Skip to content
Yuvasamay

Yuvasamay

Primary Menu
  • ଖବର
  • ମନୋରଞ୍ଜନ
  • ପ୍ରଯୁକ୍ତି
  • ବାଣିଜ୍ୟ
  • ଶିକ୍ଷା
  • ଜୀବନ ଚର୍ଯ୍ୟା
  • ବିଶେଷ
  • କ୍ରୀଡା
  • Home
  • Uncategorized
  • ଅତିରିକ୍ତ ସିକ୍ୟୁରିଟି ଜମା (ଏଏସ୍‌ଡି) ଆଡଜଷ୍ଟମେଂଟ୍ /ଦାବି ହେଉଛି ବିଦ୍ୟୁତ ନିୟମ ୨୦୨୩ ଓ ଓଇଆରସି ନିୟମ ଅଧୀନରେ ଓଇଆର୍‌ସିଙ୍କ ନିର୍ଦ୍ଦେଶାନୁସାରେ କଡ଼ାକଡ଼ି ପାଳନ କରାଯାଉଥିବା ଏକ ବୈଧାନିକ ଓ ନିୟାମକ ପ୍ରକ୍ରିୟା: ଟିପି ଓଡ଼ିଶା ଡିସକମ୍‌
  • Uncategorized

ଅତିରିକ୍ତ ସିକ୍ୟୁରିଟି ଜମା (ଏଏସ୍‌ଡି) ଆଡଜଷ୍ଟମେଂଟ୍ /ଦାବି ହେଉଛି ବିଦ୍ୟୁତ ନିୟମ ୨୦୨୩ ଓ ଓଇଆରସି ନିୟମ ଅଧୀନରେ ଓଇଆର୍‌ସିଙ୍କ ନିର୍ଦ୍ଦେଶାନୁସାରେ କଡ଼ାକଡ଼ି ପାଳନ କରାଯାଉଥିବା ଏକ ବୈଧାନିକ ଓ ନିୟାମକ ପ୍ରକ୍ରିୟା: ଟିପି ଓଡ଼ିଶା ଡିସକମ୍‌

December 19, 2025 (Last updated: December 19, 2025) 1 minute read

ଭୁବନେଶ୍ୱର: ଟିପି ଓଡ଼ିଶା ବିଦ୍ୟୁତ ବିତରଣକାରୀ କମ୍ପାନୀଗୁଡ଼ିକ କହିଛନ୍ତି ଯେ ବିଦ୍ୟୁତ ବିଲ୍‌ରେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି (ଏଏସଡି) ଆଦାୟ ଏକ ବିଧିବଦ୍ଧ ଆବଶ୍ୟକତା ଯାହା ବିଦ୍ୟୁତ ଆଇନ, ୨୦୦୩ ଅଧୀନରେ ବାଧ୍ୟତାମୂଳକ ଏବଂ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି) ନିୟମାବଳୀ ଅନୁସରଣ କରୁଛି।

କୌଣସି ଡିସକମ୍ ପାଇଁ ସିକ୍ୟୁରିଟି ରାଶି (ଏସଡି) ଆଡଜଷ୍ଟମେଂଟ ଏବଂ ଅତିରିକ୍ତ ସିକ୍ୟୁରିଟି ଜମାରାଶି (ଏଏସଡି) ସମ୍ପୂର୍ଣ୍ଣ ରୂପେ ଉପଭୋକ୍ତାଙ୍କ ବିଦ୍ୟୁତ ବ୍ୟବହାର ରୂପରେଖ ଓ ରାଜ୍ୟରେ ଲାଗୁ ଶୁଳ୍କ ସହ ଯୋଡ଼ିହୋଇରହିଛି।

ପୂର୍ବ ଆର୍ଥିକ ବର୍ଷରେ ଯେଉଁ ଉପଭୋକ୍ତାଙ୍କମାନଙ୍କ ବିଦ୍ୟୁତ ବ୍ୟବହାର ହ୍ରାସ ପାଇଛି ସେମାନଙ୍କ ବିଦ୍ୟୁତ ବିଲ୍‌ରେ ସିକ୍ୟୁରିଟି ଜମା ରାଶି ଆଡଜଷ୍ଟମେଣ୍ଟ ପାଇଁ ସେମାନେ ଯୋଗ୍ୟ ବିବେଚିତ ହେବେ। ସେହିପରି, ଯେଉଁ ଉପଭୋକ୍ତାମାନଙ୍କ ବିଦ୍ୟୁତ ବ୍ୟବହାର ବଢ଼ିଥିବ ସେମାନଙ୍କୁ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଜମା କରିବାକୁ ପଡ଼ିବ ଯାହା ନିଶ୍ଚିତ କରିବ ଯେ ନିୟାମକ ବ୍ୟବସ୍ଥା ଅନୁସାରେ ସିକ୍ୟୁରିଟି ଜମା ରାଶି ଯଥେଷ୍ଟ ପରିମାଣର ରହିଛି।

ଉପଭୋକ୍ତାମାନେ ପ୍ରତିବର୍ଷ ସେମାନଙ୍କ ସିକ୍ୟୁରିଟି ଜମା ଉପରେ ସୁଧ ହାସଲ କରିବେ ଏବଂ ନିୟାମକ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିଦ୍ୟୁତ ବିଲ୍‌ରେ ବାର୍ଷିକ ଭିତ୍ତିରେ ସୁଧ ରାଶି ଜମା କରାଯାଉଛି। ସିକ୍ୟୁରିଟି ଜମା ରାଶି ଓ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଆକାରରେ ସଂଗ୍ରହ କରାଯାଉଥିବା ଅର୍ଥରାଶିକୁ ସୁରକ୍ଷିତ ଭାବେ ସିଡ୍ୟୁଲ୍‌ଡ ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ (ଏଫ୍‌ଡି) ଭାବେ ରଖାଯାଉଛି ଯାହା ଉପଭୋକ୍ତାମାନଙ୍କ ପାଣ୍ଠିର ସମ୍ପୂର୍ଣ୍ଣ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ସେହି ଜମାରାଶିକୁ ଡିସକମ ଗୁଡ଼ିକ ସେମାନଙ୍କ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରୁନାହାନ୍ତି।

ଯେତେବେଳେ କୌଣସି ଉପଭୋକ୍ତା ବିଦ୍ୟୁତ ସଂଯୋଗରୁ ଓହରି ଯାଆନ୍ତି କିମ୍ବା ସପର୍ମଣ କରିଦିଅନ୍ତି ସେତେବେଳେ ସିକ୍ୟୁରିଟି ଜମାରାଶିକୁ ସୁଧ ସହ ତାଙ୍କୁ ସମ୍ପୂର୍ଣ୍ଣ ଫେରାଇ ଦିଆଯାଏ। ଡିସକମ ଗୁଡ଼ିକ ପକ୍ଷରୁ ଉପଭୋକ୍ତା ମାନଙ୍କୁ ପ୍ରିପେଡ୍ ବିଦ୍ୟୁତ ସଂଯୋଗ ବିକଳ୍ପ ମଧ୍ୟ ପ୍ରଦାନ କରାଯାଉଛି ଯେଉଁଥିରେ ସିକ୍ୟୁରିଟି ଜମା କିମ୍ବା ଅତିିରିକ୍ତ ସିକ୍ୟୁରିଟି ଜମା ଦରକାର ନାହିଁ ଯାହା ଅଧିକ ସୁବିଧାଜନକ ଓ ଏଭଳି ଜମା ରାଶିର ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଦୂର କରୁଛି।

୨୦୨୪-୨୫ ଆର୍ଥିକ ବର୍ଷରେ ସାରା ରାଜ୍ୟରେ ଉପଭୋକ୍ତାମାନଙ୍କ ବିଦ୍ୟୁତ ବିଲ୍‌ରେ ୬.୫୦ ପ୍ରତିଶତ ସୁଧ ହାରରେ ୨୧୭.୨୯ କୋଟି ଟଙ୍କାର ସୁଧ ସିକ୍ୟୁରିଟି ଜମାରାଶିରେ ଜମା କରାଯାଇଥିଲା।

ସିକ୍ୟୁରିଟି ଡିପୋଜିଟ୍ ଏବଂ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ସମ୍ବନ୍ଧୀୟ ନିୟମାବଳୀ କୌଣସି ନୂଆ କଥା ନୁହେଁ କିମ୍ବା ଏହା କାହାର ମନଇଚ୍ଛା ନିଷ୍ପତ୍ତି ଉପରେ ନିର୍ଭର କରେ ନାହିଁ। ଏହି ବ୍ୟବସ୍ଥା ଦଶନ୍ଧି ଦଶନ୍ଧ ଧରି ପ୍ରଚଳନରେ ରହିଛି ଏବଂ ପୂର୍ବରୁ ଥିବା ସେସୁ, ନେସ୍କୋ, ସାଉଥକୋ ଓ ୱେସ୍‌କୋ ସମୟରେ ମଧ୍ୟ ତାହା ଥିଲା। ଓଡ଼ିଶାରେ ଲାଗୁ ହୋଇଥିବା ନିୟାମକ ବ୍ୟବସ୍ଥା ବିଦ୍ୟୁତ ନିୟମ ୨୦୦୩ ଓ ଅନ୍ୟ ରାଜ୍ୟଗୁଡ଼ିକର ବିଦ୍ୟୁତ ବଂଟନ ୟୁଟିଲିଟି ଅନୁସରଣ କରୁଥିବା ଅଭ୍ୟାସ ସହିତ ସମ୍ପୂର୍ଣ୍ଣ ସମନ୍ୱିତ ରହିଛି। ଏହା ହେଉଛି ନିୟାମକ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଯାହାକୁ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା, ଉପଭୋକ୍ତାଙ୍କ ସ୍ୱାର୍ଥର ସୁରକ୍ଷା ଏବଂ ବିଦ୍ୟୁତ ବଂଟନ କ୍ଷେତ୍ରର ସାମଗ୍ରିକ ସ୍ଥିରତା ସୁନିଶ୍ଚିତ କରିବାକୁ ପ୍ରସ୍ତୁତ କରାଯାଇଛି।

ଯେଉଁ ଉପଭୋକ୍ତାମାନେ ଅତିରିକ୍ତ ସିକ୍ୟୁରିଟି ଜମା ରାଶି ଦାଖଲ କରିବାର ଡିମାଣ୍ଡ ନୋଟ ପାଇଛନ୍ତିି ସେମାନଙ୍କୁ ନିର୍ଧାରିତ ସମୟ ଭିତରେ ତାହା ଜମା କରିବାକୁ ପଡ଼ିବ। ବୈଧାନିକ ବ୍ୟବସ୍ଥା ଅନୁସାରେ ନିର୍ଧାରିତ ତାରିଖ ଅତିକ୍ରମ

କରିଯିବା ପରେ ଦାଖଲ କରାଯାଇନଥିବା ରାଶି ଉପରେ ବାର୍ଷିକ ୧୫ ପ୍ରତିଶତ ହାରର ସରଚାର୍ଜ ଲାଗୁ କରାଯାଇଥାଏ।
ଏ ସମ୍ପର୍କରେ ଟାଟା ପାୱାର ର ଚିଫ୍ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ବିଜନେସ, ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ପ୍ରାୟ ୧ କୋଟି ଉପଭୋକ୍ତାଙ୍କୁ ସେବା ଯୋଗାଇବା ସହ ଆମର ଉପଭୋକ୍ତା ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ବର୍ଷର ୩୬୫ ଦିନ ୨୪ଘଣ୍ଟା ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ଟାଟା ପାୱାର ଏକ ସୁଦୃଢ଼ ନିୟାମକ ବ୍ୟବସ୍ଥା ଅନୁସରଣ କରୁଛି।

ସିକ୍ୟୁରିଟି ଡିପୋଜିଟ୍‌ର ବାର୍ଷିକ ସମୀକ୍ଷା ହେଉଛି ନିୟାମକଙ୍କ ଦ୍ୱାରା ନିର୍ଦ୍ଧାରିତ ଏକ ଆଇନଗତ ପ୍ରକ୍ରିୟା, ଯାହା ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବା ସହ ବ୍ୟବସାୟିକ ନିରନ୍ତରତା ବଜାୟ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିକ୍ୟୁରିଟି ଜମା ଉପରେ ବାର୍ଷିକ ୬.୫୦ ପ୍ରତିଶତ ସୁଧ ପ୍ରଦାନ କରାଯାଉଛି ଯାହାକୁ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ନିୟମିତ ବିଲ୍‌ରେ ଆଡଜଷ୍ଟ୍ କରାଯାଉଛି। କମ୍ ବିଦ୍ୟୁତ ବ୍ୟବହାର ଭଳି ମାମଲାରେ ଅତିରିକ୍ତ ସିକ୍ୟୁରିଟି ଜମାକୁ ଉପଭୋକ୍ତାଙ୍କ ନିୟମିତ ବିଦ୍ୟୁତ ବିଲ୍‌ରେ ଆଡଜଷ୍ଟ୍ କରାଯାଉଛି। ସିକ୍ୟୁରିଟି ଜମାକୁ ଫିକ୍ସଡ ଡିପୋଜିଟ୍ ଭାବେ ରଖାଯାଉଛି ଏବଂ ଅନ୍ୟ କୌଣସି ପରିଚାଳନା କାର୍ଯ୍ୟରେ ତାହାକୁ ବ୍ୟବହାର କରାଯାଉନାହିଁ।”

About the Author

View All Posts

Post navigation

Previous: ୧,୦୩୭ ଆନ୍ତର୍ଜାତୀୟ ପେଟେଣ୍ଟ ଦାଖଲ ସହିତ ଜିଓ ସରକାରୀ ପେଟେଣ୍ଟ ରିପୋର୍ଟରେ ସବୁଠୁ ଆଗରେ
Next: ଡବ୍ଲୁ୍ୟଡି ବ୍ଲାକ ଏସ୍ଏନ୍୭୧୦୦ ଏନ୍ଭିମିଇ ଏସ୍ଏସ୍ଡି ବର୍ତମାନ ଭାରତରେ ଉପଲବ୍ଧ

Lifestyle

new-subtype-of-MODY-diabetes-discovered
  • ଜୀବନ ଚର୍ଯ୍ୟା

ମାଉଥୱାଶ୍ ବ୍ୟବହାର କରୁଥିଲେ ସତର୍କ ହୁଅନ୍ତୁ: ଦିନକୁ ଦୁଇଥର କୁଳକୁଚା କଲେ ହୋଇପାରେ ମଧୁମେହ!

Sibu Singh June 24, 2026
PIC (5)
  • କ୍ରୀଡା
  • ଜୀବନ ଚର୍ଯ୍ୟା

ଦି ଯୋଗ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସମଗ୍ର ଭାରତରେ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Akankhya Mohapatra June 24, 2026
Sleep
  • ଜୀବନ ଚର୍ଯ୍ୟା

ମସ୍ତିଷ୍କର ସୁରକ୍ଷା କବଚ ‘ନିଦ’; ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଶୋଇବା କାହିଁକି ଆବଶ୍ୟକ?

Sibu Singh June 19, 2026

Entertainment

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର odia-1
  • ଖବର
  • ମନୋରଞ୍ଜନ

ଓଡ଼ିଆ ସିନେମା ଜଗତର ସବୁଠାରୁ ବଡ଼ ସମ୍ମାନ: ଘୋଷଣା ହେଲା ୩୫ତମ ଓ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

Sibu Singh June 25, 2026
୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ Cocktail
  • ମନୋରଞ୍ଜନ

୧୦୦ କୋଟି ପାର୍ କଲା ‘କକଟେଲ୍ ୨’; ବକ୍ସ ଅଫିସରେ କମାଲ କରୁଛି ଶାହିଦ, କୃତି ଓ ରଶ୍ମିକାଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ

Sibu Singh June 25, 2026
ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ IMG-20260611-WA0224
  • ଖବର
  • ବିଶେଷ
  • ମନୋରଞ୍ଜନ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’

Saswati Patra June 11, 2026
ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’ IMG-20260608-WA0153
  • ଖବର
  • ମନୋରଞ୍ଜନ

ରଜରେ ଜୀ ସାର୍ଥକର ବିଶେଷ ଉପହାର: ‘ଡେଲିଭରି ବୟ ୨’

Saswati Patra June 10, 2026

You May Have Missed

Odisha Yatri App
  • ଖବର

‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା: ପରିବହନ ସହ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

Saswati Patra June 29, 2026
hhhhh
  • ଖବର

ଝରାଫୁଲ ହତ୍ୟା ମାମଲାରେ ଆସିଲା ବଡ଼ ରାୟ: ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡ

Sibu Singh June 29, 2026
Jaynarayan-Mishra-720x430-1
  • ଖବର

ନବ ଦାସ ଓ ମମିତା ମେହେର ହତ୍ୟାକାଣ୍ଡର ପୁନଃ ତଦନ୍ତ ଦାବି କଲେ ଜୟନାରାୟଣ ମିଶ୍ର

Sibu Singh June 29, 2026
Heinrich-Malan
  • କ୍ରୀଡା
  • ଖବର

ଭାରତ ବିପକ୍ଷରେ ଐତିହାସିକ ବିଜୟ ପରେ ଆଇରଲ୍ୟାଣ୍ଡ ଦଳର ମୁଖ୍ୟ କୋଚ୍ ହେନ୍ରିକ୍ ମାଲାନ୍‌ଙ୍କ ଇସ୍ତଫା

Sibu Singh June 29, 2026
yuvasamay

Bringing you the latest news, politics, business, technology, sports and entertainment updates from Odisha, India and around the world.

Categories

  • କ୍ରୀଡା
  • ଖବର
  • ଜୀବନ ଚର୍ଯ୍ୟା
  • ପ୍ରଯୁକ୍ତି
  • ଶିକ୍ଷା
  • ବାଣିଜ୍ୟ
  • ବିଶେଷ
  • ମନୋରଞ୍ଜନ

Quick Links

  • About Us
  • Contact Us
  • Advertise
  • Privacy Policy
  • Disclaimer
  • Sitemap

Latest Links

Odisha News Bhubaneswar News Cuttack News Breaking News Odisha Odisha Education News Job News Odisha OSSC Updates OPSC News Cricket News IPL News Sports News Odisha Technology News AI News Mobile News Odia Cinema Ollywood News Bollywood News Business News Gold Price Odisha Petrol Price Odisha
© 2026 All Rights Reserved by Yuvasamay