Neelachal Ispat Unveils New Classroom Building at Government Project Upper Primary School in Danagadi
ନୀଳାଚଳ ଇସ୍ପାତ ପକ୍ଷରୁ ଦାନଗଦୀ ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୂତନ ଶ୍ରେଣୀଗୃହ ଉଦଘାଟିତ
ଯାଜପୁର ଜିଲ୍ଲା ଦାନଗଦୀ ସ୍ଥିତ ଓଲଳ ଗ୍ରାମରେ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଓଲଳ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ଶ୍ରେଣୀଗୃହ କୁ (ଏନ୍ଆଇଏନ୍ଏଲ୍)ର ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର କୁମାର ମେହେଟ୍ଟା ଉଦଘାଟନ କରିଛନ୍ତି। ଏହି ଅବସରରେ ଓଲଳ ଗ୍ରାମ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସ୍ଥାନୀୟ କମ୍ୟୁନିଟି ସଦସ୍ୟ ଏବଂ ବିଦ୍ୟାଳୟ ପରିଚାଳନା ସମିତି (ଏସ୍ଏମ୍ସି) ସଦସ୍ୟମାନେ ସାମିଲ ହୋଇଥିଲେ। ଏହି ଅବସରରେ ଏନଆଇଏନଏଲ କର୍ମଚାରୀମାନେ ସ୍ୱେଚ୍ଛାକୃତ ଭାବେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ, ଫୁଟ ବଲ, ଫ୍ଲାଇଂଡିଶ, ଦଉଡି ଡିଆଁ ଏବଂ ବ୍ୟାଟ ଭଳି ବିଭିନ୍ନ କ୍ରିଡା ଉପକରଣ ଆଦି ପ୍ରଦାନ କରିଥିଲେ।
୧୬୦୦ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଏହି ଶ୍ରେଣୀଗୃହ ପ୍ଳାଣ୍ଟର ଆଖପାଖ ଗ୍ରାମାଞ୍ଚଳ ଓ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ପାଇଁ ସକାରାତ୍ମକ ଶୈକ୍ଷିକ ବାତାବରଣ ସୃଷ୍ଟି କରିବ । ଏନ୍ଆଇଏନ୍ଏଲ୍ ସହଯୋଗରେ ଏହା ହୋଇପାରିଛି। ଏହା ଆଖପାଖ ଗାଁର ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶୈକ୍ଷିକ ବାତାବରଣ ପ୍ରଦାନ କରିବ।
ଉଦଘାଟନୀ ଉତ୍ସବରେ ସୁଧୀର କୁମାର ମେହେଟ୍ଟା କହିଛନ୍ତି, କଳିଙ୍ଗନଗର ବାସୀଙ୍କ ପାଇଁ ତୃଣମୂଳ ସ୍ତରରେ ଶିକ୍ଷାର ସଶକ୍ତୀକରଣ ପାଇଁ ଆମର ମିଳିତ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ଏହି ନୂତନ ଶ୍ରେଣୀଗୃହ ନିର୍ମାଣ କରାଯାଇଛି। ଏହା ଏକ ସୁରକ୍ଷିତ ଏବଂ ଶୈକ୍ଷିକ ବାତାବରଣ ପ୍ରଦାନ କରି, ସ୍ଥାନୀୟ ଅଞ୍ଚଳରେ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବ, ପ୍ରତ୍ୟେକ ପିଲାଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିବ। ଏହି ନୂତନ ଶ୍ରେଣୀଗୃହ ଛାତ୍ରଛାତ୍ରୀମାନଙ୍କ ଦୀର୍ଘକାଳୀନ ଅଭିବୃଦ୍ଧିରେ ସହାୟକ ହେବ। ପିଲାମାନଙ୍କୁ ସେମାନଙ୍କ ଜୀବନର ଲକ୍ଷ ସ୍ଥଳରେ ପହଞ୍ଚାଇବ ପାଇଁ ପଥପ୍ରଦର୍ଶନ କରିବ।
ଏନ୍ଆଇଏନଏଲର ଏହି ପଦକ୍ଷେପ କଳିଙ୍ଗନଗର ଅଞ୍ଚଳରେ ତୃଣମୂଳ ସ୍ତରର ଶିକ୍ଷାର ବୃଦ୍ଧି ଏବଂ କମ୍ୟୁନିଟି ବିକାଶରେ ସହାୟକ ହେବା ସହ ନିରନ୍ତର ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇ ଭବିଷ୍ୟତ ପିଢ଼ିକୁ ସଶକ୍ତ କରିବା ଦିଗରେ ଏନ୍ଆଇଏନଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି।
Comments are closed.