କ୍ଷମା ମାଗିବାକୁ ଆସି ସାମ୍ବାଦିକ ସମ୍ମିଳନୀରେ କାହଁକି ରାଗିଗଲେ ମିକା, ଜାଣନ୍ତୁ


ପାକିସ୍ତାନର ପୁର୍ବ ରାଷ୍ଟ୍ରପତି ପରୱେଜ ମୁଶରଫଙ୍କର କଣେ ସମ୍ପର୍କୀୟଙ୍କ ପାର୍ଟିରେ ଗୀତ ପରିବେଷଣ କରିବା କାରଣରୁ ବଲିଉଡର ଲୋକପ୍ରିୟ ଗାୟକ ମିକ୍କା ସିଂ ଙ୍କୁ ସିନେମାଜଗତରେ କାମକରିବାରୁ ବ୍ୟାନ କରିଦିଆଯାଇଥିଲା । ଏକ ପ୍ରେସ ସମ୍ମିଳନୀରେ ଯୋଗଦେଇ ଏହି ମାମଲାରେ କ୍ଷମା ମାଗିଥିଲେ କିନ୍ତୁ ମିଡିଆର ପ୍ରଶ୍ନରେ ବିରକ୍ତ ହୋଇ ପ୍ରେସ ଛାଡ଼ି ଚାଲିଯାଇଥିଲେ । ଏହି ପ୍ରେସ ସମ୍ମିଳନୀରେ ସେ କହିଥିଲେ ଯେ ସେ ବହୁତ ଆଗରୁ ହିଁ ନିଜ କ୍ଲାଏଣ୍ଟକୁ ଜବାବ ଦେଇସାରିଥିଲେ । କିନ୍ତୁ ତାଙ୍କର ବେଳ ଖରାପ ଥିଲା କାରଣ ଏହି ସମୟରେ ଆର୍ଟକିଲ ୩୭୦ ଉପରେ ସରକାରଙ୍କ ନିଷ୍ପତି ଆସିଯାଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ ନେହା କକଡ଼ ଏବଂ ସୋନୁ ନିଗମଙ୍କ ଭଳି କଳାକାରମାନଙ୍କର, ଗାୟକ ଅତିଫ ଅସଲମଙ୍କ ସହିତ ପାକିସ୍ତାନରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା କିନ୍ତୁ ସେଥିରେ କୌଣସି ରୋକ ନଥିଲା । ମୋ ନାଁ ରେ କେବଳ ଲୋକପ୍ରିୟତା ନେବାର ଚେଷ୍ଟା କରାଯାଉଛି ।

ନ୍ୟୁଜ ୧୮ ଅନୁଯାୟୀ ଯେତେବେଳେ ମିକ୍କାଙ୍କୁ ପ୍ରଶ୍ନ କରାଗଲା ଯେ, “ପାକିସ୍ତାନ କନସର୍ଟରୁ ମିଳିଥିବା ଟଙ୍କାକୁ ସେ ଡୋନେଟ କରିବେ ନା ଟାକ୍ସ ଭରିବେ ?” ଏହା ପରେ ସେ ପ୍ରେସ ସମ୍ମିଳନୀ ଛାଡ଼ି ଚାଲିଯାଇଥିଲେ । ଯିବା ସମୟରେ ସେ ରାଗିଯାଇ କହିଥିଲେ ଯେ, “ମୋ ଇଚ୍ଛା ମୁଁ ଯେଉଁଠି ବି ଶୋ କରିପାରିବି ।” ସୁଚିତ କରିଦେଉଛୁ ଯେ ଫେଡରେସନ ଅଫ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପେ୍ଲାଏଜ ଦ୍ୱାରା ମିକ୍କା ସିଂ ଙ୍କ ଉପରେ ଲଗାଯାଇଥିବା ରୋକକୁ ହଟାଇଦିଆଯାଇଛି । ଫେଡରେସନ ପକ୍ଷରୁ କୁହାଯାଇଛି ଯେ ମିକ୍କା ଆଗକୁ ଏଭଳି ଭୁଲକୁ ଦୋହରାଇବେ ନାହିଁ ।


Share It

Comments are closed.