ଆଗାମୀ ଦିବାରାତ୍ରି ମ୍ୟାଚ ପାଇଁ ଭାରତୀୟ ଦଳର ଜୋରଦାର ପ୍ରସ୍ତୁତି, ଫ୍ଲଡ ଲାଇଟରେ ଅଭ୍ୟାସ କଲେ ଖେଳାଳୀ


ବିଶ୍ୱ ଟେଷ୍ଟ ଚାମ୍ôପଆନସିପ ଅଧିନରେ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ବର୍ତ୍ତମାନ ଇନ୍ଦୋରରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତର ବିଜୟ ସୁନିଶ୍ଚିତ ହୋଇ ସାରିଥିବାବେଳେ ବର୍ତ୍ତମାନ ସମସ୍ତଙ୍କ ନଜର କୋଲକତାରେ ଖେଳାଯିବାକୁ ଥିବା ଆଗାମୀ ଟେଷ୍ଟ ମ୍ୟାଚ ତଥା ଭାରତର ପ୍ରଥମ ଦିବାରାତ୍ରି ଟେଷ୍ଟ ମ୍ୟାଚ ଉପରେ ରହିଛି, ଯାହାକି ନାଲି ବଲରେ ଖେଳାଯିବ ।
ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ଏହାର ଏକ ଝଲକ ଇନ୍ଦୋରସ୍ଥିତ ହୋଲକର ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା, ଯେଉଁଠାରେ ସକାଳର ଖେଳ ଶେଷ ହେବାପରେ ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ରବିଚନ୍ଦ୍ର ଅଶ୍ୱିନୀ ଏବଂ ରବିନ୍ଦ୍ର ଜାଡେଜା ରାତିରେ ଷ୍ଟାଡିୟମରେ ଫ୍ଲଡ ଲାଇଟରେ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଥିଲା ।

କୋଲକତାରେ ଭାରତୀୟ ଦଳ ନିଜର ପ୍ରଥମ ଦିବାରାତ୍ରି ମ୍ୟାଚ ଖେଳିବାକୁ ଯାଉଥିବାବେଳେ ଏଥିପାଇଁ ଦଳ ନିଜକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରି ପଡିଆକୁ ଓହ୍ଲାଇବା ପାଇଁ ଚେଷ୍ଟା କରୁଛି । କୋଲକତା ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ଫ୍ଲଡଲାଇଟରେ ଅଭ୍ୟା କରିବା ପାଇଁ ଦୁଇଟି ଜାଗା ମିଳିବ । ସେଥିପାଇଁ ଦଳ ଏହାକୁ ନଜରରେ ରଖି ଇନ୍ଦୋରରେ ମଧ୍ୟ ନିଜ ସଠିକ ସମୟର ବ୍ୟବହାର କରୁଛି ।


Share It

Comments are closed.