ମହାରାଷ୍ଟ୍ରରେ ଫ୍ଲୋର ଟେଷ୍ଟର ସିଧା ପ୍ରସାରଣ ପାଇଁ ଆଦେଶ ଦେଲେ ସୁପ୍ରିମ କୋର୍ଟ

Share It

ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା-ଏନସିପି-କଂଗ୍ରେସ ମହାମେଣ୍ଟ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଶୁଣାଣି କରି ପ୍ଲୋର ଟେଷ୍ଟର ଆଦେଶ ମହାମହିମ ସୁପ୍ରିମ କୋର୍ଟ ଦେଇଥିବାବେଳେ ଅନ୍ୟପଟେ ମହାମେଣ୍ଟ, ବିଜେପି ନେତା ଦେବେନ୍ଦ୍ର ଫଡନାୱିସଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଶପଥ ପାଠ କରାଇଥିବା ରାଜ୍ୟପାଳ ଭଗତ ସିଂହ କୋଶରିଆଙ୍କ ନିଷ୍ପତିକୁ ଆହ୍ୱାନ ମଧ୍ୟ ଦେଇଛି । ସେହିପରି ପ୍ଲୋର ଟେଷ୍ଟର ଲାଇଭ ପ୍ରସାରଣ କରାଯିବ ବୋଲି ସୁପ୍ରିମ କୋର୍ଟ ପକ୍ଷରୁ ଆଦେଶ ଦିଆଯାଇଛି ।
ସୁପ୍ରିମ କୋର୍ଟ ପକ୍ଷରୁ ବୁଧବାର ଦିନ ସନ୍ଧ୍ୟା ୫ ଟା ସୁଧା ସମସ୍ତ ଦଳକୁ ନିଜ ବହୁମତ ପରୀକ୍ଷା ପାଇଁ ଆଦେଶ ଦିଆଯାଇଛି । ତେବେ ନୂଆ ସରକାର ପାଖରେ ବିଧାନସଭାରେ ନିଜର ବହୁତ ସାବ୍ୟସ୍ତ ପାଇଁ ଆଉ ମାତ୍ର ୩୦ ଘଣ୍ଟା ବାକି ରହିଥିବାବେଳେ କୋର୍ଟ ପକ୍ଷରୁ ପ୍ରୋଟିମ ସ୍ପିକର ମଧ୍ୟ ନିଯୁକ୍ତି କରିବା ପାଇଁ ଆଦେଶ ଦିଆଯାଇଛି । ପ୍ରୋଟିମ ସ୍ପିକର ସମସ୍ତ ବିଧାୟକ ପଦବୀ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ଏହା ପରେ ତୁରନ୍ତ ପ୍ରୋଟିମ ସ୍ପିକର ବହୁତ ପରୀକ୍ଷଣ କରାଇବେ । ଏହା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟାର ସିଧା ପ୍ରସାରଣ କରାଯିବ ଏବଂ ଗୁପ୍ତ ମତଦାନ କରାଯିବ ନାହିଁ ।


Share It

Comments are closed.