ମୋନା ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ବିକ୍ଷୋଭ


ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଅସ୍ଥାୟୀ ମଦ ଲାଇସେନ୍ସ ନୀତି ଏବଂ ନୂତନ ମଦ ଦୋକାନ ଖୋଲିବା ନିୟମକୁ ବିରୋଧ କରି ଆଜି ମିଳିତ ଓଡିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ଅବକାରୀ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀଙ୍କ ବାସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମୋନା ପକ୍ଷରୁ ଏହି ବିକ୍ଷୋଭରେ ୧୦୦ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିବାବେଳେ ଅନ୍ୟପଟେ ସଂଗଠନର ଏକ ପ୍ରତିନିଧି ମଣ୍ଡଳ ଅବକାରୀ ମନ୍ତ୍ରୀଙ୍କ ସହ ସାକ୍ଷାତ କରି ସେମାନଙ୍କ ଦାବୀ ଜଣାଇଥିଲା ।
ତେବେ ଏ ସଂପର୍କରେ ସଂଗଠନ ପ୍ରତିନିଧି ମଣ୍ଡଳଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, “ସମସ୍ତ ଜିଲ୍ଲାପାଳ ମାନଙ୍କୁ ତାଙ୍କ ଅଜ୍ଞାନତାରେ ଚିଠି ଯାଇଛି ଏବଂ ଆଗାମୀ ଦିନରେ କୌଣସି ନୂଆ ମଦ ଦୋକାନ ଖୋଲିବ ନାହିଁ ।’ କେବଳ ଏତିକି ନୁହେଁ ସଂଗଠନର ପ୍ରତିନିଧି ମଣ୍ଡଳଙ୍କୁ ମନ୍ତ୍ରୀ ପ୍ରତିଶୃତି ଦେଇ କହିଥିଲେ ଯେ, “ଏ ସଂକ୍ରାନ୍ତ କାର୍ଯ୍ୟନୁଷ୍ଠାନ ଆସନ୍ତା ୨୨ ତାରିଖ ସୁଧା ନିଷ୍ପତି ନିଆଯିବ ।’
ମନ୍ତ୍ରୀଙ୍କ ଠାରୁ ପ୍ରତିକ୍ରିୟା ପାଇବା ପରେ ମିଳିତ ଓଡିଶା ନିବାରଣ ଅଭିଯାନ (ମୋନା)ର ସଭାପତି ଶ୍ରୀ ପଦ୍ମତରଣ ନାୟକ କହିଛନ୍ତି ଯେ, “ଆଗାମୀ ୨୨ ତାରିଖ ସୁଧା ମନ୍ତ୍ରୀ ଯଦି ତାଙ୍କର ପ୍ରତିଶୃତି ପୂରଣ ନକରନ୍ତି ତେବେ ଆଗାମୀ ଦିନ ବ୍ୟାପକ ଆନ୍ଦୋଳନ କରାଯିବ ଏବଂ ଏଥିପାଇଁ ନିଜେ ରାଜ୍ୟ ସରକାର ଦାୟୀ ରହିବେ ।’
ଆଜିର ଏହି ବିକ୍ଷୋଭରେ ସଂଗଠନର ସଭାପତି ପଦ୍ମଚରଣ ନାୟକଙ୍କ  ସମେତ ସଂପାଦକ କାହ୍ନୁଭାଇ, ମଳୟ ତ୍ରିପାଠି, ଖଗେଶ୍ୱର ବଳ, ଅର୍ଜୁନ ସାମନ୍ତରାୟ, ଖଗେଶ୍ୱର ବଳ, ଅର୍ଜୁନ ସାମନ୍ତରାୟ, ରାମଶଙ୍କର ଭାଇ କୈଳାଶ ମଲ୍ଲିକ, ଇନ୍ଦୁମତୀ ସାହୁ, ମହିଳା ମଦମୁକ୍ତି ଆନ୍ଦୋଳନର ଆବାହିକା ଅପର୍ଣ୍ଣା ନାୟକ, ବାସନ୍ତୀ ଆଚାର୍ଯ୍ୟ, କନକଲତା ଭଞ୍ଜ ପ୍ରମୁଖ ଉପସ୍ଥିତ ଥିଲେ ।

Share It

Comments are closed.