ବିଧିର ବଡ ବିଡମ୍ବନା, ଏକା ସାଙ୍ଗେ ପ୍ରାଣ ହରାଇଲେ ପରିବାର ୧୦ ଜଣ


ଆଜି ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଏକ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଗୋଟିଏ ପରିବାରର ୧୦ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଆଜି ପ୍ରାତଃ ସକାଳେ ଏନଏଚ ୩୩ରେ ଏକ ଇନୋଭା କାର ଏବଂ ଟ୍ରକ ମଧ୍ୟରେ ଭୀଷଣ ଜୋରରେ ଧକ୍କା ହୋଇଥିଲା । ଯେଉଁଥିରେ ଉକ୍ତ ଇନୋଭାରେ ଯାତ୍ରା କରୁଥିବା ସମସ୍ତ ଲୋକ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ତିନି ଘଣ୍ଟାର ପ୍ରଚେଷ୍ଟା ପରେ ସମସ୍ତଙ୍କ ଶବକୁ ଗାଡିରୁ ବାହାର କରାଯାଇଥିଲା ।
ଉକ୍ତ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା, ୩ଟି ଶିଶୁ ଥିବାବେଳେ ୫ ଜଣ ପୁରୁଷ ମଧ୍ୟ ଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଏନଏଚ ୩୩ ରାଞ୍ଚି-ପାଟଣା ମାର୍ଗରେ ଯାଉଥିବା ଏକ ଇନୋଭା କାର ଭୁଲରେ ରାସ୍ତାର ଅପର ପାଶ୍ୱର୍କୁ ଚାଲିଯାଇଥିଲା । ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଟ୍ରକଟି ଇନୋଭା କାରକୁ ଖୁବ ଜୋରସେ ଧକ୍କା ଦେଇଥିଲା । ଘଟଣା ପରେ ଉକ୍ତ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ସମସ୍ତ ମୃତକଙ୍କୁ ରାମଗଡର ସଦର ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି ।


Share It

Comments are closed.