଶ୍ୱର୍ ଏକ ପକ୍ଷୀ ସହ ଧକ୍କା ଖାଇବା ଫଳରେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା ବୋଲି ସୂଚନା ମିଳିଛି । ବିମାନଟି ଖୋଲାସ୍ଥାନରେ ଦୁର୍ଘଟଣାଗ୍ରସ୍ତ ଘଟିଛି ।


Share It

Comments are closed.