ପିଓକେରେ ପାକିସ୍ତାନୀ ବିରୋଧୀ ନାରା ବେଳେ ପୋଲିସର ଲାଠି ଚାର୍ଜ : ୨ମୃତ, ଶତାଧିକ ଆହତ


ପାକିସ୍ତାନ ଅଧିକୃତ କାଶ୍ମୀରସ୍ଥିତ ମୁଜଫରବାଦରେ ରାଜନୈତିକ ଦଳମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସମୟରେ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି । ବିକ୍ଷୋଭକାରୀଙ୍କୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ କରାଯାଇଥିବା ଲାଠି ଚାଳନାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିବାର ସୂଚନା ମଧ୍ୟ ମିଳିଛି ।
ମିଳିଥିବା ସୂଚନା ମୁତାବକ, ମଙ୍ଗଳବାରଦିନ ମୁଜାଫରବାଦରେ ‘ଅଲ ଇଣ୍ଡିପେନଡେନ୍ସ ପାର୍ଟିଜ ଆଲିୟାନ୍ସ’ (ଏଆଇପିଏ)ର ବ୍ୟାନର ତଳେ ଏକଜୁଟ ହୋଇଥିବା ସମସ୍ତ ରାଜନୈତିକ ଦଳମାନଙ୍କ ପକ୍ଷରୁ ଏକ ଜନସଭାର ଆୟୋଜନ କରାଯାଇଥିଲା । ଏହା ପରେ ସେଠାରେ ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ, ଯାହା ଫଳରେ ସେମାନଙ୍କୁ ପ୍ରତିହତ କରିବା ପାଇଁ ପୋଲିସ ପକ୍ଷରୁ ଲାଠି ଚାଳନା କରାଯାଇଛି ।

ଏହି ଘଟଣାର ଭିଡିଓ ବର୍ତ୍ତମାନ ସାମନାକୁ ଆସିଥିବାବେଳେ ଏଥିରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛୁ ଯେ, ପୋଲିସ ଦ୍ୱାରା କିପରି ନିର୍ମମ ଭାବେ ପ୍ରଦର୍ଶନକାରୀଙ୍କ ଉପରେ ଲାଠି ଚାଳନା କରାଯାଉଛି । ଏହି ଲାଠି ଚାଳନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଭାବେ ଆହତ ମଧ୍ୟ ହୋଇଥିବାର ସୂଚନା ମଧ୍ୟ ମିଳିଛି ।


Share It

Comments are closed.