ଭାଗ୍ୟର ବଡ ବିଡମ୍ବନା, ଦେଶର ଚୌକିଦାର ହିଁ ରାଫେଲ ଫାଇଲ ଚୋରି କରିଛି : ରାହୁଲ


ଗତ ଗୁରୁବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳୀନରେ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି । ରାହୁଲ କେନ୍ଦ୍ରର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କଟାକ୍ଷ କରି କହିଥିଲେ ଯେ, “ଗାଏବ ହୋ ଗଏ ” । ସେ ଆହୁରୀ ମଧ୍ୟ କହିଥିଲେ ଯେ, “ଯୁବକଙ୍କ ରୋଜଗାର ଗାଏବ ହୋଇଗଲା ” ଏବଂ “ଡୋକଲାମ ମୁଦା ମଧ୍ୟ ଗାଏବ ହୋଇଗଲା ” । ମୋଦି ପ୍ରତ୍ୟେକଙ୍କୁୁ ୧୫ ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ମଧ୍ୟ ଦେଇଥିଲେ, ତାହା ମଧ୍ୟ ଗାଏବ ହୋଇଗଲା । କେବଳ ଏତିକି ନୁହେଁ ଜିଏସଟି ମଧ୍ୟ ଗାଏବ ହୋଇଗଲା ।
ରାହୁଲ ଗତ କାଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ରାହୁଲ ସେଠାରେ ପ୍ରଶ୍ନ କରିଥିଲେ ଯେ, “ଫାଇଲ ଗାଏବ ହୋଇ କେଉଁଠିକୁ ଗଲା । ଏବଂ ଏତଦବାଦ ଯିଏ, ୩୦,୦୦୦ ହଜାର କୋଟି ଟଙ୍କା ଘୋଟାଲାରେ ସଂପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ବର୍ତ୍ତମାନ ପର୍ଯ୍ୟନ୍ତ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ”
ପ୍ରକାଶ ଥାଉକି ଗତ କିଛି ଦିନ ହେବ ରାହୁଲଙ୍କ ସମେତ ତାଙ୍କ ପୁରା ଟିମ ରାଫେଲ ଡିଲକୁ ନେଇ କେନ୍ଦ୍ର ସରକାକଙ୍କୁ ଉପରେ ବର୍ଷି ଆସୁଛନ୍ତି । ବର୍ତ୍ତମାନ ରାହୁଲ ଦାବୀ କରିଛନ୍ତି ଯେ, “ରାଫେଲ ଦୁର୍ନୀତିର ସତ୍ୟାସତ୍ୟ ସମସ୍ତଙ୍କ ସାମନାକୁ ଆସିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ଫାଇଲ ଗାଏବ ହୋଇ ନାହିଁ ବରଂ ଏହାକୁ ଚୋରି କରାଯାଇଛି ।”


Share It

Comments are closed.