Swiggy Limited’s initial public offering opened on November 06, 2024
ଭୁବନେଶ୍ୱର: ସ୍ୱିଗି ଲିମିଟେଡ୍ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ନଭେମ୍ବର ୬, ୨୦୨୪ ବୁଧବାର ଖୋଲିଛି ଓ ନଭେମ୍ବର ୮ ଶୁକ୍ରବାର ଏହା ବନ୍ଦ ହେବ। ଆଙ୍କର ନିବେଶକମାନେ ବିଡ୍ ତାରିଖର ଗୋଟିଏ କାର୍ଯ୍ୟଦିବସ ପୂର୍ବରୁ ଅର୍ଥାତ ନଭେମ୍ବର ୫ରେ ବିଡ୍ ଦାଖଲ କରିଥିଲେ।
ଏହି ଅଫରରେ ଇକ୍ୱିଟି ସେୟାରର ମୂଲ୍ୟ ସେୟାର ପିଛା ୩୭୧ ଟଙ୍କାରୁ ୩୯୦ ଟଙ୍କା ମଧ୍ୟରେ ରହିବ। ନିବେଶକମାନେ ସର୍ବନିମ୍ନ ୩୮ଟି ଇକ୍ୱିଟି ସେୟାର ପାଇଁ ବିଡ୍ ଦାଖଲ କରିପାରିବେ ଏବଂ ସେଥିରେ ୩୮ଟି ଲେଖାଏଁ ସେୟାର ଯୋଡ଼ିପାରିବେ।
ଏହି ଅଫରରେ ୪୪୯୯ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଓ ଅଫର ଫର ସେଲ୍ରେ ୧୭୫,୦୮୭,୮୬୩ ଇକ୍ୱ୍ିଟି ସେୟାର ବିକ୍ରି କରାଯିବ। ଯୋଗ୍ୟ କର୍ମଚାରୀମାନଙ୍କ ସବ୍ସ୍କ୍ରିପ୍ସନ୍ ଲାଗି ୭୫୦,୦୦୦ ଇକ୍ୱିଟି ସେୟାର ସଂରକ୍ଷିତ ରହିବ।
କମ୍ପାନିର ଇକ୍ୱିଟି ସେୟାରକୁ ବିଏସ୍ଇ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ ଲିମିଟେଡ୍ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି)ରେ ପ୍ରସ୍ତାବ ଦିଆଯାଇଛି।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ନେଟ୍ ଅଫରର ୭୫ ପ୍ରତିଶତ ଇକ୍ୱିଟି ସେୟାରକୁ ସମାନୁପାତିକ ଭିର୍ତିରେ ଯୋଗ୍ୟ ସଂସ୍ଥାଗତ କ୍ରେତା (କ୍ୟୁଆଇବି)ଙ୍କ ଆବଂଟନ ଲାଗି ରଖାଯିବ। ସେଥିରୁ ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କୁ ଆବଂଟନ କରାଯିବ ଯାହାର ଏକ ତୃତୀୟାଂଶ ଇକ୍ୱିଟି ସେୟାର ଦେଶର ମ୍ୟୁଚୁଆଲ ଫଣ୍ଡ୍ମାନଙ୍କ ଲାଗି ସଂରକ୍ଷିତ ରଖାଯିବ। ସେହିପରି କ୍ୟୁଆଇବିଙ୍କ ଲାଗି ରହିଥିବା ଇକ୍ୱିଟି ସେୟାରର ୫ ପ୍ରତିଶତକୁ କେବଳ ମ୍ୟୁଚୁଆଲ ଫଣ୍ଡମାନଙ୍କ ଲାଗି ରଖାଯିବ। ନେଟ ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାରକୁ ଅଣ ସଂସ୍ଥାଗତ ବିଡର୍ମାନଙ୍କ ଲାଗି ରଖାଯିବ। ବ୍ୟକ୍ତିଗତ ଖୁଚୁରା ନିବେଶକମାନଙ୍କ ଲାଗି ନିଟ୍ ଅଫରର ୧୦ ପ୍ରତିଶତ ଇକ୍ୱିଟି ସେୟାର ରଖାଯିବ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି କୋଟକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମିଟେଡ୍, ଜେ ପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍, ବିଓଏଫ୍ଏ ସିକ୍ୟୁରିଟିଜ୍ ଇଣ୍ଡିଆ ଲିମିଟେଡ୍, ଜେଫେରିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ଆଭେଣ୍ଡସ୍ କ୍ୟାପିଟାଲ୍ ପ୍ରାଇଟ୍ଟ୍ ଲିମିଟେଡ୍।
