ଖରାପ ସଟ ଖେଳି ରିଷଭ ଆଉଟ ହେବା ପରେ ଶାସ୍ତ୍ରୀଙ୍କ ଉପରେ ନିଜ ରାଗ ସୁଝାଇଲେ କୋହଲି, ଭିଡିଓ ଭାଇରାଲ


ଗତ କାଲି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାଜୟ ବରଣ କରି ବିଶ୍ୱକପରେ ନିଜ ଅଭିଯାନ ଶେଷ କରିଛି । ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିଶ୍ୱକପ ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଥିବାବେଳେ ଭାରତ ସେମିଫାଇନାଲରେ ପରାଜୟ ବରଣ କରି ବିଶ୍ୱକପରୁ ନିଜ ଅଭିଯାନ ଶେଷ କରିଛି ।
ଏହି ମଧ୍ୟରେ ମ୍ୟାଚ ଚାଲୁଥିବା ସମୟରେ ଅଧିନାୟକ ବିରାଟ କୋହଲି ଏବଂ କୋଚ ରବି ଶାସ୍ତ୍ରୀଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ, ରିଷଭ ଖରାପ ସଟ ଖେଳି ଆଉଟ ହେବା ପରେ କୋହଲି ରାଗିଯାଇ ବାହାରକୁ ଆସି ଶାସ୍ତ୍ରୀଙ୍କ ସହ କିଛି ଆଲୋଚନା କରୁଛନ୍ତି ।


ଭିଡିଓରେ କିଛି ଶୁଣାଯାଉନଥିବାବେଳେ ଅନ୍ୟପଟେ ଉଭୟଙ୍କ ମଧ୍ୟରେ ଆଲୋଚନାର ଶୈଳୀକୁ ଦେଖିଲେ ସ୍ପଷ୍ଟ ଜଣାଯାଉଥିଲା କୋହଲି, ଶାସ୍ତ୍ରୀଙ୍କ ଉପରେ କେଉଁ ଭଳି ଭାବରେ ରାଗିକରି କଥା ହେଉଥିଲେ ।
ପ୍ରକାଶ ଥାଉକି, ରିଷଭ ଏହି ମ୍ୟାଚରେ ୫୬ଟି ବଲ ଖେଳି ୩୨ ରନ କରିଥିବାବେଳେ ସେ ଖରାପ ସଟ ଖେଳି ନିଜ ୱିକେଟ ହରାଇ ବସିଥିଲେ ।


Share It

Comments are closed.