ବିସିସିଆଇ ସଭାପତି ହେବା ପରେ ଧୋନୀ ଏବଂ କୋହଲିଙ୍କୁ ନେଇ ପ୍ରଥମ ପ୍ରତିକ୍ରିୟା ରଖିଲେ ଗାଙ୍ଗୁଲୀ


ବିସିସିଆଇ ସଭାପତି ହେବା ପରେ ସାମ୍ବାଦିକ ମାନଙ୍କୁ ନିଜ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଗାଙ୍ଗୁଲୀ । ଭାରତୀୟ ଦଳରେ ଧୋନୀଙ୍କ ଭବିଷ୍ୟତକୁ ନେଇ ସାମ୍ବାଦିକମାନଙ୍କ ଦ୍ୱାରା ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଗାଙ୍ଗୁଲୀ କହିଛନ୍ତି ଯେ, “ଯେତେବେଳେ ଆପଣ ବସି ଶାନ୍ତ ମସ୍ତିଷ୍କରେ ଧୋନୀ ଦେଶ ପାଇଁ କ’ଣ କରିଛନ୍ତି ଭାବିବେ ତେବେ ଆପଣଙ୍କ ମୁହଁରେ ‘ଉତ୍ତମ’ ଶବ୍ଦ ବାହାରିବ । ବର୍ତ୍ତମାନ ଖେଳାଳୀଙ୍କ ପ୍ରଦର୍ଶନକୁ ନେଇ ନିଷ୍ପତି ନିଆଯିବ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଧୋନୀ ଭାରତୀୟ ଦଳର ମହାନ ଖେଳାଳୀ ଅଟନ୍ତି । ଏବଂ ମୁଁ ଯେଉଁ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ଅଛି ସେ ପର୍ଯ୍ୟନ୍ତ ପ୍ରତ୍ୟେକ ଖେଳାଳୀଙ୍କୁ ସମ୍ମାନ ଦିଆଯିବ ।”
ସେହିଭଳି କୋହଲି ସଂପର୍କରେ କହିଛନ୍ତି ଯେ, “ବୋର୍ଡର ପ୍ରତିଷ୍ଠାତାଙ୍କ ସହ କୌଣସି ସାଲିସ କରାଯିବ ନାହିଁ ଏବଂ ଭ୍ରଷ୍ଟାଚାର ମୁକ୍ତ କାର୍ଯ୍ୟ କରାଯିବ । ଭାରତୀୟ ଦଳର ଦାୟିତ୍ୱ ନେବା ସମୟରେ ମୁଁ ଯେଉଁଭଳି ଭାବରେ କାର୍ଯ୍ୟ କରିଥିଲି ଏବଂ ଠିକ ସମାନ ରୂପେ ବିସିସିଆଇ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ କରିବି । ”
କେବଳ ଏତିକି ନୁହେଁ ସୌରଭ ଆଗାମୀ ତିନି ସପ୍ତାହ ମଧ୍ୟ ଏଜିଏମ ଡକାଇବା ପାଇଁ ନିଷ୍ପତି ନେଇଥିବାବେଳେ ଅନ୍ୟପଟେ ଅଧିନାୟକ ବିରାଟ କୋହଲିଙ୍କ ସହ ସେ ଆସନ୍ତା ଗୁରୁବାର ଦିନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ ବୋଲି ଜଣାଇ ମଧ୍ୟ ଦେଇଛନ୍ତି ।


Share It

Comments are closed.