ପାକିସ୍ତାନକୁ ପୁଣି ଲାଗିଲା ଶକ୍ତ ଝଟକା, କାଶ୍ମୀର ପ୍ରସଙ୍ଗରେ ଭାରତ ସପକ୍ଷରେ ବାହାରିଲା ବାଙ୍ଗଲାଦେଶ


କାଶ୍ମୀର ପ୍ରସଙ୍ଗକୁ ନେଇ ବର୍ତ୍ତମାନ ପାକିସ୍ତାନ, ଆନ୍ତର୍ଜାତିକ ନ୍ୟାୟାଳୟ (ଆସିଜି)ର ଦ୍ୱାରସ୍ଥ ହେବ ବୋଲି ଦାବୀ କରୁଥିବାବେଳେ ଏହି ପ୍ରସଙ୍ଗରେ ଚୀନକୁ ଛାଡିଦେଲେ ଅନ୍ୟ କୌଣସି ଦେଶ ମଧ୍ୟ ପାକିସ୍ତାନକୁ ସମର୍ଥନ କରୁନାହାନ୍ତି । ସେହିଭଳି ବର୍ତ୍ତମାନ ପୁଣିଥରେ ପାକିସ୍ତାନକୁ ଆଉ ଏକ ଝଟକା ଲାଗିଛି । କାରଣ ଅନ୍ୟଦେଶ ମାନଙ୍କ ଭଳି ବର୍ତ୍ତମାନ ବାଙ୍ଗଲାଦେଶ ମଧ୍ୟ ପାକିସ୍ତାନ ଠାରୁ ମୁହଁ ଫେରାଇ ନେଇଛି ।
କାଶ୍ମୀର ପ୍ରସଙ୍ଗରେ ଧାରା ୩୭୦ ଉଚ୍ଛେଦକୁ ନେଇ ବାଙ୍ଗଲାଦେଶ, “ଏହା ଉଭୟ ଦେଶଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ମାମଲା ବୋଲି ଏବଂ ଏଥିରେ ସେ ମୁଣ୍ଡ ପୁରାଇବ ନାହିଁ” ବୋଲି ସ୍ପଷ୍ଟ ରୂପେ ମନା କରିଦେଇଛି ।
ଏହି ଘଟଣାକୁ ନେଇ ବାଙ୍ଗଲାଦେଶ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, “ଭାରତ ସରକାରଙ୍କ ଦ୍ୱାରା ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ସିଦ୍ଧାନ୍ତ ରୂପରେ ବାଙ୍ଗଲାଦେଶ ସର୍ବଦା ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି ଏବଂ ଶାନ୍ତି ଓ ସ୍ଥିରତା ବଜାୟୀ ରଖିବା ତଥା ବିକାଶ ସମସ୍ତ ଦେଶଙ୍କ ପାଇଁ ପ୍ରାଥମିକତା ହେବା ଆବଶ୍ୟକ ।”


Share It

Comments are closed.