NPCI Unveils UPI Safety Awareness Campaign to Champion Safe Digital Payment Practices
ଭୁବନେଶ୍ୱର: ଡିଜିଟାଲ୍ ପେମେଂଟ୍ ସେବାର ସୁରକ୍ଷିତ ବ୍ୟବହାର ଓ ଠକେଇ ରୋକିବା ନେଇ ସଚେତନତା ସୃଷ୍ଟି କରିବା ପାଇଁ ନ୍ୟାସନାଲ୍ ପେମେଂଟ୍ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନ୍ପିସିଆଇ) ପକ୍ଷରୁ ୟୁପିଆଇ ସୁରକ୍ଷା ସଚେତନତା ଅଭିଯାନ “ମେ ମୁର୍ଖ୍ ନେହିଁ ହୁଁ’ର ଶୁଭାରମ୍ଭ କରାଯାଇଛି। ଓଗିଲ୍ଭି ପକ୍ଷରୁ ପରିକଳ୍ପନା କରାଯାଇଥିବା ଏହି ଅଭିଯାନରେ ସାଧାରଣ ବିପଦ ଓ ଠକମାନଙ୍କଠାରୁ ରହିଥିବା ବିପଦ ଉପରେ ନାଗରିକଙ୍କୁ ସଶକ୍ତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି।
ଯଦିଓ ୟୁପିଆଇ ଅତ୍ୟନ୍ତ ସୁରକ୍ଷିତ, କିନ୍ତୁ କିଛି ଠକେଇ କାର୍ଯ୍ୟକଳାପ ପାଇଁ ବ୍ୟବହାରକାରୀମାନେ ନିଜକୁ ସମ୍ବେଦନଶୀଳ ମନେ କରୁଛନ୍ତି। ଏହି ଅଭିଯାନ ବ୍ୟବହାରକାରୀମାନଙ୍କ ମନରେ ୟୁପିଆଇର ସୁରକ୍ଷା ଓ ଦୃଢ଼ତାକୁ ନେଇ ବିଶ୍ୱାସ ଜାଗ୍ରତ କରିବ ଯାହା ସେମାନଙ୍କୁ ସୁରକ୍ଷିତ ଭାବେ ଡିଜିଟାଲ୍ କାରବାର କରିବାର ଦକ୍ଷତା ପ୍ରଦାନ କରିବ ଏବଂ ନିଜକୁ ସୁରକ୍ଷିତ ରଖିବା ଲାଗି ଉତ୍ସାହିତ କରିବ।
ଏହି ଅଭିଯାନରେ ବଲିଉଡ୍ର ଲୋକପ୍ରିିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଛଅଟି ବିଜ୍ଞାପନ ସିନେମା ପ୍ରସ୍ତୁତ କରାଯାଇଛି। ସେହି ସିନେମାଗୁଡ଼ିକରେ ଠକମାନେ ବ୍ୟବହାର କରୁଥିବା ସାଧାରଣ ଉପାୟ ଓ ସେମାନଙ୍କୁ ପ୍ରତିହତ କରିବାର ଉପାୟ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ସିନେମାଗୁଡ଼ିକୁ ୧୧ଟି ଭାରତୀୟ ଭାଷାରେ ପ୍ରସ୍ତୁତ କରାଯାଇଛି ଯାହା ଫଳରେ ସେଗୁଡ଼ିକ ବ୍ୟାପକ ଲୋକମାନଙ୍କ ପାଖରେ ପହଂଚିପାରିବ ଏବଂ ସାରା ଦେଶରେ ସଚେତନତା ସୃଷ୍ଟି କରିପାରିବ।
ଏସ୍ଏମ୍ଏସ୍ ଫିସିଂ, ସହଜ ଅନଲାଇନ୍ ସ୍କିମ୍ ଉପରେ ସିନେମାରେ ଆଲୋକପାତ କରାଯାଇଛି। ଲୋକମାନଙ୍କ ଦୟାଳୁଭାବ ଓ ଦୁର୍ବଳତାକୁ କିଭଳି ଠକମାନେ ବ୍ୟବହାର କରନ୍ତି ତାହା ଏଥିରେ ମନେ ପକାଇ ଦିଆଯାଇଛି। ଦୁଇଟି ସିନେମା ମୁଙ୍ଗଫଲିୱାଲା ଓ ପାନବାଲା ଭୂମିକାରେ ପଙ୍କଜ ତ୍ରିପାଠୀଙ୍କୁ ଦେଖିବାକୁ ମିଳିଛି।
ଏନପିସିଆଇର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଦିଲ୍ଲୀପ ଆସ୍ବେ କହିଛନ୍ତି ଯେ, “ଭାରତ ଏକ ଡିଜିଟାଲ୍-ପ୍ରଥମ ଭବିଷ୍ୟତ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଡିଜିଟାଲ ଠକେଇକୁ ରୋକିବାରେ ନାଗରିକମାନଙ୍କୁ ସଶକ୍ତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ପ୍ରଭାବଶାଳୀ ଓ ପରିଚିତ କାହାଣୀ ଜରିଆରେ ଆମେ ଡିଜିଟାଲ୍ ସାର୍ବଜନୀନ ଉତମ ଅଭିଯାନ ଉପରେ ବିଶ୍ୱାସ କରୁଛୁ ଯାହା ଗ୍ରାହକମାନଙ୍କୁ ସଶକ୍ତ କରିବ ଓ ଅନଲାଇନ୍ ଠକେଇକୁ ଚିହ୍ନଟ କରିବା ଓ ତାହା ବିରୋଧରେ ଲଢ଼େଇ କରିବା ଲାଗି ଜ୍ଞାନ ଓ ଦକ୍ଷତା ପ୍ରଦାନ କରି ବ୍ୟବହାରକାରୀମାନଙ୍କୁ ସଶକ୍ତ କରିବ। ଡିଜିଟାଲ୍ ପେମେଂଟ୍ ସେବାରେ ବିଶ୍ୱାସ ଗଠନ କରିବା ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଲାଗି ବ୍ୟବହାରକାରୀ ସଚେତନତା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।’’
ଓଗିଲ୍ଭି ଇଣ୍ଡିଆର ମୁଖ୍ୟ ଉପଦେଷ୍ଟା ଶ୍ରୀ ପୀୟୂଷ ପାଣ୍ଡେ କହିଛନ୍ତି ଯେ, “ସାଧାରଣ ଜ୍ଞାନ ଥିବା ସାଧାରଣ ମଣିଷକୁ ଏହି ଅଭିଯାନ ମାନ୍ୟତା ଦେଉଥିବା ବେଳେ ସଲାମ କରୁଛି। ଚୋର ଓ ଠକଙ୍କ ଶିକାରରୁ ନିଜକୁ ରୋକିବା ଲାଗି ଯଥେଷ୍ଟ ସାଧାରଣ ଜ୍ଞାନ ଆବଶ୍ୟକ। ଜଣେ ସାଧାରଣ ମଣିଷ ପ୍ରେରଣା ଭାବେ ପରିଣତ ହୁଅନ୍ତି ଯେତେବେଳେ ତାଙ୍କ ବିଶ୍ୱାସ ଆମ ତୁମ ଭଳି ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ବୁଦ୍ଧିମାନ କରିଥାଏ ଏବଂ ଠକେଇର ଶିକାର ହେବା ଭଳି ମଣିଷ କରେ ନାହିଁ। ସେଥିପାଇଁ ଏହି ଅଭିଯାନର ଟ୍ୟାଗଲାଇନ୍ ହେଉଛି “ମେଁ ମୁର୍ଖ ନେହି ହୁଁ’।
ଗ୍ରାହକମାନଙ୍କୁ ସଚେତନ କରିବା ଓ ଅନଲାଇନ୍ କାରବାରକୁ ରୋକିବା ଲାଗି ଏହି ଅଭିଯାନକୁ ଟିଭି, ପ୍ରିଂଟ୍, ରେଡିଓ, ଓଟିଟି, ସିନେମା, ଡିଜିଟାଲ୍ ଓ ସୋସିଆଲ୍ ମିଡିଆରେ ପ୍ରସାର କରାଯିବ ଯାହା ଫଳରେ ଡିଜିଟାଲ୍ ପେମେଂଟ୍ ଉପରେ ବିଶ୍ୱାସ ବଢ଼ିବ।
