ଏବେ ଇଣ୍ଟରନେଟରେ ଧୋନୀଙ୍କ ନାମରେ ସର୍ଚ୍ଚ କରିବା ପଡିପାରେ ମହଙ୍ଗା


ଭାରତୀୟ କ୍ରିକେଟ୍‌ରେ ମହେନ୍ଦ୍ର ସିଂ ଧୋନୀ ଏକ ସୁପରିଚିତ ନାମ ଅଟେ । ସବୁଠାରୁ ଅଧିକ ପ୍ରଶଂସକ ଥିବା କ୍ରିକେଟର୍‌ଙ୍କ ତାଲିକାରେ ତାଙ୍କର ନାମ ରହିଛି । ଧୋନୀଙ୍କ ବିଷୟରେ ଜାଣିବା ପାଇଁ ତାଙ୍କର ପ୍ରଶଂସକମାନେ ସବୁବେଳେ ଉତ୍ସାହିତ ରହିଥାଆନ୍ତି । କିନ୍ତୁ ଇଣ୍ଟରନେଟ୍‌ରେ ଏହି ନାମରେ ସର୍ଚ୍ଚ କରିବା ତାଙ୍କର ପ୍ରଶଂସକମାନଙ୍କୁ ମହଙ୍ଗା ପଡ଼ିପାରେ ଓ ଏହା ଲକ୍ଷାଧିକ କ୍ଷତି ଘଟାଇପାରେ । କାରଣ ଇଣ୍ଟରନେଟ୍‌ରେ ଧୋନୀଙ୍କ ନାମ ସହିତ ଜଡ଼ିତ ଏପରି କିଛି ଲିଙ୍କ ଅଛି, ଯାହା ହ୍ୟାକର୍‌ମାନଙ୍କ ଦ୍ୱରା ତିଆରି କରାଯାଇଥିବା ୱେବ୍‌ସାଇଟ୍ ଅଟେ । ଏହାକୁ ଯଦି ଆପଣ ଖୋଲୁଛନ୍ତି, ତେବେ ଆପଣଙ୍କ ସିଷ୍ଟମରେ ଭାଇରସ୍ ଆସିବାର ସମ୍ଭାବନା ରହିଥାଏ ଏବଂ ଆପଣଙ୍କ ଡାଟା ମଧ୍ୟ ଚୋରି ହୋଇପାରେ ।
ସାଇବର ସୁରକ୍ଷା ବିଶେଷଜ୍ଞଙ୍କ କହିବା ମୁତାବକ ଧୋନୀ ସର୍ଚ୍ଚ ହେବାକୁ ଥିବା ସବୁଠାରୁ ବିପଦପୂର୍ଣ୍ଣ ସେଲିବ୍ରିଟି ହୋଇଯାଇଛନ୍ତି । ଧୋନୀଙ୍କ ଲୋକପ୍ରିୟତା କାରଣରୁ ସାଇବର ଅପରାଧର ବୃଦ୍ଧି ହେଉଛି । ସାଇବର୍ ଅପରାଧିମାନେ ଏପରି ନାମ ଖୋଜିଥାଆନ୍ତି, ଯାହାର ଫ୍ୟାନ୍ ଫଲୋଇଙ୍ଗ୍ ଅଧିକ । ଏଥିରେ ବଡ଼ ବଡ଼ କ୍ରିଡ଼ାବିତ୍‌, ଟିଭି ଷ୍ଟାର୍ ଓ ବଲିଉଡ଼ ତାରକାମାନଙ୍କ ନାମ ସାମିଲ୍ ଅଛି ।


Share It

Comments are closed.