ଯୁବରାଜ ପିନ୍ଧିଲେ ରୋହିତଙ୍କ ଜର୍ସି, ଭଉଣୀ ରିତିକା ଦେଲେ ଏଭଳି କମେଣ୍ଟ


ଆଇପିଏଲ ୧୧ତମ ସଂସ୍କରଣର ବିଗୁଲ ବର୍ତ୍ତମାନ ବାଜି ଯାଇଥିବାବେଳେ ଆଉ ଅଳ୍ପ ଦିନ ମଧ୍ୟରେ ଏହା ଆରମ୍ଭ ହେବାକୁ ଯାଉଛି । ବିଶ୍ୱର ସବୁଠାରୁ ବଡ ଘରୋଇ ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ସମସ୍ତ ଫ୍ରାଞ୍ଚାଇଜ ପ୍ରସ୍ତୁତ ହୋଇସାରିଥିବେଳେ ତେବେ ଏହାର କିଛି ଝଲକ ଏବେ ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଛି । ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି, ଯାହାକି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହୋଇଥିବା ଏହି ଫଟୋରେ ଜଣେ ବ୍ୟକ୍ତି ରୋହିତ ଶର୍ମାଙ୍କ ଟି-ସାର୍ଟ ପିନ୍ଧି ପଛୁଆ ହୋଇ ଠିଆ ହୋଇଛନ୍ତି । ତେବେ ପଛୁଆ ଠିଆ ହୋଇଥିବା ଏହି ଖେଳାଳି ଜଣକ ପରିଚୟ ସମ୍ପୂର୍ଣ୍ଣ ଜଣା ପଡୁଥିବାବେଳେ, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଲେଖାଯାଇଛି, “ପେହଚାନୋ କୋନ ?”

ଏହି ଫଟୋକୁ ନେଇ ଅନେକ କୌତୁକପୂର୍ଣ୍ଣ କମେଣ୍ଟ ମଧ୍ୟ ଆସିଛି । ତେବେ ଆପଣ ଜାଣି ରଖନ୍ତୁ ଯେ, ରୋହିତ ଶର୍ମାଙ୍କ ଟି-ସାର୍ଟ ପିନ୍ଧି ପଛୁଆ ଠିଆ ହୋଇଥିବା ଏହି ଖେଳାଳୀ ଜଣକ ଆଉ କେହି ନୁହେଁ ବରଂ ଭାରତର ବାମ ହାତୀ ବିସ୍ପୋଟକ ବ୍ୟାଟ୍ସମ୍ୟାନ ଯୁବାରଜ ସିଂହ ଅଟନ୍ତି । ଯୁବରାଜ ପିନ୍ଧିଥିବା ଜର୍ସିର ଫଟୋକୁ ନେଇ ରୋହିତଙ୍କ ପତ୍ନୀ ରିତିକା ଏକ କୌତୁକପୂର୍ଣ୍ଣ କମେଣ୍ଟ ମଧ୍ୟ ଦେଇଛନ୍ତି ।
ରିତିକା ଏହି ଫଟୋରେ କମେଣ୍ଟ ଦେଇ ଲେଖିଛନ୍ତି ଯେ, “ମୋ ଭାଇ ମୋ ସ୍ୱାମୀଙ୍କ ଜର୍ସି ପିନ୍ଧିଛନ୍ତି । ଏହା ବହୁତ ଅଜବ ଅଟେ । ” ଏହା ପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଉତ୍ତର ଆସିଥିଲା “ ଜର୍ସି ନମ୍ବର ୧୨ ଏବଂ ୪୫ ହାସ ମିଳିଇଦେଇଛନ୍ତି ।”


Share It

Comments are closed.