ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା
ଭୁବନେଶ୍ୱର,୦୨/୦୪:ଆଜିଠୁ ଆରମ୍ଭ ହେଲା ଯୁକ୍ତ ୨ ଖାତା ଦେଖା।ଆସନ୍ତା ୪୦ରୁ ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକରେ ୪ଲକ୍ଷରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ଦେଇଥିବାବେଳେ ୫ ହଜାର ପିଲା ଅନୁପସ୍ଥିତ ଥିଲେ। ଖାତା ମୂଲ୍ୟାୟନ ପାଇଁ ୧୫୧ମୂଲ୍ୟାୟନ କେନ୍ଦ୍ର ସହିତ ୧୬ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।
ବିଶେଷ କରି ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ।ଏପ୍ରିଲ ୨ ରୁ ୧୩ ତାରିଖ ଯାଏ ପ୍ରଥମ ପର୍ଯ୍ୟାୟରେ ଖାତା ଦେଖାଯିବ ଏବଂ ଦ୍ଵିତୀୟ ପର୍ଯ୍ୟାୟ ରେ ୧୫ ଏପ୍ରିଲ ରୁ ୨୬ ଏପ୍ରିଲ ମଧ୍ୟରେ ସରିବ।ଯୁକ୍ତ ଦୁଇ ଖାତା ଉଭୟ ଅଫଲାଇନ ଓ ଅନଲାଇନରେ ଦେଖା ହେବ । ମୂଲ୍ୟାୟନ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅଧ୍ୟାପକଙ୍କ ପାଇଁ ପାନୀୟ ଜଳଠୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା କରାଯିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ୩ ଲକ୍ଷ ୯୬ ହଜାର ୫୯୨ ଜଣ ଛାତ୍ରଛାତ୍ରୀ ଦେଲେ ପରୀକ୍ଷା । ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇଥିବା ପରୀକ୍ଷା ଆଜି ଅର୍ଥାତ୍ ମାର୍ଚ୍ଚ ୨୮ ତାରିଖରେ ଶେଷ ହୋଇଛି । ବିଜ୍ଞାନ ପରୀକ୍ଷା ୨୩ରେ ଶେଷ ହୋଇଥିବା ବେଳେ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ୨୫ରେ ଶେଷ ହୋଇଥିଲା । କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି ପରୀକ୍ଷାର୍ଥୀ । ୪ ଲକ୍ଷ ୧୬୨୩ ପରୀକ୍ଷାର୍ଥୀ କରିଥିଲେ ଫର୍ମ ଫିଲ୍ଅପ୍ । ଅନୁପସ୍ଥିତ ରହିଲେ ୫୦୩୧ ଜଣ ପରୀକ୍ଷାର୍ଥୀ ।

Comments are closed.