ଏଠାରେ ରେଷ୍ଟୁରାଣ୍ଟରେ ପିଇବାକୁ ଦିଆଯାଏ ଟଏଲେଟ ପାଣି


ଶୀର୍ଷକଟି ପଢ଼ି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯାଇଥିବେ । କିନ୍ତୁ ଏହା ସତ୍ୟ । ବ୍ରାଜିଲର କୁର୍ନେରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି ଯାହାର ନାମ ହେଉଛି ‘ଗେଷ୍ଟ ୟୁକ୍ସ’ । ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ ଟଏଲେଟ ପାଣିକୁ ପୁନଃ ବ୍ୟବହାରଯୋଗ୍ୟ କରାଯାଇ ପିଇବାକୁ ଦିଆଯାଇଥାଏ । ଏଥିପାଇଁ ରେଷ୍ଟୁରାଣ୍ଟ ଏକ ନୂଆ ପଦ୍ଧତିର ୱାଟର ପ୍ୟୁରିଫାୟର ଲଗାଇଛି ଏବଂ ଏହା ନାଳ ପାଣିକୁ ମଧ୍ୟ ସଫାକରି ପିଇବା ଯୋଗ୍ୟ କରିଥାଏ । ଖାସ କଥା ହେଲା ଏହି ପାଣି ମିନେରାଲ ।
ଏଠାରେ କାମ କରୁଥିବା ଜଣେ କର୍ମଚାରୀଙ୍କ କହିବା ଅନୁସାରେ, ଟଏଲେଟ ପାଣିକୁ ପ୍ରଥମେ ପ୍ଲାଣ୍ଟ ଫର୍ଟିଲାଇଜରରେ ସଫା କରାଯାଇଥାଏ । ପରେ ଏଥିରେ ବର୍ଷାପାଣି ମିଶାଯାଇଥାଏ ଏବଂ ଶେଷରେ ପାନୀୟଯୋଗ୍ୟ କରାଇବା ପାଇଁ ପ୍ୟୁରିଫାଏ କରାଯାଇଥାଏ । ଏହି ପାଣିକୁ ଆଇସକ୍ୟୁବ, ବିୟର ଏବଂ କଫି ତିଆରି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।


Share It

Comments are closed.