ସେମିଳିଗୁଡ଼ାରେ ଖୋଲିଲା ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍

Share It

ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ସେମିଳିଗୁଡ଼ା ବସ୍ ଷ୍ଟାଣ୍ଡ୍ ନିକଟସ୍ଥ ବିଶ୍ୱାଳ କମ୍ପେ୍ଲକ୍ସରେ ସେମିଳିଗୁଡ଼ାର ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।

ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମଆରପି ଉପରେ ସର୍ବନିମ୍ନ ୫% ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି । ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି ।

ସେମିଳିଗୁଡ଼ାରେ ଷ୍ଟୋର ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୬ରେ ପହଂଚିଛି । ଏହି ୧୨,୦୦୦ ବର୍ଗଫୁଟର ବିଶାଳ଼ ଷ୍ଟୋରରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ବିନମ୍ରତାର ସହ ଗ୍ରାହକଙ୍କ ହୃଦୟ ଜୟ କରିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ । ଅଧିକନ୍ତୁ, “ପାୱାର ଅଫ ୯’ ଭଳି ଉଦଘାଟନୀ ଅଫର ଯାହା ୧ ଲିଟର ମିଲ୍କି-ମୁ ଦୁଗ୍ଧ, ପ୍ଲାଷ୍ଟିକ କଂଟେନର ସେଟ୍ ଇତ୍ୟାଦି ଅନେକ ଉତ୍ପାଦକୁ ମାତ୍ର ଏକ ଟଙ୍କାରେ (୯୯୯ ଟଙ୍କାରୁ ଅଧିକ କିଣାକିଣି ଉପରେ) ପ୍ରଦାନ କରିବ, ଯାହା ନିଶ୍ଚିତ ରୂପେ ଅଧିକ ଗ୍ରାହକଙ୍କୁ ଆକୃଷ୍ଟ କରିବ ।

ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି । ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଂଚି ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ବର୍ତମାନ ରିଲାଏନ୍ସ ସ୍ମାର୍ଟ ଷ୍ଟୋରଗୁଡ଼ିକର ଉପସ୍ଥିତି ଦେଶର ୧୧୫ ସହରରେ ରହିଛି ।


Share It

Comments are closed.