କେବେ ଭାବିଛନ୍ତିକି, କାହିଁକି ମେଡ଼ିସିନ୍ କଭର ଉପରେ ଥାଏ ଲାଲ୍ ରଙ୍ଗର ଗାର? କେବେବି ଏହାକୁ ଅଣଦେଖା କରନ୍ତୁ ନାହିଁ

Share It

ଅନେକ ଥର ଦେଖାଯାଏ ଲୋକମାନେ ଡ଼ାକ୍ତରଙ୍କ ବିନା ପରାମର୍ଶରେ ମଧ୍ୟ ବିଭିନ୍ନ ପ୍ରକାର ମେଡ଼ିସିନ୍ ଗ୍ରହଣ କରିଥାଆନ୍ତି କିନ୍ତୁ ସେହିସବୁ ମେଡ଼ିସିନ୍ ଖାଇବା ପରେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିନଥାଏ । ତେଣୁ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କେବଳ ସଠିକ୍ ମେଡ଼ିସିନ୍ ହେବା ଆବଶ୍ୟକ ତାହା ନୁହେଁ ବରଂ ଉପାୟ ମଧ୍ୟ ସଠିକ୍ ହେବା ଆବଶ୍ୟକ । ମେଡ଼ିସିନ୍ ପ୍ରତି ଲୋକଙ୍କୁ ସଚେତନ କରାଇବା ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଉତ୍ତମ ବାର୍ତ୍ତା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି କୁହାଯାଇଛିକି, ଡ଼ାକ୍ତରଙ୍କ ବିନା ପରାମର୍ଶରେ କୌଣସିବି ମେଡ଼ିସିନ୍ ଖାଇବା ଉଚିତ୍ ନୁହେଁ ।

ଟ୍ୱିଟରରେ ପୋଷ୍ଟ କରାଯାଇଥିବା ପୋଷ୍ଟରେ ଲେଖାଯାଇଛିକି ଯେଉଁ ମେଡିସିନ୍ ଖୋଳ ଉପରେ ଲାଲ୍ ଗାର ରହିଥାଏ, ସେହିସବୁ ମେଡ଼ିସିନକୁ କେବେବି ଡ଼ାକ୍ତରଙ୍କ ବିନା ପରାମର୍ଶରେ ଗ୍ରହଣ କରିବା ଉଚିତ୍ ନୁହେଁ । କିଛି ମେଡ଼ିସିନ୍ ଯେପରିକି ବିଭିନ୍ନ ଆଣ୍ଟିବାଓଟିକ୍ ଖୋଳ ଉପରେ ଏକ ଗାଢ ଲାଲ ରଙ୍ଗର ଗାର ରହିଥାଏ, ଯାହାର ଅର୍ଥ ଏହିସବୁ ମେଡ଼ିସିନକୁ କେବଳ ଡ଼ାକ୍ତରଙ୍କ ପରାମର୍ଶକ୍ରମେ ହିଁ ଖାଇବା ଉଚିତ୍ ଏବଂ ଡ଼ାକ୍ତରଙ୍କ ଦ୍ୱାରା କୁହାଯାଇଥିବା ମେଡ଼ିସିନର ସମ୍ପୁର୍ଣ୍ଣ କୋର୍ସ ପୂରଣ କରିବା ମଧ୍ୟ ଆବଶ୍ୟକ ।


Share It

Comments are closed.