ରାଜ୍ୟରେ ୧୦୪ ସ୍ୱାସ୍ଥ୍ୟ ହେଲପଲାଇନ ସେବା ଆରମ୍ଭ


ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୪ ସ୍ୱାସ୍ଥ୍ୟ ହେଲପଲାଇନ ସେବା କୁ ଓଡ଼ିଶାରେ ଆରମ୍ଭ କରାଯାଇଛି । ଏହି ସେବା ମାଧ୍ୟମରେ ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସୂଚନା ୧୦୪ ନମ୍ବରକୁ କଲ କରି ପାଇ ପାରିବେ । ଏହା ସମ୍ପୂର୍ଣ୍ଣ ଦେୟମୁକ୍ତ ସେବା ।


ଏ ସମ୍ପର୍କରେ ସୂଚନା ଦେଇ ୧୦୪ ସ୍ୱାସ୍ଥ୍ୟ ସେବାକୁ ଓଡ଼ିଶାରେ ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡର ଓଡ଼ିଶା ମୁଖ୍ୟ ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ ପୂର୍ବରୁ ଆମେ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସେବାର ପରିଚାଳନା କରିଆସୁଥିବା ବେଳେ ଏବେ ଆମେ ଏଥିରେ ୧୦୪ ହେଲପଲାଇନ ସେବାର ଆରମ୍ଭ କରିଛୁ । ଏବେଠାରୁ ଆମର ଏହି ହେଲପନାଇନ ନମ୍ବରରେ କଲ କରି ଲୋକମାନେ ସିଧାସଳଖ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ ଏବଂ ସ୍ୱାସ୍ଥ୍ର‌୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ମଧ୍ୟ ପାଇ ପାରିବେ ।”

ଏବେ ୧୦୪ ନମ୍ବରକୁ କଲ କଲେ ଲୋକମାନେ ଏହିସବୁ ସୁବିଧା ଯଥା:-ରାଜ୍ୟରେ ପ୍ରଚଳିତ ପ୍ରଜନନ ସ୍ୱାସ୍ଥ୍ର‌୍ୟ, ମାତୃ ସ୍ୱାସ୍ଥ୍ୟ, ଶିଶୁ ସ୍ୱାସ୍ଥ୍ର‌୍ୟ, କିଶୋରୀ ସ୍ୱାସ୍ଥ୍ୟ ତଥା ଅନ୍ୟ ସମସ୍ତ ସ୍ୱାସ୍ଥ୍ୟ ଓ ନିରୋଗ ସମ୍ବନ୍ଧୀୟ କାର୍ଯ୍ୟକ୍ରମର ତଥ୍ୟ, ପ୍ରତ୍ୟେକ ଦିନ ଦିବା ୯ ଘଟିକା ଠାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏମବିବିଏସ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ, ଯେକୌଣସି ସରକାରୀ ଡାକ୍ତରଖାନା, ରକ୍ତ ଭଣ୍ଡାର, ଓøଷଧ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ବନ୍ଧୀୟ ତଥ୍ୟ, ଗୁରୁତର ଅବସ୍ଥାରେ ଥିବା ଗର୍ଭବତୀ ମା ଙ୍କ ପାଇଁ ସ୍ୱତନ୍ତ୍ର ଫୋନ କଲ ବ୍ୟବସ୍ଥା ଓ ପରିବାର ନିୟୋଜନ, ଏଡସ, କିଶୋରୀ ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ପୋଷଣ, ଆଶୁ ଚିକିତ୍ସା, ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା ଜନିତ ତଥ୍ୟ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବଂ ଏହା ଅନ୍ତର୍ଭୁକ୍ତ ଡାକ୍ତରଖାନା ମାନଙ୍କରେ ମିଳୁଥିବା ସେବା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ।
ରାଜ୍ୟରେ ଦିବାରାତ୍ର ଦେୟମୁକ୍ତ ୧୦୪ ଯୋଗାଯୋଗ ବ୍ୟବସ୍ଥା ସ୍ୱାସ୍ଥ୍ୟ ସାହାଯ୍ୟ ସେବା ନିମନ୍ତେ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବେ ସାବ୍ୟସ୍ତ ହେବ ଏବଂ ଗରିବ ତଥା ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ବାସୀଙ୍କୁ ଉଚିତ ସ୍ୱାସ୍ଥ୍ୟ ସେବା ସଂପର୍କରେ ଅବଗତ କରାଇବା ପାଇଁ ସାହାଯ୍ୟ କରିବ ।


Share It

Comments are closed.