ବିଜେଡିରେ ଯୋଗଦେଲେ ହେମାନନ୍ଦଙ୍କ ଝିଅ ସୁନୀତା


ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ କଂଗ୍ରସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ସୁନ୍ଦରଗଡ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁନୀତା, ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ସେ ଆଜି ବିଧିବଧ ଭାବେ ନବୀନଙ୍କୁ ତାଙ୍କ ନିବାସରେ ସାକ୍ଷାତ କରି ବିଜେଡିରେ ଯୋଗ ଦେଇଛନ୍ତି ।
ଏହି ଅବସରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ସୁନୀତା” ବିଜେଡିରେ ଯୋଗଦେବା ଦ୍ୱାରା ଦଳକୁ ଆହୁରୀ ବଳ ମିଳିବ । ମିଳିଥିବା ସୂଚନା ମୁତବାକ ସେ ଆଗାମୀ ନିର୍ବାଚନରେ ସୁନ୍ଦରଗଡର ଜିଲ୍ଲାରୁ ବିଜେଡି ପ୍ରାର୍ଥୀ ରୂପେ ମଇଦାନକୁ ଓହ୍ଲାଇ ପାରନ୍ତି ।
ଏହା ସହ ସୁନୀତା ବିଜେଡିରେ ଯୋଗଦେଇ ସାମ୍ବାଦିକ ମାନଙ୍କୁ କହିଛନ୍ତି ଯେ, “ମୁଁ ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି ଏବଂ ସର୍ବଦା ଦଳର ସଭାପତିଙ୍କ ଆଦେଶକୁ ପାଳନ କରିବି ।”
ପ୍ରକାଶ ଥାଉକି ହେମାନନ୍ଦ ନିଜେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଚଳାଇଛନ୍ତି । ସେ ବର୍ତ୍ତମାନ ଓଡିଶା ପ୍ରଦେଶ କଂଗ୍ରେସର ଅନୁଶାସନ ସମିତିର ଅଧ୍ୟକ୍ଷ ଅଛନ୍ତି ।


Share It

Comments are closed.