ଭୁବନେଶ୍ୱର,୧୪/୦୫:ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନିଜ କାରକେଡ୍ର ଗାଡ଼ି ସଂଖ୍ୟାକୁ ଅଧାକୁ କମାଇଛନ୍ତି । ବ୍ୟକ୍ତିଗତ ସୁରକ୍ଷା ପାଇଁ ବ୍ୟବହୃତ ଗାଡ଼ିଗୁଡ଼ିକର ସଂଖ୍ୟା ହ୍ରାସ କରାଯାଇଥିବା ସୂଚନା ମିଳିଛି ।ଏଥିସହିତ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅଧିକ ମାତ୍ରାରେ ପବ୍ଲିକ୍ ଟ୍ରାନ୍ସପୋର୍ଟ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ସୁନା କିଣିବାରୁ ବିରତ ରହିବା ଓ ଅନାବଶ୍ୟକ ବିଦେଶ ଗସ୍ତ ନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଅନ୍ୟପଟେ, ରାଜ୍ୟ ସରକାର ଇଭି ଗାଡ଼ିର ବ୍ୟବହାରକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ରାଜ୍ୟବାସୀଙ୍କୁ ଅଧିକରୁ ଅଧିକ ଇଭି ବ୍ୟବହାର କରିବାକୁ ଅପିଲ୍ କରିଛନ୍ତି ।ପଶ୍ଚିମ ଏସିଆର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତି ସୁରକ୍ଷା ପାଇଁ ତେଲର କମ୍ ବ୍ୟବହାର, ୱର୍କ ଫ୍ରମ୍ ହୋମ୍କୁ ଗୁରୁତ୍ୱ ଓ ଇଭି ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହନ ଦେଇଥିବା କହିଛନ୍ତି ମନ୍ତ୍ରୀ ।
ସରକାରୀ କାର୍ଯ୍ୟାଳୟରେ ବ୍ୟବହୃତ ଗାଡ଼ିଗୁଡ଼ିକୁ ପର୍ଯ୍ୟାୟକ୍ରମେ ଇଭିରେ ପରିବର୍ତ୍ତନ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି ।
