ୟୁଟୁବ ଭିଡିଓ କରିବା ନିଶା ଗରିବ ଲୋକଟିକୁ ମୃତ୍ୟୁ ମୁଖକୁ ଠେଲିଦେଲେ ଯୁବକ


ବେଳେବେଳେ ମଣିଷ ଏକା ସାଧାରଣ ଭିଡିଓ ପ୍ରସ୍ତୁତ କରିବା ପାଇଁ ମାନବିକତାର ସମସ୍ତ ସୀମା ଅତିକ୍ରମ କରଦେଇଥାଏ । ଠିକ ଏହିଭଳି ଏକ ଘଟଣା ସ୍ପେନରେ ଘଟିଛି । ଗୋଟିଏ ଭିଡିଓ ପ୍ରସ୍ତୁତ କରିବା ପାଇଁ ଜଣେ ୟୁଟୁବର ଏକ ଗରିବ ଲୋକଟିର ବ୍ୟବହାର କରିଥିଲେ, ଯେଉଁଥିରେକି ସେ ମାନବିକତାର ସମସ୍ତ ସୀମା ଅତିକ୍ରମ କରିଦେଇଥିଲେ । ଉକ୍ତ ବ୍ୟକ୍ତି ଜଣକର ଏହି ଘୃଣ୍ୟ କାର୍ଯ୍ୟକଳାପ ପାଇଁ ତାଙ୍କୁ ମହାମହୀମ କୋର୍ଟ ଦଣ୍ଡିତ ମଧ୍ୟ କରିଛନ୍ତି ।
ମିଳିଥିବା ସୂଚନା ମୁତାବକ, ବିଶିଷ୍ଟ ୟୁଟୁବର ‘କନ୍ଧୁଆ ରେନ’ ଏଭଳି ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକୁ ଅଧିକାଂଶ ଲୋକମାନେ ଫଲୋ ମଧ୍ୟ କରିଥିଲେ । ଏହି ଭିଡିଓରେ କନ୍ଧୁଆ ଏକ କ୍ରିମଯୁକ୍ତ ବିସ୍କୁଟର ସାହାର୍ଯ୍ୟରେ ସେ ଗରିବ ଲୋକଟି ସହ ଏପରି ବ୍ୟବହାର କରିଥିଲେ, ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ ।

କନ୍ଧୁଆ ଏକ କ୍ରିମଯୁକ୍ତ ବିସ୍କୁଟର ଭିତର ପାଶ୍ୱର୍ରୁ ସମସ୍ତ କ୍ରିମ ବାହାର କରିଦେଇ ସେଥିରେ ଟୁଥ ପେଷ୍ଟର କ୍ରିମ ବୋଳି ଦେଇଥିଲେ ଏବଂ ଏହି ଟୁଥ ପେଷ୍ଟ କ୍ରିମଯୁକ୍ତ ବିସ୍କୁଟକୁ ସେ ଏକ ଗରିବ ଲୋକଟିକୁ ଖୁଆଇବା ପାଇଁ ଦେଇଥିଲେ । ଉକ୍ତ ଗରିବ ଲୋକଟି ଏହି ବିସ୍କୁଟ ଖାଇବା ମାତ୍ରାକେ ହିଁ ତଳେ ଗଳି ପଡିଲା ଏବଂ ସଙ୍ଗେ ସଙ୍ଗେ ତା’ର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, କନ୍ଧୁଆ ସେହି ସମୟରେ ତଳେ ପଡିଥିବା ଛଟପଟ ହେଉଥିବା ଉକ୍ତ ଗରିବ ଲୋକଟିର ଭିଡିଓ ପ୍ରସ୍ତୁତ କରିବାରେ ଲାଗିଥିଲେ ।
ଲୋକଟି ତଳେ ପଡି ଛଟପଟ ହେଉଥିବାବେଳେ ‘କନ୍ଧୁଆ’ ଅନୁଭବ କଲେ ଯେ, ସେ ୟୁଟୁବରେ ପ୍ରାଙ୍କ ଭିଡିଓ କରିବାକୁ ଯାଇ କେତେ ବଡ ଭୁଲ କରିଛନ୍ତି । ଏବଂ ଏହା ପରେ ସେ ତୁରନ୍ତ ଉକ୍ତ ଅନାଥ ପିଲାଟିକୁ ହସ୍ପିଟାଲ ନେଇଯାଇଥିଲେ । ତୁରନ୍ତ ଡାକ୍ତରୀ ଚିକିତ୍ସା ଦ୍ୱାରା ଲୋକଟିିର ଜୀବନ ବଞ୍ଚିଯାଇଥିବାବେଳେ କିନ୍ତୁ ମମଲାଟି କୋର୍ଟରେ ପହଞ୍ଚିଯାଇଥିଲା । ‘କନ୍ଧୁଆ’ଙ୍କର ଏହି ଘୃଣ୍ୟ କାର୍ଯ୍ୟକଳାପା ମହାମହୀମ କୋର୍ଟ ତାଙ୍କୁ ଦଣ୍ଡିତ କରିଛି ।


Share It

Comments are closed.