ପୁଣିଥରେ ପାକିସ୍ତାନର ବର୍ବରତାର ନଗ୍ନଚିତ୍ର ଆସିଲା ସାମନାକୁ, ଶିଖ୍ ଯୁବତୀଙ୍କୁ ଜୋରଜବରଦସ୍ତ କରାଗଲା ମୁସଲିମ


ନିକଟତରେ ପାକିସ୍ତାନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ କିଛି ହେବ ପାକିସ୍ତାନରେ ଜଣେ ଶିଖ ଯୁବତୀ ନିଖୋଜ ରହିଥିବାର ଖବର ସାମନାକୁ ଆସିଥିଲା । ନାବାଳିକ ନିଖୋଜ ରହିବାର ଖବର ସମସ୍ତଙ୍କୁ ଯେତେକି ଆଶ୍ଚର୍ଯ୍ୟଚକିତ କରୁ ନାହିଁ ତା’ଠାରୁ ଅଧିକ ଆଶ୍ଚର୍ଯ୍ୟଚକିତ କରାଉଛି ନାବାଳିକାକୁ ଅପହରଣ କରାଯାଇ ତାଙ୍କୁ ଜୋରଜବରଦସ୍ତ ମୁସଲିମ ଧର୍ମାନ୍ତିକରଣ କରାଇବା । ମିଳିଥିବା ସୂଚନା ମୁତାବକ, ପାକିସ୍ତାନରେ ଜଣେ ଶିଖ୍ ଯୁବତୀଙ୍କୁ କେତେକ ଦୁବୃର୍ତ୍ତ ଅନେକ ଦିନ ହେବ ଅପହରଣ କରିନେଇଥିବାବେଳେ କିନ୍ତୁ ପରିବର୍ତ୍ତୀ ମୂହୂର୍ତ୍ତରେ ଯେତେବେଳେ ଯୁବତୀଙ୍କର ସନ୍ଧାନ ମିଳିଥିଲା ସେତେବେଳେ ତାଙ୍କୁ ଜୋରଜବରଦସ୍ତ ମୁସଲିମ ଧର୍ମାନ୍ତିକରଣ କରାଇ ଲାହୋରର ନାନକ ସାହିବ ଅଞ୍ଚଳସ୍ଥିତ ଜଣେ ମୁସଲିମ ଯିବକଙ୍କ ସହ ବିବାହ କରାଇଦିଆଯାଇଥିଲା । ଏହି ଘଟଣାପରେ ଯୁବତୀଙ୍କ ପରିବାର ଲୋକେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରିଥିବାବେଳେ ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର ଅଭିଯୁକ୍ତଙ୍କ ବିରୋଧରେ କିପରି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ସେଥିପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆପିଲ କରିଛନ୍ତି ।

କେବଳ ଏତିକି ନୁହେଁ, ଉକ୍ତ ନାବାଳିକାକୁ ମୁସଲିମ ଧର୍ମାନ୍ତିକରଣ କରାଇବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଯୁବତୀଙ୍କୁ ମୁସଲିମ ଧର୍ମାନ୍ତିକରଣ କରାଇବା ତାଙ୍କ ନାମକୁ ‘ଆୟେଶା’ ରଖାଯାଇଛି । କେବଳ ଏହି ଗୋଟିଏ ଘଟଣା ନୁହେଁ ଏହା ପୂର୍ବରୁ ପାକିସ୍ତାନରେ ଏଭଳି ଅନେକ ଘଟଣା ସାମନାକୁ ଆସିଛି ଯେଉଁଥିରେ ପାକିସ୍ତାନୀ ହିନ୍ଦୁ, ଶିଖ ଏବଂ ଇସାହି ଯୁବତୀଙ୍କୁ ଜୋରଜବରଦସ୍ତ ମୁସଲିମ ଧର୍ମାନ୍ତିକରଣ କରାଯାଉଛି ।


Share It

Comments are closed.