ବନ୍ୟାଞ୍ଚଳକୁ ରିଲିଫ ଦେବାକୁ ଯାଉଥିବା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ
ଉତ୍ତରାଖଣ୍ଡର ଉତ୍ତରକାଶୀରେ ବାଦଲ ଫଟା ବର୍ଷା ଉପୁଜିଥିବା ପ୍ରଳଙ୍କକାରୀ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ରିଲିଫ ସାମଗ୍ରୀ ଦେବାକୁ ଯାଉଥିବା ହିଲିକ୍ୟାପ୍ଟରଟି ବୁଧବାର ଅପରାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକ୍ୟାପ୍ଟରରେ ପାଇଲଟଙ୍କ ସମେତ, ସହ-ପାଇଲଟ ଏବଂ ଜଣେ ସ୍ଥାନୀୟ ଲୋକ ଥିବାବେଳେ ମିଳିଥିବା ସୂଚନା ମୁତାବକ ଏଥରେ ସମ୍ପୃକ୍ତ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ଏହି ହିଲିକ୍ୟାପ୍ଟରଟି ଏକ ଘରୋଇ ଏଜେନ୍ସିର ହୋଇଥିବାବେଳେ ଏହାର ନମ୍ବର ହେଉଛି ବିସି-ଏଚଡିଏଫ । ବୁଧବାର ହେଲିକପ୍ଟରଟି ଉତ୍ତରକାଶୀ ଜିଲାର ଆରାକୋଟ ଅନ୍ତର୍ଗତ ମୋରି ଗ୍ରାମରୁ ମୋଲଦି ଗ୍ରାମକୁ ଯାଉଥିବାବେଳେ ବାଟରେ ବିଦ୍ୟୁତ ତାରରେ ଛନ୍ଦି ହୋଇଯାଇଥିଲା। ଫଳରେ ହେଲିକପ୍ଟରଟି ସେହିଠାରେ ଭାରସାମ୍ୟ ହରାଇ ପାହାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦିନ ପ୍ରାୟ ୧୨ଟା ୧୫ ମିନିଟରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
Comments are closed.