ଜୀବନ ସଂଘର୍ଷରେ ହାରିଗଲା ୨ ବର୍ଷର ଶିଶୁ, ୭୨ ଘଣ୍ଟା ପରେ ବୋରୱେଲ ଭିତରୁ ଉଦ୍ଧାର ହେଲା ମୃତ ଦେହ
ତାମିଲନାଡୁସ୍ଥିତ ତିରୁଚିରାପଲ୍ଲୀ ଜିଲ୍ଲାରେ ଶୁକ୍ରବାର ଦିନ ଏକ ୭୨ ଫୁଟ ବୋରୱେଲ ଭିତରେ ଗଳି ପଡିଥିବା ୨ ବର୍ଷର ଶିଶୁର ମୃତ୍ୟ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ, ୭୨ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ପିଲାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପରିବହନ ବିଭାଗ କହିଛନ୍ତି ଯେ, “୨ ବର୍ଷର ଏହି ବାଳକ ଶରୀର ବର୍ତ୍ତମାନ ପଚିବା ଅବସ୍ଥାରେ ରହିଛି । ଆମେ ତାକୁ ବଞ୍ଚାଇ ରଖିବା ପାଇଁ ସମସ୍ତ ପ୍ରୟାସ କଲୁ କନ୍ତୁ ଦୁର୍ଭାଗ୍ୟବଶତଃ ତାକୁ ବଞ୍ଚାଇପାରିଲୁ ନାହିଁ ଏବଂ ଉକ୍ତ ଶିଶୁର ଶରୀରରୁ ବର୍ତ୍ତମାନ ଦୁର୍ଗନ୍ଧ ଆସିବାରେ ଲାଗିଲାଣି । ଶିଶୁଟିର ମୃତ ଦେହ ଉଦ୍ଧାର ହେବା ପରେ ବର୍ତ୍ତମାନ ସେଠାରେ ଖୋଳାଖୋଳି ପ୍ରକ୍ରିୟା ବନ୍ଦ କରାଇ ଦିଆଗଲାଣି ।”
J. Radhakrishnan,Principal Secretary,Transport Dept: The 2-year-old boy's body is now in decomposed state. We tried our best to rescue him but unfortunately foul smell has started coming from the borewell in which the child had fallen. As of now,digging process has been stopped. https://t.co/kuEgslufOV pic.twitter.com/daNnmVfPBQ
— ANI (@ANI) October 28, 2019
ପ୍ରକାଶ ଥାଉକି, ସୁଜିତ ଓି୍ୱଲସନ ନାମକ ଏହି ଶିଶୁଟି ବୋରୱେଲ ଭିତରେ ଗଳି ପଡିଥିବାର ସୂଚନା ମିଳିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ସୁଜିତ ୭୨ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ୮୮ ଫୁଟରୁ ଅଧିକ ଗଭୀର ବିଶିଷ୍ଟ ବୋରୱେଲ ଭିତରକୁ ଗଳି ପଡିଥିଲା । ପୂର୍ବରୁ ବର୍ଷା ଏବଂ ପଥୁରୁଆ ମାଟି ପାଇଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିବାବେଳେ ତା’ର ସୁରକ୍ଷାକୁ ନେଇ ସମସ୍ତଙ୍କ ମନରେ ଚିନ୍ତା ମଧ୍ୟ ବଢିଯାଇଥିଲା । ଉଦ୍ଧାର କାର୍ଯ୍ୟକୁ ଦ୍ରୁତ କରିବା ପାଇଁ ଜର୍ମାନୀ ମେସିନର ମଧ୍ୟ ବ୍ୟବହାର କରାଯାଇଥିଲା ।
Comments are closed.