ଓଡିଶାରେ ୧୦୮ ଆମ୍ବୁଲାନ୍ସର ୬ବର୍ଷ ପୂର୍ତ୍ତି

Share It

ବହୁ ଲୋକପ୍ରିୟ ମାଗଣା ଜରୁରୀକାଳିନ ଆମ୍ବୁଲାନ୍ସ ସେବା ପ୍ରଦାନକାରୀ, ୧୦୮ ଆମ୍ବୁଲାନ୍ସ, ୫ ମାର୍ଚ୍ଚ ୨୦୧୯ରେ ଓଡିଶାରେ ୬ବର୍ଷର ଯାତ୍ରା ପୂରଣ କରିଛି । ରାଜ୍ୟରେ ମାର୍ଚ୍ଚ ୨୦୧୩ ଠାରୁ ୧୦୮ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ପରେ ଏହା ୨୧ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଏହି ସେବା ଦ୍ୱାରା ରାଜ୍ୟର ସହରାଞ୍ଚଳ ସହିତ ଗ୍ରାମାଞ୍ଚଳର ରୋଗୀମାନେ ସୁବିଧା ପାଇପାରିଛିନ୍ତି, ଯାହାକି ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଓଡିଶାରେ ଅଗ୍ରଣୀ କରିପାରିଛି । ୧୦୮ ସେବା, ଜିକିତ୍ସା ହେଲଥକେୟାର ଲିଃ. ଦ୍ୱାରା ଏନଏଚଏମ ଓଡ଼ିଶା ସହବନ୍ଧିତାରେ ପରିଚାଳିତ ହେଉଛି ।
ରାଜ୍ୟରେ ନିଜର ୬ବର୍ଷ ପୂର୍ତ୍ତି ପାଳନ କରିବା ପାଇଁ ଜିକିତ୍ସା ହେଲଥକେୟାର ଲିଃ. ପକ୍ଷରୁ ଏହାର ପରିସରରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଛି । ଯେଉଁଠାରେ ଏହାର ଶହେରୁ ଅଧିକ ସଦସ୍ୟ ଏବଂ କର୍ମଚାରୀମାନେ ଖୁବ ଉତ୍ସାହର ସହିତ ଏହି ମହାନ କାର୍ଯ୍ୟରେ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଯୋଗଦେବା ସହିତ ବହୁ ଅସୁବିଧା ସତ୍ତେ୍ୱ ଲୋକ ମାନଙ୍କୁ ସେବା ପ୍ରଦାନ କରିବାର ଅକ୍ଳାନ୍ତ ଉଦ୍ୟମ ପାଇଁ ଜିକିତ୍ସା ହେଲ୍ଥକେୟାର ଲିଃ.କୁ ପ୍ରଶଂସା କରିଛନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସବ୍ୟସଚ୍ଚୀ ବିଶ୍ୱାଳ କହିଛନ୍ତି ଯେ, “ଆମ୍ଭେମାନେ ରାଜ୍ୟରେ ଆମ୍ବୁଲାନ୍ସ ସେବା ପ୍ରଦାନ କରିବାରେ ୬ବର୍ଷ ପୂରଣ କରିଥିବାରୁ ଖୁବ ଉତ୍ସାହିତ । ଏହି ଜୀବନ ରକ୍ଷାକାରୀ ସେବା ରାଜ୍ୟର ସମ୍ପୁର୍ଣ୍ଣ ସ୍ୱାସ୍ଥ୍ୟ ବିଭାଗ କ୍ଷେତ୍ରରେ ଏକ ବୃହତ୍ତ ପ୍ରଭାବ ପକାଇପାରିଛି ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମ୍ଭମାନଙ୍କର ବାର୍ଷିକ ଉତ୍ସବ ପାଳନ ପାଇଁ ଆମ୍ଭେମାନେ ଏହି କେନ୍ଦ୍ରରେ ଏକ ରକ୍ତ ଦାନ ଶିବିରର ମଧ୍ୟ ଆୟୋଜନ କରିଛୁ । ୨୦୧୭ର ତଥ୍ୟ ଅନୁଯାୟୀ, ଓଡିଶାରେ ୪,୨୦,୦୦୦ ଲିଟର ରକ୍ତ ଆବଶ୍ୟକ କିନ୍ତୁ ରକ୍ତ ଭଣ୍ଡାର ବିଭିନ୍ନ ଉତ୍ସରୁ ୩,୭୯,୦୦୦ଲିଟର ରକ୍ତ ସଂଗ୍ରହ କରିପାରିଛି । ଆମ୍ଭମାନଙ୍କର ଏହି କ୍ଷୁଦ୍ର ଉଦ୍ୟମ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ସାହାଯ୍ୟ କରିବା ସହିତ କର୍ମଚାରୀମାନଙ୍କ ମଧ୍ୟରେ ମାନବିକତାର ବୃଦ୍ଧି କରିପାରିବ ।”
ଓଲିଉଡ ଅଭିନେତ୍ରୀ, ଅର୍ଚ୍ଚିତା ସାହୁ ମଧ୍ୟ ଉକ୍ତ ରକ୍ତ ଦାନ ଅଭିଯାନକୁ ପ୍ରଶଂସା କରିବା ସହିତ କହିଛନ୍ତିଯେ, “ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେକି ରକ୍ତ ଦାନ କରିବାକୁ ଆଗକୁ ଆସିଥାନ୍ତି, ସେ ଜୀବନ ପାଇଁ ଚମ୍ପିୟାନ୍ ହୋଇଥାଏ । ଜିକିତ୍ସା କର୍ମଚାରୀ ମାନଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପ୍ରଶଂସାଯୋଗ୍ୟ ହୋଇଥିବାବେଳେ ସେମାନେ ସେମାନଙ୍କର ନିର୍ଦ୍ଧାରିତ କାର୍ଯ୍ୟଠାରୁ ଅଧିକକରି ଦେଖାଇଛନ୍ତି ଏବଂ ଜୀବନ ଏବଂ ମୃତ୍ୟୁ ମଧ୍ୟରେଥିବା ବ୍ୟବଧାନରେ ଏକ ସେତୁ ସଦୃଶ୍ୟ କାର୍ଯ୍ୟ କରିଛନ୍ତି ।”
ଜିକିତ୍ସା ହେଲଥ କେୟାର ଲିଃ. ପକ୍ଷରୁ ସମ୍ପ୍ରତି ଓଡିଶାର ୩୦ଟି ଜିଲ୍ଲାରେ ୫୧୨ଟି ଆମ୍ବୁଲାନ୍ସ ମାଧ୍ୟମରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାର ପ୍ରଚଳନ କରାଯାଉଛି । ଯାହାକି ଉଦ୍ଦେଶ୍ୟ ସାଧନ ନିମନ୍ତେ ସମ୍ପୁର୍ଣ୍ଣ ରାଜ୍ୟରେ ସମୟାନୁସାରେ କଲ୍ ଗ୍ରହଣକରି ଜରୁରୀକାଳିନ ରୋଗୀ ପରିବହନ ପାଇଁ ନିୟୋଜିତ ହୋଇଛନ୍ତି ।

ବହୁ ବାଧାବିଘ୍ନ ସତ୍ତେ୍ୱ ଆମ କର୍ମଚାରୀମାନେ ବହୁ କଠିନ ପରିସ୍ଥିତିରେ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ବହୁ ଉଦାହରଣ ମଧ୍ୟ ରହିଛି । ୧୦୮ ଆମ୍ବୁଲାନ୍ସ ସେବା ଦ୍ୱାରା ବିଗତ ୫ବର୍ଷ ଧରି ୨୧୬୪୯୧୭ଜଣରୁ ଅଧିକ ରୋଗୀ ସୁବିଧା ପାଇପାରିଛନ୍ତି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରସ୍ଥିତ ଷ୍ଟେଟ ଅଫ ଦି ଆର୍ଟ କେନ୍ଦ୍ରରୁ ପରିଚାଳିତ ହେଉଛି ।


Share It

Comments are closed.