ଏହି ସବୁ ଲକ୍ଷଣ ଦେଇଥାଏ କିଡନୀ ରୋଗର ସଙ୍କେତ, ରୁହନ୍ତୁ ସତର୍କ


ମହିଳା ମାନଙ୍କୁ କିଡନୀ ବେମାରରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ, କାରଣ ଗଣନାରୁ ପ୍ରକାଶ ପାଇଛି ଯେ ସବୁଠାରୁ ଅଧିକ ମହିଳାମାନେ ହିଁ ଏହି ରୋଗର ଶିକାର ହୋଇଥାନ୍ତି । ଏହି ରୋଗ ହେବା ପୂର୍ବରୁ ଆମ ଶରୀର ଆମକୁ ତେତେକ ସଙ୍କେତ ଦେବା ଆରମ୍ଭ କରିଦିଏ । ଆମକୁ କେବଳ ଏହି ସଙ୍କେତ ଗୁଡ଼ିକୁ ଚିହ୍ନିବା ଦରକାର । ତେବେ ଆସନ୍ତୁ ଜାଣିବା କିଡନୀ ବେମାରରେ ଶରୀର କଣ ସବୁ ସଙ୍କେତ ଦେଇଥାଏ ।
ସବୁବେଳେ ଦୁର୍ବଳ ଅନୁଭବ ହେବା । ଶରୀରରେ ଶକ୍ତିର ଅଭାବ ଅନୁଭବ ହେବା । ଦିନ ଏବଂ ରାତିରେ ବାରମ୍ବାର ମୂତ୍ରତ୍ୟାଗ ପାଇଁ ଯିବା । କିଡନୀ ଶରୀରର ତରଳ ପଦାର୍ଥ ଏବଂ ଅବଶିଷ୍ଟକୁ ବାହାରକୁ ନିଷ୍କାସନ କରିଥାଏ । ଏହି ତରଳ ପଦାର୍ଥ ଏବଂ ଅବଶିଷ୍ଟ ଶରୀରରେ ଲାଲ ରକ୍ତ କୋଷିକା ଭାବେ ରହିଥାନ୍ତି । କିଡନୀ ଆମ ଶରୀରରେ ଖଣିଜ ପଦାର୍ଥର ଯୋଗାଣକୁ ସକ୍ରିୟ କରିଥାଏ । ଯଦି ଆପଣଙ୍କୁ ହଠାତ ଆପଣଙ୍କ ତ୍ୱଚା ଅମସୃଣ ଲାଗେ । ତ୍ୱଚାରେ ଜ୍ୱଳନ ଏବଂ କୁଣ୍ଡାଇ ହୁଏ ତେବେ ଏହାକୁ ହାଲକାରେ କେବେ ମଧ୍ୟ ନିଅନ୍ତୁ ନାହିଁ ।
କିଡନୀ ରକ୍ତରୁ ସମସ୍ତ ଅବଶିଷ୍ଟକୁ ଛାଣିଥାଏ । ତେବେ ଯାଇ ଶରୀରରେ ମୂତ୍ର ପ୍ରସ୍ତୁତ ହୋଇଥାଏ । ଯଦି କିଡନୀରେ ସମସ୍ୟା ହୁଏ ତେବେ ରକ୍ତ ଠିକ ଭାବରେ ଛାଣି ହୋଇପାରିବ ନାହିଁ ଏବଂ ମୂତ୍ରରେ ଅପରିଷ୍ୃତ ରକ୍ତ ଆସିବ । ଏମିତିରେ କିଡନୀରେ ସଂକ୍ରମଣ ହେବା ସହ କିଡନୀ ପଥର ଭଳି ହୋଇପାରେ । କିଡନୀ ଶରୀରର ସମସ୍ତ କ୍ଷତିକାରକ ଟକ୍ସିନକୁ ମୂତ୍ର ମଧ୍ୟ ଦେଇ ବାହାର କରିଥାଏ ।
ଯଦି ଆପଣଙ୍କୁ ନିଦର ସମସ୍ୟା ହେଉଛି ତେବେ ମଧ୍ୟ ଆପଣଙ୍କୁ କିଡନୀର ସମସ୍ୟା ହୋଇପାରେ । ଯଦି ଆପଣଙ୍କୁ ମୂତ୍ରରେ ଫେଣ ଫେଣ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କିଡନୀ ଠିକ ଭାବରେ ନ କାମ କରିପାରିଲେ ଶରୀରର ଟକ୍ସିନ ଗୁଡ଼ିକ ନିଷ୍କାସିତ ହୋଇପାରନ୍ତି ନାହିଁ ଯାହାଫଳରେ ମଣିଷକୁ କମ ଭୋକ ଲାଗିଥାଏ । ଯଦି ଆପଣଙ୍କୁ ଲଗାତାର କମ ଭୋକ ଲାଗୁଛି ତେବେ କିଡନୀର ଯାଞ୍ଚ ନିଶ୍ଚିତ କରାନ୍ତୁ । ତେବେ ଉପୋରକ୍ତ କୌଣସି ଳକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।


Share It

Comments are closed.