ସାଉଣ୍ଡ ଏଡିଟରଙ୍କ ଅକାଳ ବିୟୋଗରେ ଦୁଃଖ ପ୍ରକାଶ କଲେ ଅକ୍ଷୟ


ବଲିଉଡର ଲୋକପ୍ରିୟ ସାଉଣ୍ଡ ଏଡିଟର ନୀମିଶ ଫିଲଙ୍କାରଙ୍କ ୨୯ ବର୍ଷ ବୟସରେ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନିମିଶ ଉଚ୍ଚ ରକ୍ତ ଚାପରେ ପୀଡିତ ଥିଲେ, ଯାହା ଫଳରେ ତାଙ୍କର ବ୍ରେନ ହାମରେଜ ଯୋଗୁଁ ମୃତ୍ୟୁ ଘଟିଥିଲା । ନିମିଶ, ଅକ୍ଷୟଙ୍କ ଫିଲ୍ମ ‘ହାଉସଫୁଲ-୪’ ଏବଂ ‘ମରଜାୱାଁ’ରେ କାମ କରିସାରିଥିବାବେଳେ ତାଙ୍କର ଅକାଳ ବିୟୋଗରେ ସାରା ବଲିଉଡରେ ଶୋକର ଛାୟା ଖେଳିଯାଇଛି । ସେପଟେ ତାଙ୍କର ମୃତ୍ୟୁ ପରେ ଅଭିନେତା ଅକ୍ଷୟ କୁମାର ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି ।
ଅକ୍ଷୟ ଶୋକ ବ୍ୟକ୍ତ କରି ଲେଖିଛନ୍ତି ଯେ, “ନୀମିଶ ଫିଲଙ୍କାରଙ୍କ ଅକାଳ ବିୟୋଗରେ ମୁଁ ବହୁତ ଦୁଃଖିତ । ବହୁତ ଅଳ୍ପ ବୟସରେ ତାଙ୍କର ମୃତ୍ୟୁ ହୋଇଗଲା । ଏହି ଦୁଖଦ ମୁହୂର୍ତ୍ତରେ ମୋ ସମ୍ବେଦନ ତାଙ୍କ ପ୍ରତି ରହିଛି ।”

ପ୍ରକାଶ ଥାଉକି, ନିମିଶ ବଲିଉଡର ନିଜର ପ୍ରଥମ କାମ ରେସ-୩ରୁ ଆରମ୍ଭ କରିଥିବାବେଳେ ଏଥିରେ ସେ ଖୁବ ଉନ୍ନତ ସାଉଣ୍ଡ ଏଡିଟିଙ୍ଗର କାମ ମଧ୍ୟ କରିଥିଲେ । ଏହା ପରେ ସେ ଜଲେବି, କେଶରୀ ଏବଂ ଏକ “ଲଡକୀ କୋ ଦେଖା ତୋ ଏସା ଲଗା” ଫିଲ୍ମରେ କାମ କରି ସାରିଥିଲେ ।


Share It

Comments are closed.