ପୁଣିଥରେ ଦଳରୁ ବାଦ ପଡିଲେ ଧୋନି


ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସରିଜର ତୃତୀୟ ଏବଂ ଚତୁର୍ଥ ଦିନିକିଆ ଖେଳିବାରୁ ବାଦ ପଡିଛନ୍ତି । ଗତ କାଲି ଭାରତ ଅଷ୍ଟ୍ରେଲିଆ ଠାରୁ ୩୨ ରନରେ ପରାଜୟ ବରଣ କରିବା ପରେ ଭାରତର ଆସିସଟାଣ୍ଟ କୋଚ ସଞ୍ଜୟ ବାଙ୍ଗର କହିଛନ୍ତି ଯେ, “ଆମେ ଶେଷ ଦୁଇଟି ମ୍ୟାଚ ପାଇଁ କିଛିଟା ପରିବର୍ତ୍ତନ କରିଛୁ ଏବଂ ଧୋନିଙ୍କୁ ବାକି ଦୁଇଟି ମ୍ୟାଚରେ ବିଶ୍ରାମ ପ୍ରଦାନ କରାଯାଇଛି । ”
ପ୍ରକାଶ ଥାଉକି ସିରିଜର ବାକି ଦୁଇଟି ମ୍ୟାଚ ମୋହଲି ଏବଂ ନୂଆ ଦିଲ୍ଲୀରେ ଖେଳାଯିବାକୁ ଥିବାବେଳେ ଗତ କାଲି ରାଞ୍ଚିରେ ଖେଳାଯାଇଥିବା ମ୍ୟାଚ ଧୋନିଙ୍କୁ ପାଇଁ ଭାରତରେ ଶେଷ ଆନ୍ତର୍ଜାତିକ ମ୍ୟାଚ ବୋଲି ଶୁଣିବାକୁ ମିଳିଛି । କାରଣ ଆଗାମୀ ବିଶ୍ୱକପ ପରେ ଏହି ମହାନ ଖେଳାଳୀ ଜଣକ କ୍ରିକେଟରୁ ସର୍ବଦା ପାଇଁ ସନ୍ୟାସ ନେଇ ପାରନ୍ତି ।


Share It

Comments are closed.