ଓପୋ ପକ୍ଷରୁ ଦମଦାର କ୍ୟାମେରାଯୁକ୍ତ ସ୍ମାର୍ଟଫୋନ ରେନୋ-୨ର ଶୁଭାରମ୍ଭ


ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ ଭାବେ ଓପୋ ପକ୍ଷରୁ ଆଜି ଏହାର ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ ରେନୋ-୨ସିରିଜର ଶୁଭାରମ୍ଭ ହୋଇଛି । ରେନୋ-୨ ପ୍ରଥମଥର ପାଇଁ ୨୦ଏକ୍ସ ଡିଜିଟାଲ ଜୁମ ବିଶିଷ୍ଟ କ୍ୱାର୍ଡ କ୍ୟାମେରା, ଅଲଟ୍ରା ଷ୍ଟେଡି ଭିଡିଓ ମୋଡ଼ ଏବଂ ଅଲଟ୍ରା ଡାର୍କ ମୋଡ଼ ଭଳି ଅଭିନବ କୌଶଳରେ ସୁସଜ୍ଜିତ ହୋଇଆସିଛି । ରେନୋ-୨ର ୮ + ୨୫୬ ଜିବି ଷ୍ଟୋରେଜ ବିଶିଷ୍ଟ ସଂସ୍କରଣର ମୂଲ୍ୟ ମାତ୍ର ୩୬,୯୦୦ ଟଙ୍କା ରହିଥିବ, ବେଳେ ଏହା ଓସନ ବ୍ଳୁ ଏବଂ ଲୁମିନସ ବ୍ଲାକ ଭଳି ଦୁଇଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି । ଏହା ସହ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇଦେବା ନିମନ୍ତେ ଓପୋର ଅନ୍ୟ ଏକ ସଂସ୍କରଣ ରେନୋ-୨ଜେଡ ମାତ୍ର ୨୯,୯୯୦ ଟଙ୍କାରେ ଉପଲବ୍ଧ ହେଉଥିବା ବେଳେ, ରେନୋ୨ଏଫର ମୂଲ୍ୟକୁ ପରବର୍ତ୍ତୀ ସମୟରେ ଘୋଷଣା କରାଯିବା ପାଇଁ କମ୍ପାନୀ ପକ୍ଷରୁ ପ୍ରକାଶ ପାଇଛି ।

ଶୁଭାରମ୍ଭ ଅବସରରେ ଓପୋ ଇଣ୍ଡିଆର ପ୍ରଡକ୍ଟ ଏବଂ ମାର୍କେଟିଙ୍ଗ ଉପାଧ୍ୟକ୍ଷ ଶ୍ରୀ ସୁମିତ ୱାଲିଆ କହିଛନ୍ତି ଯେ, “ରେନୋ୧୦ଏକ୍ସ ଜୁମ ପାଇଁ ବେଶ ଭଲ ପ୍ରତିକ୍ରିୟା ପାଇବା ପରେ, ଆମେ ଭାରତରେ ପ୍ରଥମ ରେନୋ୨ ସିରିଜକୁ ପ୍ରବେଶ କରାଇ ବେଶ ଆନନ୍ଦିତ, ଯାହାକି ଏହାର ଭିନ୍ନ ଭିନ୍ନ ପ୍ରାଇସ ସେଗମେଣ୍ଟ ସହ ଗ୍ରାହକମାନଙ୍କୁ ଆକୃଷ୍ଟ କରିପାରିବ । ଏହା ବ୍ୟତୀତ ଆଗକୁ ଯାଇ ଏହା ଗ୍ରାହକ ମାନଙ୍କୁ ଶ୍ରେଷ୍ଠ ଜ୍ଞାନକୌଶଳ ସହ ଅଭିନବ ଅନୁଭୂତି ଯୋଗାଇଦେବାର ଆମର ଅହରହ ପ୍ରୟାସକୁ ଯଥାର୍ଥତା ପ୍ରଦାନ କରିବ ।”

ଏଚଡିଏଫସି ଡେବିଟ ଏବଂ କ୍ରେଡିଟ କାର୍ଡ ଧାରୀମାନେ ରେନୋ୨ଜେଡକୁ ୨୮ ଅଗଷ୍ଟରୁ ଏବଂ ରେନୋ୨କୁ ୧୦ ସେପ୍ଟେମ୍ବରରୁ ପ୍ରଥମ ତିନି ଦିନ ମଧ୍ୟରେ ପ୍ରି-ବୁକିଙ୍ଗ ଏବଂ କ୍ରୟରେ ୧୦% କ୍ୟାସବ୍ୟାକ, ଇଏମଆଇ ଟ୍ରାନ୍ସାକ୍ସନ ଏବଂ କଞ୍ଜ୍ୟୁମର ଲୋନ ସୁବିଧା ପାଇପାରିବେ । ଏହାର ଉଭୟ ସଂସ୍କରଣ ଯେପରିକି ରେନୋ୨ଜେଡ ୬ ସେପ୍ଟେମ୍ବରରୁ ଏବଂ ରେନୋ୨ ଏଫ ୧୦ ସେପ୍ଟେମ୍ବରରୁ ଉପଲବ୍ଧ ହେବାକୁ ଯାଉଛି । ଏହା ବ୍ୟତୀତ ଏହାର ଏନକୋ ହେଡସେଟ ଉପରେ ମଧ୍ୟ ୬ ସେପ୍ଟେମ୍ବରରୁ ସେଲ ଆରମ୍ଭ ହେବାକୁ ଯାଉଛି । ସେଲ ସମୟରେ ଗ୍ରାହକ ମାନଙ୍କ ପାଇଁ ବଜାଜ ଫିନସର୍ଭ ସହ ଜିରୋ ଡାଉନ ପେମେଣ୍ଟ ଅପସନ ରହିଥିବା ବେଳେ, ଏଚଡିଏଫସି କ୍ରେଡିଟ କାର୍ଡ/ଡେବିଟ କାର୍ଡ, ଇଏମଆଇ ଟ୍ରାନ୍ସାକ୍ସନ ଏବଂ କଞ୍ଜ୍ୟୁମର ଲୋନ ଉପରେ ୫% ର କ୍ୟାସବ୍ୟାକ ରହିଛି । ଏହା ଅନଲାଇନରେ ୩,୬ ଏବଂ ୯ ମାସର ନୋ କଷ୍ଟ ଇଏମଆଇରେ ମଧ୍ୟ ଉପଲବ୍ଧ ହେବାକୁ ଯାଉଛି ।


Share It

Comments are closed.